ETV Bharat / state

ଜଳୁଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ - ANIMAL AFFECTED

author img

By ETV Bharat Odisha Team

Published : May 24, 2024, 10:00 PM IST

Forest Fire Affects Animals: ପ୍ରବଳ ଗରମ ଗୁଳୁଗୁଳି ସାଙ୍ଗକୁ ବନାଗ୍ନି କାରଣରୁ ହନ୍ତସନ୍ତ ହେଉଛନ୍ତି ବନ୍ୟଜନ୍ତୁ । ଏଥି ପାଇଁ ବନଖଣ୍ଡ ଅଧିକାରୀ କଣ ପଦକ୍ଷେପ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Forest Fire Affects Animals
Forest Fire Affects Animals (ETV Bharat Odisha)

ବୌଦ୍ଧ: ପ୍ରବଳ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମଣିଷ ତ ମଣିଷ ପଶୁପକ୍ଷୀ ମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ଗୋଟିଏ ପଟରେ ଜଙ୍ଗଲ ଅବକ୍ଷୟ ସହିତ ବନାଗ୍ନି ଯୋଗୁଁ ପରିବେଶ ଅଧିକ ଉତ୍ତପ୍ତ ହେବାରେ ଲାଗିଛି । ଅନ୍ୟପଟେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଯୋଗୁ ବାଦୁଡିଙ୍କ ପାଇଁ ପରିଚୟ ସୃଷ୍ଟି କରିଥିବା ସ୍ଥାନ ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲି ହୋଇ ପଡ଼ୁଛି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବନାଗ୍ନି ହାର କମୁଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ମଧ୍ୟ ବନ୍ୟଜନ୍ତୁ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି ।

ତେବେ ଗତ ଦୁଇ ଦିନ ମଧ୍ୟରେ ବନଖଣ୍ଡ ଅଧିକାରୀ ମାନେ 33ଟି ଫାୟାର ପଏଣ୍ଟ ଚିହ୍ନଟ କରିଥିବା କହିଛନ୍ତି । ତେବେ ଯେଉଁଭଳି ଭାବରେ ପାଣି କିମ୍ବା ବନାଗ୍ନି କାରଣରୁ ବନ୍ୟ ଜନ୍ତୁମାନେ ବାହାରକୁ ନଆସନ୍ତୁ ତା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିହା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ପାଇଁ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଓ୍ବାଟର ବଡ଼ି ନିର୍ମାଣ ହୋଇଛି । ତେବେ ବୃଦ୍ଧି ପାଉଥିବା ଉତ୍ତାପ ସିଧାସଳଖ ଜୈବ ବିବିଧତା ତଥା ଜଳବାୟୁ ଉପରେ ଉପରେ ଗଭୀର ପ୍ରଭାବ ପକାଉଥିବା ସେ ସୂଚନା ଦେଇଛନ୍ତି । ସେହିଭଳି ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପାଞ୍ଚଳରେ ବର୍ଷ ବର୍ଷ ଧରି ବିଶାଳକାୟ ଗଛରେ ରହୁଥିବା ବାଦୁଡି ଆଉ ଦେଖାଯାଉନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଧିବାସୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେପଟେ ଗତ ଦୁଇ ଦିନ ହେଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ହାତୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ସାତକୋଶିଆ ଗଣ୍ଡରେ ଘଡିଆଳ ପଲ, 4 ବର୍ଷ ପରେ ଜନ୍ମ ନେଲେ କୁମ୍ଭୀର - Gharial Conservation

ଅନ୍ୟପଟେ ଆକାଶରୁ ହେଉଛି ଅଗ୍ନି ବର୍ଷା । ପ୍ରବଳ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଜିଲ୍ଲାବାସୀ । ଜଙ୍ଗଲ ଅବକ୍ଷୟ ତଥା ବନାଗ୍ନି ଯୋଗୁଁ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡୁଥିବା ସୂଚନା ମିଳିଛି । ଜିଲ୍ଲାରେ ଥିବା ବିଭିନ୍ନ ଜଙ୍ଗଲ ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପ ବୃଦ୍ଧି ପାଉଛି । ବୌଦ୍ଧ ଜିଲ୍ଲାର ଉତ୍ତାପ ସାରା ଦେଶରେ ରେକର୍ଡ଼ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଜିଲ୍ଲାବାସୀ । ଏହି ଗରମ ଯୋଗୁଁ ମଣିଷ ତ ମଣିଷ ପଶୁପକ୍ଷୀ ମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଅବାଧରେ ବ୍ୟାପକ ଗଛକାଟି ମାଫିଆ ମାନେ ବେଆଇନ ଗଞ୍ଜେଇ ଚାଷ କରୁଥିବା ବେଳେ ବର୍ତ୍ତମାନ ଅନେକ ସ୍ଥାନରେ ବନାଗ୍ନି ଯୋଗୁଁ ଉତ୍ତାପ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.