ETV Bharat / state

ଆରମ୍ଭ ହେଲା +2 ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେଠୁ ଫର୍ମ ଫିଲଅପ୍‌ - Plus Two Exam Form Fill Up

author img

By ETV Bharat Odisha Team

Published : Sep 13, 2024, 3:44 PM IST

Plus Two Exam Form Fill Up Dates: ଆରମ୍ଊ ହେଲା ଯୁକ୍ତ ଦୁଇ ପ୍ରସ୍ତୁତି । ଫର୍ମ ଫିଲଅପ୍‌ ପାଇଁ ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା । ପଢ଼ନ୍ତୁ କେବେ ଠାରୁ ଆରମ୍ଭ ଫର୍ମ ଫିଲଅପ୍‌ ।

CHSE Odisha
CHSE Odisha (ETV Bharat Odisha)

ଭୁବନେଶ୍ବର: ଆରମ୍ଭ ହେଲା ଯୁକ୍ତ ଦୁଇ (+2) ପରୀକ୍ଷା ପ୍ରସ୍ତୁତି । ୧୮ ତାରିଖରୁ ଯୁକ୍ତ ଦୁଇ କଳା (Arts), ବାଣିଜ୍ୟ (Commerce), ବିଜ୍ଞାନ (Science) ଏବଂ ଧନ୍ଦାମୂଳକ ଶିକ୍ଷା (vocational) ପରୀକ୍ଷା ପାଇଁ ଫର୍ମ ଫିଲଅପ ଆରମ୍ଭ ହେବ । ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଚାଲିବ ଫର୍ମ ଫିଲଅପ । ଅକ୍ଟୋବର ୪ ତାରିଖରୁ ୧୪ ତାରିଖ ମଧ୍ୟରେ ଯଦି ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରନ୍ତି ତେବେ ୨୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ସେହିପରି ଭାବରେ ନଭେମ୍ବର ୧୧ ତାରିଖରୁ ୧୮ ତାରିଖ ଭିତରେ ଫର୍ମ ପୂରଣ କଲେ ୬୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Plus Two Exam Form Fill Up
Plus Two Exam Form Fill Up (CHSE Odisha)

କେବେ ହେବ ଯୁକ୍ତ ଦୁଇ ପରୀକ୍ଷା ?

Plus Two Exam Form Fill Up
Plus Two Exam Form Fill Up (ETV Bharat Odisha)

ସୂଚନା ମୁତାବକ, ଫେବୃଆରୀ ୧୫ ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଯୋଜନା ରହିଛି । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ନିଜ ନିଜ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା ଶେଷ କରିବେ । ସେହିଭଳି ଇଣ୍ଟରନାଲ ପରୀକ୍ଷା ଚଳିତ ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ...+2 Exam: CHSEର ପ୍ରସ୍ତୁତି ଜୋରଦାର, ନଭେମ୍ବର ୧୫ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ଲାଗିବ CCTV - Exam Preparation By CHSE

ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ:

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର କହିଛନ୍ତି, "ସମସ୍ତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର, ଷ୍ଟ୍ରଙ୍ଗ ରୁମ୍, ଲାବ୍ରୋଟୋରୀ ଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସିସିଟିଭି ନ ଲାଗିଥିଲେ ତୁରନ୍ତ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି ଲାଗିଥିବା କେନ୍ଦ୍ରଗୁଡିକରେ ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ ତାକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି କ୍ୟାମେରାରେ ତାରିଖ ସହ ସମୟ ଆସୁଥିବା ଆବଶ୍ୟକ । ଯେଉଁ ଶିକ୍ଷାନୁଷ୍ଠାନ ପ୍ରଥମ କରି ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିଥିବେ ସେମାନଙ୍କ ପାଇଁ ମଧ୍ୟ ସମାନ ଗାଇଡଲାଇନ ରହିବ ।"

ଏହା ମଧ୍ୟ ପଢ଼ନ୍ତୁ...BSE: ସହଜ ହେଲା +2 ନାମଲେଖା, SAMSକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ - Student Data On SAMS

ଲଗାଯିବ ଅତ୍ୟାଧୁନିକ କ୍ୟାମେରା:

ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚଳନା ସମ୍ପର୍କିତ ଅନ୍ୟ ସ୍ଥାନରେ ଲାଗିବାକୁ ଥିବା ସିସିଟିଭରେ ଅତ୍ୟାଧୁନିକ ଫିଚର ରହିବା ମଧ୍ୟ ଜରୁରୀ କରାଯାଇଛି । ଡିଭିଆର, ଏନଭିଆର, ଇନଷ୍ଟା କ୍ଲାଉଡ୍, ଇଣ୍ଟରନେଟ ସଂଯୋଗ, ଷ୍ଟାଟିକ ଆଇପି ଆଡ୍ରେସ, ଇନଷ୍ଟା କ୍ଲାଉଡ ସିରିଆଲ୍ ନମ୍ବର ଥିବା ଭଲ କମ୍ପାନୀର ଗୁଣାତ୍ମକ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସହଜ ହେଲା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, ଯୁକ୍ତ ଦୁଇ ପିଲା ନେବେ ମାଗଣା କୋଚିଂ - FREE CHOCING FOR COMPETITIVE EXAM

ପରୀକ୍ଷା ସମୟରେ SAMS କରିବ ସହଯୋଗ :
କଲେଜଗୁଡିକ ନିଜର କଲେଜ ନାମ, କୋଡ୍ ନମ୍ବର, ଇଣ୍ଟରନେଟ ପ୍ରୋଭାଇଡର, ସ୍ପିଡ୍, ଡିଭିଆର, ଏନଭିଆର ମେକ, ଏହାର ସିରିଆଲ ନମ୍ବର, ୟୁଜର ନାମ ଓ ପାସୱାର୍ଡ ଆଦି SAMS-e-SPACE ମାଧ୍ୟମରେ ଦାଖଲ କରିବେ । ଏଥିସହ ସିସିଟିଭି ଷ୍ଟାଟସ ଲିଙ୍କ ମଧ୍ୟ ସେୟାର କରିବେ । ଏହି ସମସ୍ତ କାର୍ଯ୍ୟଧାରା ନ‌ଭେମ୍ବର ୧୫ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.