ETV Bharat / state

ବଲାଙ୍ଗୀରରେ ନିଆରା ହୋଲି; ରଙ୍ଗ ନୁହେଁ ମାଟି କାଦୁଅରେ ଜମିଲା ଖେଳ - Holi 2024 - HOLI 2024

Holi Celebration: ଗତକାଲି ଥିଲା ରଙ୍ଗ ଓ ଖୁସିର ପର୍ବ ହୋଲି । ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ହୋଲି ପାଳନ ହେଉଥିବା ତ ଆପଣ ଦେଖିଥିବେ। ହେଲେ ମାଟି, କାଦୁଅ ଗୋମୁତ୍ର ଓ ନିମ୍ବ ପତ୍ର ବୋଳି ହୋଲି ଖେଳ କଥା କଣ କେବେ ଶୁଣିଛନ୍ତି। ଅଧିକ ପଢ଼ନ୍ତୁ,

ବଲାଙ୍ଗୀରରେ ନିଆରା ହୋଲି
ବଲାଙ୍ଗୀରରେ ନିଆରା ହୋଲି
author img

By ETV Bharat Odisha Team

Published : Mar 27, 2024, 6:34 AM IST

ବଲାଙ୍ଗୀରରେ ନିଆରା ହୋଲି

ବଲାଙ୍ଗୀର: ରଙ୍ଗ ଓ ଖୁସିର ପର୍ବ ହୋଲି । ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ହୋଲି ପାଳନ ହେଉଥିବା ତ ଆପଣ ଦେଖିଥିବେ। ହେଲେ ମାଟି, କାଦୁଅ ଗୋମୁତ୍ର ଓ ନିମ୍ବ ପତ୍ର ବୋଳି ହୋଲି ଖେଳ କଥା କଣ କେବେ ଶୁଣିଛନ୍ତି । ବଲାଙ୍ଗୀର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁ ପାଲି ଗ୍ରାମର ଲୋକେ ଏହିଭଳି ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି ।

ଗତକାଲି ସବୁଠି ଲୋକେ ଧୁମ ଧାମରେ ପାଳନ କରିଛନ୍ତି ରଙ୍ଗର ପର୍ବକୁ । ହେଲେ ବଲାଙ୍ଗୀରର ଭାଲୁ ପାଲି ଗ୍ରାମରେ ଏହାକୁ ନିଆରା ଢଙ୍ଗରେ ପାଳନ କରି ଏବେ ଚର୍ଚ୍ଚାରେ ଆସିଛି । ତେବେ ଏମାନେ କୁତ୍ରିମ ରଙ୍ଗ ବଦଳରେ ମାଟି ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀରେ ଖେଳିଛନ୍ତି ହୋଲି । ସାଧାରଣ ମାଟି, ଗୋମୁତ୍ର, ଗୋଲାପ ଜଳ, ନିମ୍ବ ପତ୍ର ରସ ଓ ହଳଦୀକୁ ଏମାନେ ରଙ୍ଗ ଭାବରେ ବ୍ୟବହାର କରି ହୋଲି ଖେଳିଛନ୍ତି । ତେବେ ଗାଁର କିଛି ବୁଦ୍ଧିଜୀବୀ ଓ ଯୋଗଗୁରୁ ଶେଷ ଦେବ ଶାହଙ୍କ ନେତୃତ୍ୱରେ ଗ୍ରାମବାସୀ ଏଭଳି ନିଆରା ଢଙ୍ଗରେ ହୋଲି ଖେଳିଛନ୍ତି । କୁତ୍ରିମ ରଙ୍ଗ ସ୍ବାସ୍ଥ୍ୟ ପାଇଁ ବିପଦ ହୋଇଥିବା ବେଳେ ନାନାଦି ରୋଗ ଏହାଦ୍ବାରା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ... ଜରାଶ୍ରମର ନିଆରା ପ୍ରୟାସ, ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କ ହୋଲି ଉତ୍ସବ ପାଳନ - HOLI 2024

ସେପଟେ ଏହିସବୁ ପ୍ରାକୃତିକ ସାମଗ୍ରୀରେ ବିଭିନ୍ନ ରୋଗ ନିରାକରଣ ଶକ୍ତି ଥିବା ବେଳେ ଏହାକୁ ବ୍ୟବହାର କଲେ ଶରୀର ଚମଡାକୁ କୌଣସି କ୍ଷତି ପହଞ୍ଚିବ ନାହିଁ ଓଲଟା ଏହା ଚମଡା ଓ କେଶ ପାଇଁ ମଧ୍ୟ ଉପାଦେୟ ବୋଲି ଏମାନେ ବିଶ୍ୱାସ କରନ୍ତି । ସେପଟେ ଏଭଳି ପ୍ରୟାସକୁ ସବୁଠି ଲୋକେ ପ୍ରଶଂସା କରିଛନ୍ତି । ଯେଉଁଥିରେ ଜଣେ ଯୁବ ସାମାଜିକ କର୍ମୀ ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି ଯେ ‘‘ଏଭଳି ପ୍ରୟାସ କରିଥିବାରୁ ଏମାନେ ଧନ୍ୟବାଦର ପାତ୍ର ଅଟନ୍ତି । ଏମାନେ ବ୍ୟବହାର କରୁଥିବା ସବୁ ସାମଗ୍ରୀ ପ୍ରାକୃତିକ ଅଟେ ଓ ସବୁ ସାମଗ୍ରୀର କିଛି ନା କିଛି ଔଷଧିୟ ଗୁଣ ରହିଛି । ଯାହା ସ୍ବାସ୍ଥ୍ୟ ପାଇଁ ହିତକର । ସେହିପରି ଏଭଳି ନୂଆ ପ୍ରୟାସ ଅନ୍ୟ ଲୋକଙ୍କୁ ମଧ୍ୟ ପ୍ରେରିତ କରିବ।’’ ସମାନ ଭାବରେ ଆଗକୁ ଲୋକେ ଏଭଳି କରିବାକୁ ସେ ଅପିଲ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.