ETV Bharat / state

18 ଯୋଦ୍ଧାଙ୍କ ନାଁ ଘୋଷଣା କଲା ବିଜେପି, ପ୍ରାର୍ଥୀଙ୍କ ପ୍ରତିକ୍ରିୟା ଏଥର ପରିବର୍ତ୍ତନ - BJP MP candidate reaction

author img

By ETV Bharat Odisha Team

Published : Mar 25, 2024, 8:14 AM IST

Updated : Mar 25, 2024, 9:52 AM IST

BJP MP candidate reaction: ଓଡ଼ିଶାର 18 ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ନାମ ଘୋଷଣା ପରେ ପ୍ରାର୍ଥୀମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଳୀୟ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରାର୍ଥୀ । ଅଧିକ ପଢନ୍ତୁ

BJP MP candidate reaction
BJP MP candidate reaction

ପ୍ରାର୍ଥୀଙ୍କ ପ୍ରତିକ୍ରିୟା ଏଥର ପରିବର୍ତ୍ତନ

ଭୁବନେଶ୍ୱର: ବିଜେପି 5ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର 18 ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ଲଢିବାକୁ ଯାଉଥିବା ବେଳେ ସମ୍ୱିତ ପାତ୍ର ପୁରୀ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା, ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର, ବାଲେଶ୍ବର ପ୍ରତାପ ଷଡଙ୍ଗୀ ପ୍ରତିଦ୍ବନ୍ଦିତା କରିବେ ।

ସେହିପରି ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ବରଗଡରୁ ପ୍ରଦୀପ ପୁରୋହିତ, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, କୋରାପୁଟରୁ କାଲେରାମ ମାଝୀ, ଆସିକାରୁ ଅନୀତା ଶୁଭଦର୍ଶିନୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେବ, ବଲାଙ୍ଗୀରରୁ ସଂଗୀତା ସିଂହଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜରୁ ନବଚରଣ ମାଝୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମ ଓ କେନ୍ଦୁଝରରୁ ଅନନ୍ତ ନାଏକ ଟିକେଟ ପାଇଛନ୍ତି । ମୋଟ 18ଟି ପ୍ରମୁଖ ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ 3 ସଂସଦୀୟ କ୍ଷେତ୍ର କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା: ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସମ୍ବଲପୁର ଆସନରୁ ଲଢିବାକୁ ଯାଉଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, " ମୋର ପୁରା ଆଶା ସମ୍ବଲପୁରର ଭାଇ ଭଉଣୀମାନେ ତଥା ଓଡ଼ିଶାର ଭାଇ ଭଉଣୀମାନେ ଏଥର ଓଡ଼ିଶାରେ ଗତ 10 ବର୍ଷର ଅନୁଭବକୁ ସାକ୍ଷୀ ରଖି ଯେଉଁପ୍ରକାର କଲ୍ୟାଣକାରୀ ଯୋଜନା ଦେଶରେ ଓ ରାଜ୍ୟରେ ହୋଇଛି ଏବଂ ଆଗାମୀ 2047 ମସିହା ପର୍ଯ୍ୟନ୍ତ ଭାରତକୁ ଏକ ବିକଶିତ ଦେଶ ଓ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିର ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ବି ଲାଗୁ ହେବ । ପୁରା ବିଶ୍ୱାସ ଓଡ଼ିଶାର ବିକାଶ ଓ ବିକଶିତ ଓଡ଼ିଶା ପାଇଁ ଜନତା ଆଶୀର୍ବାଦ କରିବେ ।"

ନବରଙ୍ଗପୁର ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପ୍ରତିକ୍ରିୟା: ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଦଳୀୟ ନେତାମାନଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଲୋକମାନେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି ଯାହା ସବୁଠୁ ବଡ ମୁଦ୍ଦା ଅଟେ ।

ଏହାମଧ୍ୟ ପଢନ୍ତୁ.. 5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ - BJP Releases 5th List

ଖୁସି ଜାହିର କଲେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ: ମୟୂରଭଞ୍ଜ ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନବ ଚରଣ ମାଝୀ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନବ ଚରଣ ମାଝୀ ବର୍ତ୍ତମାନ ରାଇରଙ୍ଗପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ୨୦୦୮ ମସିହାରୁ ୨୦୧୩ ମସିହାରେ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ହୋଇଥିଲେ । ତେବେ ୨୫ ବର୍ଷରୁ ଅଧିକ ହେବ ସେ ଭାରତୀୟ ଜନତା ପାର୍ଟିରେ ଅଛନ୍ତି । ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ସଭାପତି ଥିବାବେଳେ ବର୍ତ୍ତମାନ ନବ ଚରଣ ମାଝୀ ବିଜେପିର ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଉଛନ୍ତି । ତେବେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଭାବେ ନାମ ଘୋଷଣା ହେବା ପରେ ସେ ଅତ୍ୟନ୍ତ ଖୁସି ଓ ଉତ୍ସାହ ଥିବାବେଳେ ସାଂସଦ ଭାବରେ ନିର୍ବାଚନ ଜିତିଲେ ସେ କେନ୍ଦ୍ରର ସମସ୍ତ ଯୋଜନା ଉପରେ କାର୍ଯ୍ୟ କରିବେ ଓ ମୟୂରଭଞ୍ଜ ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ବ ଦେବେ । ତାଙ୍କ ନାମ ଘୋଷଣା ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡା , ଅମିତ ଶାହା, କେନ୍ଦ୍ରୀୟ ନେତା ଓ ରାଜ୍ୟର ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସଙ୍ଗୀତା ସିଂହଦେଓଙ୍କ ଦୃଢୋକ୍ତି ଏଥର ବି ମିଳିବ ଜନତାଙ୍କ ଆଶୀର୍ବାଦ: ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ସମସ୍ତ ବିଜେପି ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଙ୍ଗୀତା କୁମାରୀ ସିଂହଦେଓ । ମୋଦିଙ୍କ ଲୋକପ୍ରିୟତା ଓ ତାଙ୍କର ବଲାଙ୍ଗୀର ପ୍ରତି ସେବା ଓ ଉନ୍ନତିମୂଳକ କାର୍ଯ୍ୟ ଯୋଗୁଁ ମଧ୍ୟ ଏଥର ଲୋକେ ତାଙ୍କୁ ବାଛିବେ ବୋଲି ସେ କହିଛନ୍ତି । ସେହିପରି ବିକଶିତ ଭାରତ ଉପରେ ସମସ୍ତଙ୍କର ବିଶ୍ୱାସ ରହିଛି ତଥା ବିଜେପିର କାର୍ଯ୍ୟ ଉପରେ ମଧ୍ୟ ସମସ୍ତଙ୍କର ବିଶ୍ୱାସ ଅଛି ଯାହା ତାଙ୍କୁ ସଫଳ କରିବ ବୋଲି ସେ କହିଛନ୍ତି ।

ସେହିଭଳି ବ୍ରହ୍ମପୁର ଆସନରୁ ଲଢିବାକୁ ଯାଉଥିବା ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ, ଜେ ପି ନଡ୍ଡା, ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଭଦ୍ରକ ଆସନରୁ ଲଢିବାକୁ ଯାଉଥିବା ଅଭିମନ୍ୟୁ ସେଠୀ ମଧ୍ୟ ନିଜ ପ୍ରତିକ୍ରିୟାରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି ନିଶ୍ଚିନ୍ତ ବିଜୟୀ ହେବି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 25, 2024, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.