ETV Bharat / state

ବରଗଡ଼ ଧନୁଯାତ୍ରାକୁ ଫିକା କରିଦେଲା ଅଦିନିଆ ବର୍ଷା

author img

By ETV Bharat Odisha Team

Published : Jan 25, 2024, 10:18 AM IST

Updated : Jan 25, 2024, 1:18 PM IST

Baragarh Dhanu Yatra: ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ଫିକା କଲା ତୁହାକୁ ତୁହା ବର୍ଷା । ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ । ଅଧିକ ପଢନ୍ତୁ

Baragarh Dhanu Yatra
Baragarh Dhanu Yatra

Baragarh Dhanu Yatra

ବରଗଡ: ଅଦିନିଆ ବର୍ଷା ଯୋଗୁଁ ଫିକା ପଡ଼ିଲା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଲଗାତର 5 ଦିନ ହେଲା ତୁହାକୁ ତୁହା ବର୍ଷା ସହିତ ପ୍ରବଳ ଶୀତ ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ଫିକା କରିଦେଇଛି । ଏନେଇ ଦୂର ଦୁରନ୍ତରୁ ଆସିଥିବା ବହୁ ବ୍ୟାପାରୀଙ୍କୁ କ୍ଷତି ସହିବାକୁ ପଡିଛି । ତେବେ ବର୍ଷା ହେବା ନେଇ ପୂର୍ବ ସୂଚନା ରହିଥିଲେ ସୁଦ୍ଧା ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ସୁବିଧା କରାଯାଇନାହିଁ । ଫଳରେ ଅନେକ ମହିଳା SSG ତଥା ଅନେକ ଛୋଟ ଛୋଟ ଅନୁଷ୍ଠାନ ବିକ୍ରି ପାଇଁ ଆଣିଥିବା ନିଜର ସାମଗ୍ରୀ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ।

ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏହି ଯାତ୍ରାରେ ପ୍ରବଳ ଦର୍ଶକଙ୍କ ସମାଗମ ହୋଇଥାଏ। 11 ଦିନ ଧରି ଚାଲିଥିବା ବରଗଡର ଧନୁଯାତ୍ରାରେ ବ୍ୟାପାରୀମାନେ ଭଲ ରୋଜଗାର କରନ୍ତି । ଯାହା ଫଳରେ ଦେଶର କୋଣ ଅନୁକୋଣରୁ ବିଭିନ୍ନ ପ୍ରକାରର ସାମଗ୍ରୀ ନେଇ ବ୍ୟାପାର ପାଇଁ ସମସ୍ତେ ପହଞ୍ଚି ଯାଇଥାନ୍ତି । ସେହିପରି ମିଶନ ଶକ୍ତି ଯୋଜନାରେ ରାଜ୍ୟର 30 ଗୋଟି ଜିଲ୍ଲାର SSG ମାଆମାନଙ୍କୁ ବ୍ୟାପାରର ସୁଯୋଗ ଦେବା ଉଦ୍ଦେଶ୍ୟରେ ପଲ୍ଲିଶ୍ରୀ ମେଳାରେ ମାଗଣାରେ ସ୍ଥାନ ଦିଆଯାଇଥାଏ । ତେଣୁ ପ୍ରତି ବର୍ଷ ଏହି ପଲ୍ଲିଶ୍ରୀ ମେଳାକୁ ହଜାର ହଜାର ମହିଳା ଆସି ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଭଲ ରୋଜଗାର କରିଥାନ୍ତି । ମାତ୍ର ଏହି ପଲ୍ଲିଶ୍ରୀ ମେଳାରେ ପ୍ରଶାସନର ଲାଭ ହେଉ ନ ଥିବାରୁ ମିନା ବଜାରଠାରୁ ପଲ୍ଲିଶ୍ରୀ ମେଳାକୁ ଅନ୍ୟତ୍ର ଜିରା ନଦୀକୂଳକୁ ଠେଲି ଦିଆଯାଇଛି । ସେଠାରେ ମିନା ବଜାର ପରି ଭିଡ଼ ହେଉନଥିବା ବେଳେ ବିକ୍ରି ମଧ୍ୟ ସେତିକି ପରିମାଣରେ ହେଉନାହିଁ । ତେଣୁ ଦୂର ଦୂରାନ୍ତରୁ ରୋଜଗାର ପାଇଁ ନିଜ ପରିବାର ଛାଡ଼ି ଆସୁଥିବା ଅନେକ ମହିଳାଙ୍କୁ କ୍ଷତି ସହିବାକୁ ପଡୁଛି ।

ଏହା ମଧ୍ୟ ପଡନ୍ତୁ- ବରଗଡ଼ ଧନୁଯାତ୍ରା: କୃଷ୍ଣଙ୍କ ବାଲ୍ୟ ଲୀଳାରେ ଦୁଲୁକୁଛି ଗୋପପୁର

ଯାହାଫଳରେ ପୂର୍ବପରି SSG ମହିଳାମାନଙ୍କୁ ଚଳିତ ବର୍ଷ ପଲ୍ଲିଶ୍ରୀରେ ଦେଖିବାକୁ ମିଳିନି । ଅନ୍ୟପଟେ ଚଳିତବର୍ଷ ଯାତ୍ରା ଆରମ୍ଭ ହେବାର 3 ଦିନ ପରେ ଅଦିନିଆ ବର୍ଷା ଆରମ୍ଭ ହୋଇଯାଇଥିଲା ଏବଂ ମେଘୁଆ ପାଗ ପାଇଁ ବିକ୍ରି ହେବାତ ଦୂରର କଥା ବର୍ଷା ପାଣି ଷ୍ଟଲ ଭିତରକୁ ପଶି ସମସ୍ତ ଦ୍ରବ୍ୟ ପାଣିରେ ଭିଜି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ବର୍ଷା ହେବାର ଆଗୁଆ ସୂଚନା ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ନଦୀ କୂଳରେ ଅଳ୍ପ ବର୍ଷା ହେଲା ମାତ୍ରେ ରାସ୍ତା କାଦୁଅ , ଷ୍ଟଲ ଭିତରେ ପାଣି , ଷ୍ଟଲ ବାହାରେ ଆଣ୍ଠୁଏ ପାଣି । ଏପରି ସ୍ଥିତିରେ ଯାହାର ଦ୍ରବ୍ୟ ନଷ୍ଟ ହୋଇଛି ସେହି ମହିଳାମାନେ ଯାତ୍ରା ଶେଷ ହେବା ପୂର୍ବରୁ ନିଜ ଘରକୁ ଖାଲି ହାତରେ ଫେରିଥିବା ଦେଖିବାକୁ ମିଳିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମ୍ନ ମାନର ଷ୍ଟଲ ପ୍ରଦାନ କରାଯାଇଥିବା କାରଣରୁ ଷ୍ଟଲ ଭିତରେ ପ୍ରବଳ ପାଣି ଭର୍ତ୍ତି ହୋଇଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବିକ୍ରେତା ।

ଇଟିଭି ଭାରତ, ବରଗଡ

Last Updated : Jan 25, 2024, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.