ETV Bharat / state

ଓଡିଶାରେ ଜଙ୍ଗଲରାଜ ଚାଲିଛି, ହଟାଇବାକୁ ପଡିବ: ଶିବରାଜ ସିଂ ଚୌହ୍ବାନ

author img

By ETV Bharat Odisha Team

Published : Feb 13, 2024, 10:08 PM IST

ଓଡିଶାରେ ଚାଲିଛି ଆଉଟସୋର୍ସିଂ ସରକାର। କେନ୍ଦ୍ରୀୟ ଯୋଜନାକୁ ହଡପ କରି ଏଠି ରି- ବ୍ରାଣ୍ଡି କରାଯାଉଛି । ଜୀବିତ ବ୍ୟକ୍ତିଙ୍କୁ ଏଠାରେ ମୃତ ସଜାଇ ଦିଆଯାଇଛି। ଏଠି ନୀତି ଅଛି ନା ନିୟମ । ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶାସନକୁ ଲିଚରେ ଦେଇଛନ୍ତି । ଏଭଳି ସମାଲୋଚନା କରିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହ୍ବାନ। ଅଧିକ ପଢନ୍ତୁ

ଓଡିଶାରେ ଜଙ୍ଗଲରାଜ ଚାଲିଛି ହଟାଇବାକୁ ପଡିବ: ଶିବରାଜ ସିଂ ଚୌହ୍ବାନ

ଜଗତସିଂହପୁର: ଓଡିଶାରେ ଚାଲିଛି ଆଉଟସୋର୍ସିଂ ସରକାର । କେନ୍ଦ୍ରୀୟ ଯୋଜନାକୁ ହଡପ କରି ଏଠି ରି-ବ୍ରାଣ୍ଡି କରାଯାଉଛି । ଜୀବିତ ବ୍ୟକ୍ତିଙ୍କୁ ଏଠାରେ ମୃତ ସଜାଇ ଦିଆଯାଇଛି । ଏଠି ନୀତି ଅଛି ନା ନିୟମ । ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶାସନକୁ ଲିଜରେ ଦେଇଛନ୍ତି । ମହିଳା ଶିଶୁଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ।

ଦିନିକିଆ ଜଗତସିଂହପୁର ଗସ୍ତରେ ଆସି ଶିବରାଜ କହିଛନ୍ତି, ‘‘ଓଡିଶାରେ ଚାଲିଛି ଆଉଟସୋର୍ସିଂ ସରକାର । କେନ୍ଦ୍ରୀୟ ଯୋଜନାକୁ ହଡପ କରି ଏଠି ରି-ବ୍ରାଣ୍ଡି କରାଯାଉଛି । ଜୀବିତ ବ୍ୟକ୍ତିଙ୍କୁ ଏଠାରେ ମୃତ ସଜାଇ ଦିଆଯାଇଛି । ଏଠି ନୀତି ଅଛି ନା ନିୟମ । ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶାସନକୁ ଲିଜରେ ଦେଇଛନ୍ତି । ମହିଳା ଶିଶୁଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଦୁର୍ନୀତିର ସବୁ ସୀମା ଏଠାରେ ଟପିଛି । ଓଡିଶାର ବିକାଶ ପାଇଁ ମୋଦି ସରକାର ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନାହିଁ । କେନ୍ଦ୍ରରୁ ମୋଦି ଟଙ୍କା ପଠାଉଛନ୍ତି ଏଠି ନବୀନ ଠପ୍ପା ଲଗାଇ ରାଜନୀତି କରୁଛନ୍ତି । ’’

ଅଧିକ ପଢନ୍ତୁ- ଓଡ଼ିଶାରେ ବିଜେପି ନେତା ଶିବରାଜ ସିଂ ଚୌହାନ, କହିଲେ "ଆଉଟସୋର୍ସିଂରେ ଚାଲିଛି ନବୀନ ସରକାର "

ସେହିପରି ଶିବରାଜ କହିଛନ୍ତି, "କେନ୍ଦ୍ରରେ ବିଜେପି ସରକାର ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି ତାହା ସ୍ବାଧୀନତା ପରେ କେବେ ସମ୍ଭବ ହୋଇ ନଥିଲା । କଂଗ୍ରେସ ଶାସନ କ୍ଷମତାରେ ଥିବାବେଳେ ଗୋଟେ ପଟେ ପାକିସ୍ତାନ ଆତଙ୍କି ସୃଷ୍ଟି କରିଥିଲା ତ ଅନ୍ୟପଟେ ଚାଇନା ସୀମାରେ ପଶି ଅରାଜକତା ଚଲାଉଥିଲା । କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଏବେ ପାକିସ୍ତାନ ହେଉ କି ଚାଇନା ସମସ୍ତେ ଭୟଭୀତ । ସୀମାରେ ଅନୁପ୍ରବେଶ ବନ୍ଦ ହୋଇଛି ।"

ଶିବରାଜ କହିଛନ୍ତି ମୋଦି ସରକାର ପ୍ରତ୍ୟେକଙ୍କୁ ମାଗଣା ରାସନ ଯୋଗାଉଥିବା ବେଳେ ଓଡ଼ିଶାରେ ନବୀନ ବାବୁ ନିଜ ନାମରେ ଛାପ ଦେଇ ବାହାବାହା ନେଉଛନ୍ତି । ଯାହା ସାଧାରଣ ଲୋକେ ବୁଝି ସାରିଲେଣି । ସାଧାରଣ ନିର୍ବାଚନ ଆଉ ଅଳ୍ପଦିନ ବାକି ରହିଛି । ଓଡ଼ିଶାରେ ଯେଉଁ ଜଙ୍ଗଲ ରାଜ ଚାଲିଛି ତାକୁ ହଟାଇବାକୁ ପଡିବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହୋଇପାରିବ । ଓଡ଼ିଶାରେ ଦୀର୍ଘ 24 ବର୍ଷ ଧରି ଯେଉଁ ସରକାର ଚାଲିଛି ସେ ସରକାର ଦୁର୍ନୀତିରେ ଉବୁଟୁବୁ ହେଲାଣି । ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀମାନେ ଭିତରେ ଅସନ୍ତୋଷ ଥିଲେ ମଧ୍ୟ ପ୍ରକାଶ କରିବାକୁ ସାହସ ଜୁଟାଇ ପାରୁ ନାହାଁନ୍ତି । ଏହି ଦୁର୍ନୀତି ଗ୍ରସ୍ତ ସରକାରକୁ ହଟାଇବା ପାଇଁ ଏବେ ସମୟ ଆସିଛି । ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ପାଇଁ ଜଗତସିଂହପୁର ଲୋକସଭା ଆସନର ସମସ୍ତ 7ଟି ବିଧାନସଭା ନିର୍ବାଚନରେ ଉଭୟ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି ଶିବରାଜ ।

ଆଜି ଜଗତସିଂହପୁର ସଂସଦୀୟ କ୍ଷେତ୍ରକୁ ଦିନିକିଆ ଗସ୍ଥରେ ଆସିଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ । ନିର୍ଦ୍ଧାରିତ ସମୟ ଅପରାହ୍ନ 2.30ରୁ ପ୍ରାୟ ଦେଢଘଣ୍ଟା ବିଳମ୍ବରେ ଜଇସୋଳ ନିକଟରେ ପହଞ୍ଚିବା ପରେ ସେଠାରୁ ବିଜେପି କର୍ମୀମାନେ ଏକ ମଟର ସାଇକେଲ ରାଲିରେ ସଭାସ୍ଥଳକୁ ଆଣିଥିଲେ । ଜଗତସିଂହପୁର ସହରର ଗଣତନ୍ତ୍ର ଛକ ନିକଟସ୍ଥ ପଡିଆରେ ସାଧାରଣ ସଭା ହୋଇଥିଲା । କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପ୍ରଭାରୀଙ୍କ ସମେତ 7ଟି ବିଧାନସଭା କ୍ଷେତ୍ରୀୟ ନେତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.