ETV Bharat / state

ବରଗଡ଼ ଝିଅ ଦୁକିତା ରଣା ମାଟ୍ରିକ ଟପ୍ପର; ୯୦% ରଖି ଏବେ ଚର୍ଚ୍ଚାରେ - Bargarh Matric Topper

MATRIC TOPPER Dukita Rana Success: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଗରିବୀ । ଚଳିତ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ରଖି ବରଗଡ଼ର ସାଧାରଣ ଚାଷୀ ପରିବାରର ଝିଅ ଦୁକିତା ରଣା ଟପ୍ପର ହୋଇଛନ୍ତି । ଏହି ସଫଳତା ହାସଲ କରି ସେ ନିଜ ଗାଁ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 30, 2024, 3:33 PM IST

ବରଗଡ଼ ଝିଅ ଦୁକିତା ରଣା ମାଟ୍ରିକ ଟପ୍ପର; ୯୦% ରଖି ଏବେ ଚର୍ଚ୍ଚାରେ
ବରଗଡ଼ ଝିଅ ଦୁକିତା ରଣା ମାଟ୍ରିକ ଟପ୍ପର; ୯୦% ରଖି ଏବେ ଚର୍ଚ୍ଚାରେ (ETV Bharat Odisha)

ବରଗଡ଼: ଚର୍ଚ୍ଚାରେ ବରଗଡ଼ ଝିଅ ଦୁକିତା ରଣା । ପଙ୍କରୁ ପଦ୍ମ ଜାତ ଭଳି ଅତି ସାଧାରଣ ଚାଷୀର ଝିଅ ଦୁକିତା ଆଜି ଅମ୍ବାଭୋନା ଭଳି ଉପାନ୍ତ ପାହାଡି ଇଲାକାରୁ ବଣମଲ୍ଲି ସାଜି ମେଟ୍ରିକ୍ ପରୀକ୍ଷାରେ ୯୦.୦୫ ଶତକଡ଼ା ମାର୍କ ରଖି ଅଞ୍ଚଳପାଇଁ ଗୌରବ ସାଜିଛନ୍ତି ।

ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ଦୁକିତା

ଦୁକିତା ରଣା, ବରଗଡ଼ ଜିଲ୍ଲା ଉପାନ୍ତ ପାହାଡି ଇଲାକାର କଣ୍ଢେଇପାଲି ନାମକ ଛୋଟିଆ ଗାଁରେ ଏକ ସାଧାରଣ ଚାଷୀ ପରିବାରରେ ତାଙ୍କ ଜନ୍ମଗ୍ରହଣ ହୋଇଥିବା ବେଳେ ଦୁକିତାଙ୍କ ବାପା ଜଣେ ସାଧାରଣ ଚାଷୀ । ସେ ଗରିବ ପରିବାରରେ ବଢିଥିଲେ ହେଁ ଚଳିତ ମାଟ୍ରିକ୍ ପରୀକ୍ଷାରେ 90.05ମାର୍କ ରଖି ପରିବାର ତଥା ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିଛନ୍ତି । ଏଥିସହ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ସାଜିଛନ୍ତି । ତେବେ ଦୁକିତା ଭବିଷ୍ୟତରେ ଡ଼ାକ୍ତର ହେବେ ବୋଲି ସ୍ୱପ୍ନ ଦେଖିଛନ୍ତି । ସେପଟେ ବିରାଟ ସ୍ବପ୍ନକୁ ନେଇ ବଞ୍ଚୁଥିବା ବଣମଲ୍ଲି ଦୁକିତାକୁ ନେଇ ଅଞ୍ଚଳବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି ।

ବାପାଙ୍କ ସ୍ୱପ୍ନ ପୁରା କଲେ ଦୁକିତା

ବାପା ମାତ୍ର ଦେଢ଼ରୁ ଦୁଇ ଏକର ଜମି ଚାଷ କରି ଦୁଇଟି ଝିଅକୁ ପାଠ ପଢେଇବାର ବୋଝ ସାଙ୍ଗକୁ ସ୍ତ୍ରୀ ଓ ବୃଦ୍ଧ ବାପା, ମା’ ଏତେ ବଡ ପରିବାରକୁ ପ୍ରତିପୋଷଣ କରିଥାନ୍ତି । ତଥାପି ମଧ୍ୟ ଦୁକିତାର ବାପା ହାର ନ ମାନି ଦୁଇ ଝିଅଙ୍କୁ ପାଠ ପଢ଼ାଇ ବଡ଼ ଲୋକ କରିବାର ସ୍ବପ୍ନ ଦେଖିଛନ୍ତି । ତେବେ ଝିଅ ମାନେ ମଧ୍ୟ ବାପାଙ୍କ କଷ୍ଟ ବୁଝି ତାଙ୍କୁ ନିରାଶ ହେବାକୁ ଦେଇନାହାନ୍ତି । ଦୁକିତାର ବଡ଼ ଭଉଣୀ B.ED ପାଠ ଅଧ୍ୟୟନ କରୁଥିବା ବେଳେ ଦୁକିତା ମଧ୍ୟ କଠିନ ପରିଶ୍ରମ କରି ନିଜ ଅଧ୍ୟବସାୟ ବଳରେ 90.05 ମାର୍କ ରଖି ନିଜ ପରିବାରର ସମ୍ମାନ ବଢାଇଛନ୍ତି । ଅଭାବ, ଅନଟନ ସତ୍ତ୍ୱେ ଦୃଢ ଇଚ୍ଛା ଶକ୍ତି ଦୁକିତାକୁ ସଫଳତା ହାସଲ ପାଇଁ ରୋକିପାରିଲା ନାହିଁ ।

ଖୁସିବ୍ୟକ୍ତ କଲେ ପରିବାର ସହ ପ୍ରଧାନଶିକ୍ଷକ

ଦୁକିତାଙ୍କ ବାପା ଏବଂ ମାଆ ଝିଅର ସଫଳତା ଦେଖି ବେଶ ଖୁସି ହୋଇଥିବା ବେଳେ ଆଗାମୀ ଦିନରେ ସେ ଯାହା ସ୍ୱପ୍ନ ଦେଖିଛି ତାହା ପୂରଣ କରିବ ଏବଂ ଆମେ ତାକୁ ସମର୍ଥନ କରିବୁ ବୋଲି କହିଛନ୍ତି । ସେପଟେ ଦୁକିତାଙ୍କ ସ୍କୁଲ ପ୍ରଧାନ ଶିକ୍ଷକ ମଧ୍ୟ ତାଙ୍କ ସଫଳତାରେ ବେଶ ଖୁସି ହୋଇଥିବା ବେଳେ ସେ ସ୍କୁଲ ଏବଂ ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି । ଏଥିସହ ସେ ନିଶ୍ଚୟ ଆଗାମୀ ଦିନରେ ଡାକ୍ତର ହେବା ସ୍ୱପ୍ନ ପୁରା କରିବେ ବୋଲି କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଟୋ ଚାଳକଙ୍କ ଝିଅ ମାଟ୍ରିକ ଟପ୍ପର, 92% ମାର୍କ ଆଣି ଚର୍ଚ୍ଚାରେ ଶୁଭଶ୍ରୀ

ବରଗଡ଼, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.