ETV Bharat / state

ଚାନ୍ଦବାଲିରେ ନିର୍ବାଚନୀ ହିଂସା, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ - Election Violence

author img

By ETV Bharat Odisha Team

Published : May 31, 2024, 8:16 AM IST

Election Violence: ନିର୍ବାଚନ ପୂର୍ବରୁ ଭଦ୍ରକରେ ରକ୍ମୁଖା ବିଜେଡି କର୍ମୀ । ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ବିଜେଡି କର୍ମୀ ମରଣାନ୍ତଙ୍କ ଆକ୍ରମଣ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ELECTION VIOLENCE
ELECTION VIOLENCE (ETV BHARAT ODISHA)

ଭଦ୍ରକ: ଭଦ୍ରକରେ ନିର୍ବାଚନ ପୂର୍ବରୁ ହିଂସା । ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ବିଜେଡି କର୍ମୀ । ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଳାଷଙ୍କ ସହ ତାଙ୍କ 20 ଜଣ ସାଥିଙ୍କୁ ବିଜେଡି କର୍ମୀ ମାନେ ଆକ୍ରମଣ କରିଛନ୍ତି । ପରାଜୟ ଭୟରେ ବିଜେଡ଼ିର କର୍ମୀ ମାନେ ବିଜେପି କର୍ମୀଙ୍କୁ ଏହିପରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳା ପଞ୍ଚାୟତର ଖପୁରିଆ ଛକ ନିକଟରେ ଗତକାଲି ବିଜେଡ଼ି ଦଳର କିଛି କର୍ମୀ ମାନେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିର ଅଭିଳାଷଙ୍କ ସହ 4 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ପ୍ରଥମେ ସେମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ELECTION VIOLENCE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ନିଆଳିରେ ନିର୍ବାଚନୀ ହିଂସା; ପ୍ରଚାର ଗାଡି ଡ୍ରାଇଭର, ସରପଞ୍ଚ ଓ ସମିତିସଭ୍ୟାଙ୍କୁ ମାଡ଼ ଅଭିଯୋଗ - Election violence in Niali

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ରହିଥିଲା । ପ୍ରଚାର ସାରି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ତାଙ୍କ ସାଥି ମାନେ ଫେରୁଥିବା ବେଳେ ପୁରିଆ ଛକ ନିକଟରେ କିଛି ବିଜେଡି କର୍ମୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏଥି ସହ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ । ପରିସ୍ଥିତି ଭୟଙ୍କର ହେବାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ପରେ 4 ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଆକ୍ରମଣ ଘଟଣାରେ କରଞ୍ଜମାଳାର ସରପଞ୍ଚ ରମେଶ ନାୟକ, ଦିଲୁ ନାୟକ, ମଣ୍ଟୁ ନାୟକ, ଜଣେ ପ୍ରାଥମିକ ସ୍କୁଲର ଶିକ୍ଷାକ ମନା ମହାନ୍ତି, ସ୍ଥାନୀୟ ଠିକାଦାର ସୁଦର୍ଶନ ମଲ୍ଲିକ, କରଞ୍ଜମାଳ ୱାର୍ଡ଼ ମେମ୍ବର ଧୂଷା ମଣ୍ଡଳଙ୍କ ସମେତ 80 ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ନିର୍ବାଚନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନଥିବା କହିଛନ୍ତି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି। ଅନ୍ୟ ପକ୍ଷରେ ଏହି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମନମୋହନ ସାମଲ। ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.