ETV Bharat / state

ଇଭେଣ୍ଟ କଲେ ଭାଷା ବଞ୍ଚିବନି, ଦରଦ ରହିବା ଦରକାର: ବିଧାୟକ ସୂର୍ଯ୍ୟବଂଶୀ ସୁରଜ

author img

By ETV Bharat Odisha Team

Published : Feb 5, 2024, 7:42 PM IST

MLA Suryabanshi Suraj On World Odia Language Conference: ଓଡିଶା ସରକାରଙ୍କ ପକ୍ଷରୁ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀକୁ ସ୍ବାଗତ କରିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ । କିନ୍ତୁ ଓଡ଼ିଆ ଭାଷାକୁ ଅନର୍ଥ କରିବାକୁ ସେ ନିନ୍ଦା କରିଛନ୍ତି । ବଡ଼ ଇଭେଣ୍ଟ କରିଦେଲେ ଓଡ଼ିଆ ଭାଷା ବଞ୍ଚିଯିବ ନାହିଁ । ଅଧିକ ପଢନ୍ତୁ

ଇଭେଣ୍ଟ କଲେ ଭାଷା ବଞ୍ଚିବନି, ଦରଦ ରହିବା ଦରକାର : ବିଧାୟକ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀକୁ ସ୍ୱାଗତ କରିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ । କିନ୍ତୁ ଓଡ଼ିଆ ଭାଷାକୁ ଅନର୍ଥ କରିବାକୁ ସେ ନିନ୍ଦା କରିଛନ୍ତି । ବଡ଼ ଇଭେଣ୍ଟ କରିଦେଲେ ଓଡ଼ିଆ ଭାଷା ବଞ୍ଚିଯିବ ନାହିଁ । ଇଭେଣ୍ଟ ସହ ଭାଷା ପ୍ରତି ଦରଦ ପ୍ରଦର୍ଶନ କରିବାର ଆବଶ୍ୟକତା ମଧ୍ୟ ଅଛି ବୋଲି ସେ କହିଛନ୍ତି ।

ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଭାଷା ସମ୍ମିଳନୀ ହେବା ସ୍ୱାଗତଯୋଗ୍ୟ । ଆମେ ତାହାର ପରିପନ୍ଥୀ କିମ୍ବା ବିରୋଧୀ ନହୁଁ । ଆମେ ଓଡ଼ିଆ ଭାବେ ଗର୍ବ ଅନୁଭବ କରୁଛୁ । ଆମେ ପ୍ରଥମେ ଓଡିଆ ପରେ ପାର୍ଟି ଓ ତା ପରେ ନେତା । ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମାଟିରୁ ମୁଁ ଆସୁଛି । ତାଳପଦା ଗାଁ ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । କାନ୍ତ କବିଙ୍କୁ ଇଂରାଜୀରେ ଲେଖିକି ଭାଷା ସମ୍ମିଳନୀରେ କଣ୍ଠକବି କହିବାକୁ କୁହାଯିବ । ଏହାଠାରୁ ଦୁର୍ଭାଗ୍ୟ ଜନକ କଥା କିଛି ହୋଇନପାରେ । ପୃଥିବୀ ସାରା ଆସିଥିବା ପଣ୍ଡିତଙ୍କ ଆଗରେ ଆମେ କହିଲେ । ହଲାଣ୍ଡ ଓ ୠଷିଆରୁ ଆସିଥିବା ବିଦେଶୀ ଓଡ଼ିଆ କହୁଛନ୍ତି । ସେମାନେ ଭାବୁଥିବେ ଆମେ କାନ୍ତକବି କହୁଛୁ । ଏଠାରେ କଣ କଣ୍ଠକବି କୁହାଯାଉଛି । ଓଡିଶାରେ ପରିବର୍ତ୍ତନ ହୋଇଗଲା ବୋଲି ଭାବୁଥିବେ । ଏହା ଆମକୁ ଦୁଃଖ ଲାଗୁଛି ।

ଅଧିକ ପଢନ୍ତୁ- ନବୀନ ସରକାରର ଶେଷ ଅଧିବେଶନ; ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ବିକାଶର ଗୋଲାପୀ ଚିତ୍ର

ସେ ଆହୁରି ମଧ୍ୟ କହିଛନ୍ତି ଏକାମ୍ରକୁ ଏକାମ ଲେଖାଯାଉଛି, ଆମକୁ ଦୁଃଖ ଲାଗୁଛି । ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା କହିଲା ବେଳେ ଆଉ ଟିକେ ଶୁଦ୍ଧ କହିଥାନ୍ତେ । ଅଣ ଓଡିଆ ଢଙ୍ଗରେ ଲାଗୁଛି । ନୂଆ ମୁଖିଆ ବି ସେମିତି କହୁଛନ୍ତି । ଭାଷା ସମ୍ମିଳନୀ ହେଉ ଭଲ । ଆମେ ଖୁସି । ସମସ୍ତଙ୍କ ପ୍ରିୟ ଭାଷା । ଭାଷା ବଞ୍ଚିବା ଦରକାର । ପୃଥିବୀ ପୃଷ୍ଠରୁ 300 ଭାଷା ଲୋପ ପାଇବାକୁ ବସିଛି । ଓଡ଼ିଆ ଅନ୍ୟତମ । ଆମ ସମସ୍ତଙ୍କୁ ଚେଷ୍ଟା କରିବାକୁ ପଡିବ । ସରକାରୀ ସ୍ତରରେ ହେଉଥିବା ଚିଠି ପତ୍ର ଓଡ଼ିଆରେ ହେଉ । ସରକାରୀ ଦପ୍ତର ଓ ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ବାଧ୍ୟତାମୂଳକ ହେଉ । ତାହା କାହିଁକି ବାଦ ପଡିବ । ବିବେକ ଜାଗ୍ରତ ହେବା ଦରକାର । ବିଭିନ୍ନ ବିଶ୍ବବିଦ୍ୟାଳୟରେ ଥିବା ଓଡ଼ିଆ ଚେୟାରର ଅବସ୍ଥା କଣ ଅଛି, ସମସ୍ତେ ଜାଣିଛନ୍ତି । ସୀମାନ୍ତ ସ୍କୁଲରେ ଓଡ଼ିଆ ପଢାଯାଉନାହିଁ । ତେଲୁଗୁ, ବଙ୍ଗଳା ଓ ହିନ୍ଦୀ ପଢାଯାଉଛି । ସେ ଅଞ୍ଚଳରେ କେମିତି ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ ବ୍ୟବସ୍ଥା ହେବା ଦରକାର । ବଡ଼ ଇଭେଣ୍ଟ କରିଦେଲେ ଓଡ଼ିଆ ଭାଷା ବଞ୍ଚିଯିବ ନାହିଁ । ଇଭେଣ୍ଟ ସହ ଭାଷା ପ୍ରତି ଦରଦ ପ୍ରଦର୍ଶନ କରିବାର ଆବଶ୍ୟକତା ମଧ୍ୟ ଅଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.