ETV Bharat / state

'ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଫେଲ୍'

author img

By ETV Bharat Odisha Team

Published : Feb 9, 2024, 7:13 AM IST

BJP And BJD Reaction On Bharat Jodo Nyay Yatra: କଂଗ୍ରେସକୁ ଘେରିଲେ ବିଜେଡ଼ି ଏବଂ ବିଜେପି । ବିଜେପି କହିଲା ନ୍ୟାୟ ଯୋଡ଼ ଯାତ୍ରା ଫେଲ୍ ଏବଂ ବିଜେଡ଼ି ଖୁବଶୀଘ୍ର ସମାପ୍ତ ହେବ । ବିଜେଡ଼ି କହିଲା ବିଜେଡ଼ି କାହାକୁ ଭୟ କରୁନାହିଁ, ଓଡ଼ିଶା କହିଲେ ବିଜେଡ଼ି । ଅଧିକ ପଢନ୍ତୁ

'ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଫେଲ'

ରାଉରକେଲା: ରାଜ୍ୟରେ ରାଜନୀତି ପାଣିପାଗ ଉଷ୍ମ ହେଉଛି । ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ସମ୍ପୂର୍ଣ୍ଣ ସରଗରମ କରିଦେଇଛି । ଏହାରି ମଧ୍ୟରେ ନିଜେ ରାହୁଲ ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ଉଭୟ ବିଜେଡି ଏବଂ ବିଜେପି ଉପରେ ରଖିଛନ୍ତି କଡା ମନ୍ତବ୍ୟ । ଏହାକୁ ନେଇ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ ।

ପ୍ରଥମେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ସମୟରେ ବିଜେପି ଏବଂ ବିଜେଡି ଉପରେ ସିଧାସଳଖ ଟାର୍ଗେଟ କରିଥିଲା । ଏକ ସାମ୍ବାଦିକ ସମ୍ମିଳନୀ କରି AICC ସାଧାରଣ ସମ୍ପାଦକ ଜୟରାମ ରମେଶ, AICC NSUI ନେତା କହ୍ନେୟା କୁମାର ଏବଂ ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଅଭିଯୋଗ କରିଥିଲେ ଯେ, ଦେଶରେ ଅବନତି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟର ଅବନତି ପାଇଁ ବିଜେଡ଼ି ସରକାର ଦାୟୀ । ଏହାସହ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, କଂଗ୍ରେସ ସମୟରେ ସ୍ଥାପନ କରିଥିବା ବିଭିନ୍ନ କାରଖାନା ଏବଂ ଶିଳ୍ପ ସହ ବିଭିନ୍ନ ସଂସ୍ଥାକୁ ବର୍ତ୍ତମାନ ବିକ୍ରି କରିବାରେ ଲାଗିଛି କେନ୍ଦ୍ର ସରକାର । ନିଜ ଦୁଇ ବ୍ୟବସାୟୀ ବନ୍ଧୁଙ୍କୁ ସମ୍ପୂର୍ଣ୍ଣ ଦେଶର ବିଭିନ୍ନ ସଂସ୍ଥାକୁ ବିକ୍ରି କରିବାରେ ଲାଗିଛି ବିଜେପି ।

ଏହାସହ ରାଜ୍ୟରେ ବିଜେଡି ଏବଂ ବିଜେପି ମଧ୍ୟରେ ବନ୍ଧୁତା ରହିଛି । ଦୁଇ ଦଳ ସଲାସୁତୁରା ହୋଇ ନିଜର କାମ କରିବାରେ ଲାଗିଛନ୍ତି । ଦୁଇ ଦଳ ମଧ୍ୟରେ କେବଳ ଲୋକ ଦେଖାଣିଆ ଭାବରେ ବିରୋଧ ପ୍ରଦର୍ଶନ ସହ ପଲିଟିକାଲ ଏଜେଣ୍ଡାକୁ ନେଇ କାମ କରୁଛନ୍ତି । ଦେଶରେ ଏକ ଭ୍ରଷ୍ଟାଚାର ଭରା ଶିକ୍ଷା ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି କହ୍ନେୟା କୁମାର । ପୂର୍ବରୁ କଂଗ୍ରେସ ସମୟରେ ଯେଉଁ ଶିକ୍ଷା ନୀତି ଚାଲିଥିଲା ତାହାକୁ ଧୂଳିସାତ କରିବାରେ ଲାଗିଛି ବିଜେପି ବୋଲି ଅଭିଯୋଗ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ପୂର୍ବରୁ ଯେଉଁ ଟଙ୍କା ଖର୍ଚ୍ଚ ହେଉଥିଲା ବର୍ତ୍ତମାନ ସେହି ଟଙ୍କାର କେବଳ ୪୦ ପ୍ରତିଶତ ସରକାର ଶିକ୍ଷା ବ୍ୟବସ୍ଥାକୁ ନେଇ ବଜେଟ ଆଣିଛନ୍ତି । ଯାହା ଏକ ପ୍ରକାର ସମ୍ପୂର୍ଣ୍ଣ ଶିକ୍ଷା ନୀତିକୁ ଚୁରମାର କରିବାରେ ଲାଗିଛି ।

ତେବେ ବିଜେପି ଏହି ସମସ୍ତ ଅଭିଯୋଗ ଉପରେ ମନ୍ତବ୍ୟ ରଖିଛି । ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି ଯେ, କଂଗ୍ରେସର ଏହି ଯାତ୍ରା ସମ୍ପୂର୍ଣ୍ଣ ବିଫଳ । ରାଉରକେଲା ସହରରେ ନ୍ୟାୟ ଯାତ୍ରା ଏକ ପ୍ରକାର ବିଫଳ ହୋଇଛି । ଏହାର ପ୍ରଭାବ କୌଣସି ଠାରେ ପଡ଼ିନାହିଁ । କଂଗ୍ରେସ ଯାହା ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ମିଛ । କେନ୍ଦ୍ରରେ ବିଜେପି ସରକାର କେବେ ପ୍ରଚାର ପ୍ରସାର କରେ ନାହିଁ । କାମ ଏବଂ ଯୋଜନା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥାଏ । ତେବେ ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଆଜି ବିଜେପି ସରକାର ଉପରେ ଲୋକେ ଭରସା କରିଛନ୍ତି ।ପ୍ରଧାନମନ୍ତ୍ରୀ ହୁଏତ ସରକାରୀ ସ୍ତରରେ ରାଜ୍ୟ ସରକାରଙ୍କ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି କିନ୍ତୁ ପାର୍ଟି ସବୁବେଳେ ରାଜ୍ୟ ସରକାରଙ୍କ ଉପରେ ସରକାରର ଅବହେଳାକୁ ଉଠାଇଛି । ପ୍ରଧାନମନ୍ତ୍ରୀ ଦେଶକୁ ଓଲଟି ଉନ୍ନତି କରିବାକୁ ଚେଷ୍ଟା କରୁଛନ୍ତି । ବିଜେପି ବିଜେଡି ସହ ମେଣ୍ଟ ହେବା କଥାରେ କହିଛନ୍ତି ଯେ, ବିଜେପି ମେଣ୍ଟ କରିବ ନାହିଁ ଓଲଟି ବିଜେଡି ଶେଷ ହୋଇଯିବ ।

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଶେଷ ରାହୁଲଙ୍କ ନ୍ୟାୟ ଯାତ୍ରା, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପଞ୍ଚାନ

ସେହିପରି କଂଗ୍ରେସ ଏବଂ ବିଜେପି ରଖିଥିବା ମନ୍ତବ୍ୟକୁ ନେଇ ବିଜେଡ଼ି ମତ ରଖିଛି ଯେ, ବିଜେଡି ଏବଂ ମୁଖ୍ୟମନ୍ତ୍ରୀ କାହାର ଦଳ ସହ କୌଣସି ପ୍ରତିଦ୍ୱନ୍ଦୀ କରନ୍ତି ନାହିଁ । କୌଣସି ରାଜନୈତିକ ମତମନ୍ତବ୍ୟ ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନ କ୍ଷମତା ସବୁଠାରୁ ଭଲ । କଂଗ୍ରେସ ଯାହା ଅଭିଯୋଗ କରୁଛି ତାହା ସମ୍ପୂର୍ଣ୍ଣ ମିଛ । ଦାଦନ କମ୍ କରିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ବାହାରୁ ବିଭିନ୍ନ କମ୍ପାନୀ ବର୍ତ୍ତମାନ ଓଡ଼ିଶାରେ ଆସି ଲୋକଙ୍କୁ ନିଯୁକ୍ତି ଦେବେ । ଲୋକେ ଓଡ଼ିଶାରେ କେବଳ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଛନ୍ତି । ଓଡ଼ିଶାରେ ବିଜେପି କଂଗ୍ରେସ ଆସିବା ସମ୍ପୂର୍ଣ୍ଣ ସ୍ୱପ୍ନ । ବିଜେଡ଼ି ବିଜେପି କ'ଣ କରୁଛନ୍ତି । ତାହା ଉପରେ କଂଗ୍ରେସ ମୁଣ୍ଡ ଖେଳାଇବା ଦରକାର ନାହିଁ । କଂଗ୍ରେସ ଆଗେ ନିଜ ସ୍ଥିତି ସୁଧାରୁ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.