ETV Bharat / state

ଧର୍ମେନ୍ଦ୍ରଙ୍କୁ ବିଜେଡିର ୫ ପ୍ରଶ୍ନ; ‘କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଶିକ୍ଷାର ବିକାଶ ପାଇଁ ଅବଦାନ ଶୂନ’ - bjd targets DHARMENDRA PRADHAN

author img

By ETV Bharat Odisha Team

Published : May 25, 2024, 12:10 PM IST

BJD TARGETS DHARMENDRA: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ବିଜେଡିର ୫ ପ୍ରଶ୍ନ । ଓଡିଶା ଅସ୍ମିତା ସହ ଏସବୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛି ବିଜେଡି । ଏହା ସହ ଦଳ ଜୋରଦାର ଟାର୍ଗେଟ କରିଛି ।

ଧର୍ମେନ୍ଦ୍ରଙ୍କୁ ବିଜେଡିର ୫ ପ୍ରଶ୍ନ
ଧର୍ମେନ୍ଦ୍ରଙ୍କୁ ବିଜେଡିର ୫ ପ୍ରଶ୍ନ (ETV Bharat Odisha)

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେପିକୁ 5 ପ୍ରଶ୍ନ ପଚାରିଲା ବିଜେଡି । ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ କହିଛନ୍ତି ଯେ, ବିଜେପି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ଲଢୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆ ଅସ୍ମିତାକୁ ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଅମର ଉପସ୍ଥାପନ କରିଛନ୍ତି । ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଆ ଅସ୍ମିତା ପାଇଁ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସହ କେନ୍ଦ୍ରମନ୍ତ୍ରୀଙ୍କୁ ୫ ପ୍ରଶ୍ନ ପଚାରିଛନ୍ତି ।

ଓଡ଼ିଆ ଅସ୍ମିତା ନାମରେ ଭୋଟ ମାଗୁଥିବା ଧର୍ମେନ୍ଦ୍ର ବାବୁ କହିବେ କି ଓଡ଼ିଆ ଭାଷା ପ୍ରତି ତାଙ୍କର ଏ ବୈମାତୃକ ମନୋଭାବ କାହିଁକି ? ସମ୍ୱଲପୁରରୁ ବାବୁ ନିର୍ବାଚନ ଲଢ଼ୁଛନ୍ତି । ସମ୍ୱଲପୁରୀ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବାରେ ପଛଘୁଞ୍ଚା କାହିଁକି ?

ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇଙ୍କ ନାମରେ ଜାତୀୟ ସ୍ତରରେ ଚେୟାର ପ୍ରତିଷ୍ଠା କରୁନାହାନ୍ତି କାହିଁକି ?

ସେ ଆସାମରେ ଓଡ଼ିଆ ଲେଖକଙ୍କ ନାମରେ କେତୋଟି ଅନୁଷ୍ଠାନ କରିଛନ୍ତି ?

ଓଡ଼ିଆ ଅସ୍ମିତା ଓ ସମ୍ୱଲପୁରୀ ଅସ୍ମିତାକୁ ଗୋଇଠା ମାରି ଆସାମ ଅସ୍ମିତା ପାଇଁ କାହିଁକି ଦରଦ ଦେଖାଉଛନ୍ତି ଧର୍ମେନ୍ଦ୍ର ବାବୁ ?

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ‘୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ସହାୟତାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଦିକବି ସାରଳା ଦାସ ଚେୟାର ଫର ଓଡ଼ିଆ ଷ୍ଟଡିଜ ଆରମ୍ଭ ହୋଇଛି । ସେହିପରି ୨୦୨୪ ମସିହାରେ ଜବାହରଲାଲ ବିଶ୍ୱବିଦ୍ୟାଳୟରେ ବିଜୁ ପଟ୍ଟନାୟକ ସ୍ପେଶାଲ ସେଣ୍ଟର ଫର ଓଡ଼ିଆ ଷ୍ଟଡିଜ ନାମରେ ଏକ ଚେୟାର ସ୍ଥାପନ ହୋଇଛି । ସମ୍ୱଲପୁରର କୋଶଳି ଭାଷା ଓ ଅନ୍ୟ ଜନଜାତି ଭାଷା ଯଥା ହୋ, ସଉରା, ମୁଣ୍ଡାରି, କୁଇ ଇତ୍ୟାଦି ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ୨୦୧୫ରୁ ଚିଠି ଲେଖି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ସାଂସଦମାନେ ଏହି ପ୍ରସଙ୍ଗ ବାରମ୍ୱାର ସଂସଦରେ ଉଠାଇଥିଲେ ମଧ୍ୟ କେନ୍ଦ୍ର ସରକାର ଶୁଣୁ ନାହାନ୍ତି ।’

ରାଜ୍ୟ ସରକାରଙ୍କ ଉଦ୍ୟମରେ ସମ୍ୱଲପୁର ସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ସେହିପରି ଐତିହାସିକ ରେଭେନ୍ସା କଲେଜକୁ ଏକକ ୟୁନିଭରସିଟିରେ ରୂପାନ୍ତରଣ କରାଯାଇଛି । ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ଐତିହାସିକ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ସ୍ଥାନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯାଇଛି । ତାଛଡ଼ା, ଓଡ଼ିଶା ୟୁନିଭରସିଟି ଅଫ ହେଲ୍ଥ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ନର୍ଥ ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ବୈଷୟିକ ଶିକ୍ଷାରେ ଉନ୍ନତି ପାଇଁ ରାଉରକେଲାରେ ବିପିୟୁଟି ଓ ଭୁବନେଶ୍ୱରରେ ଓୟୁଟିଆର ନାମରେ ଦୁଇଟି ୟୁନିଭରସିଟି ପ୍ରତିଷ୍ଠା କରାଯାଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସଙ୍ଗେ ଭୁବନେଶ୍ୱରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଖଲ୍ଲିକୋଟ, ବଲାଙ୍ଗୀର, କେନ୍ଦୁଝର, କଳାହାଣ୍ଡି, ଜୟପୁରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ।

ଏହା ମଧ୍ୟ ପଢନ୍ତୁ..... ମିଛ କହୁଛି ବିଜେପି, ଦେଖନ୍ତୁ ମୁଁ ସମ୍ପୂର୍ଣ୍ଣ ଫିଟ୍‌: ନବୀନ - Naveen Patnaik To BJP

୧୫୦୦ ଓଡ଼ିଆ ବିଦ୍ୟାଳୟରେ ପ୍ରଥମଥର ପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି ହେବା ନେଇ ବିଶ୍ୱ ଭାଷା ସମ୍ମିଳନୀ ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆନ୍ଧ୍ରପ୍ରଦେଶର ଆମ୍ୱେଦକର ବିଶ୍ୱବିଦ୍ୟାଳୟରେ ମଧ୍ୟ ଓଡ଼ିଆ ଚେୟାର ପ୍ରତିଷ୍ଠା ନେଇ ବୁଝାମଣା ହୋଇଛି । ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ଅଧିକ ଆଦୃତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ରରେ ଶିକ୍ଷାମନ୍ତ୍ରୀର ଗୁରୁ ଦାୟିତ୍ୱ ତୁଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା କ୍ଷେତ୍ରରେ କୌଣସି ଅବଦାନ ନ ରହିବା ଅତ୍ୟନ୍ତ ଦୁଃଖ ଦାୟକ । ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ରହିଲେ । ଏବେ ଶିକ୍ଷାମନ୍ତ୍ରୀ ଅଛନ୍ତି । ଗୋଟିଏ ବି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା କଲେନାହିଁ । ୨୦୦୯ରେ କଂଗ୍ରେସ ସରକାର ବେଳେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଥିଲା ।

ଢେଙ୍କାନାଳରେ କିଛି ଦିନ ରାଜନୀତି କଲେ ଧର୍ମେନ୍ଦ୍ର । ସେ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟଟିଏ ପ୍ରତିଷ୍ଠା କରିପାରିଲେନାହିଁ । ଉତ୍କଳ ୟୁନିଭରସିଟିକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଠକିଦେଲେ । ସମ୍ୱଲପୁରୀ-କୋଶଳି ଓ ହୋ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବା ପ୍ରସଙ୍ଗରେ କେବେ ମୁହଁ ଖୋଲି ନାହାନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖିବା ପରେ ବି ଶୁଣୁ ନାହାନ୍ତି । ବିଜେଡି ଦିଲ୍ଲୀରେ ଓଡ଼ିଆ ପାଠ୍ୟକ୍ରମ ପାଇଁ ଚେୟାର ପ୍ରତିଷ୍ଠା କରୁଛି । ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାରରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଧରି ସମ୍ୱଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆସାମର କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ନାମରେ ଚେୟାର ପ୍ରତିଷ୍ଠା ପାଇଁ ମସୁଧା କରୁଛନ୍ତି । ବେଜବରୁଆଙ୍କ ପ୍ରତି ଆମର ସମ୍ମାନ ରହିଛି । କିନ୍ତୁ ୫ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.