ETV Bharat / state

MCLର ଅଧିକାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି, ଅଭିଯୋଗ ଆଣିଲା ବିଜେଡି - VIOLATION OF MCC

author img

By ETV Bharat Odisha Team

Published : May 12, 2024, 3:16 PM IST

BJD Meets CEO: MCLର ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

BJD Meets CEO
BJD Meets CEO (ETV BHARAT ODISHA)
BJD Meets CEO (ETV BHARAT ODISHA)

ଭୁବନେଶ୍ୱର: ଏମସିଏଲର ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେଡି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ । ତାଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିଛନ୍ତି ଦଳୀୟ କର୍ମୀ ।

ବିଜେଡିର ଅଭିଯୋଗ ହେଉଛି, ‘ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡର GMଙ୍କ ଯିଏ ମୁଖ୍ୟ ସହାୟକ ରହିଛନ୍ତି ସିଏ ଗତକାଲି ଏକ ଘରୋଇ ୱେବ୍ ଚ୍ୟାନେଲରେ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅନେକ କିଛି କହିଛନ୍ତି, ତା ସହିତ ରାଜ୍ୟସରକାରଙ୍କ ବିରୋଧରେ ମଧ୍ୟ କହିଛନ୍ତି । ଜଣେ ସରକାରୀ ଅଧିକାରୀ ହୋଇ ବିଜେଡି ପ୍ରସଙ୍ଗରେ କହିବା ସମ୍ପୂର୍ଣ୍ଣ ଭାବରେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି ।’ ତାଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଓମ୍ ପ୍ରକାଶ ସାହୁ ।

ଏହା ମଧ୍ୟ ପଢନ୍ତୁ-ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର; ସିଇଓଙ୍କ ଦ୍ୱାରସ୍ଥ ବିଜେଡି - VIOLATION OF MCC

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିଜେଡିର ସାଙ୍ଗଠନିକ ମୁଖ୍ୟ ପ୍ରଣବ ପ୍ରକାଶ ଦାଶଙ୍କ ପ୍ରତିପକ୍ଷ ଭାବେ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ସବୁଠାରୁ ବଡ ଫାଇଟ ହେବାକୁ ଯାଉଛି । ବବିଙ୍କୁ କଡା ଟକ୍କର ଦେଉଛନ୍ତି ମୁକୁ । ଧର୍ମେନ୍ଦ୍ର ପଶ୍ଚିମ ଓଡିଶାରେ ପତିଆରା ସମ୍ପର୍ଣ୍ଣ ନେତା ହୋଇଥିବା ବେଳେ ପ୍ରଣବ ଯାଜପୁର ଜିଲ୍ଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଧର୍ମେନ୍ଦ୍ର ଏବଂ ପ୍ରଣବଙ୍କ କଡା ମୁକାବିଲା ଉପରେ ସାରା ଓଡ଼ିଶାର ନଜର ରହିଛି ।

ନିର୍ବାଚନ ଯେତିକି ପାଖେଇ ଆସୁଛି ,ଆରୋପ ପ୍ରତ୍ୟାରୋପ ରାଜନୀତି ସେତିକି ଉଗ୍ର ହେଉଛି । ବିଭିନ୍ନ ପ୍ରସଙ୍ଗ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଆଣୁଛନ୍ତି ଦଳ । କେତେବେଳେ ବିଜେଡି ବିରୋଧରେ ବିଜେପି ତ ଆଉ କେତେବେଳେ ବିଜେପି ବିରୋଧରେ ବିଜେଡି ଆଉ କଂଗ୍ରେସ । ଜନସାଧାରଣଙ୍କ ସମର୍ଥନ ହାତେଇବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । 4ଟି ସଂସଦୀୟ କ୍ଷେତ୍ରର 28ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ପଡିବ । ଗଣତନ୍ତ୍ରର ମହାପର୍ବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.