ETV Bharat / state

ସର୍ବୋଚ୍ଚ ପଦରେ ଅଣଓଡ଼ିଆ, ବିଜେପିର ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା: ବିଜେଡି - BJD slams BJP over Odia Asmita

author img

By ETV Bharat Odisha Team

Published : Aug 16, 2024, 5:59 PM IST

BJD criticizes BJP over Odia Asmita: ମୋହନ ସରକାରରେ ଅଣଓଡ଼ିଆଙ୍କୁ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦରେ ନିଯୁକ୍ତି ନେଇ ଘେରିଲା ବିଜେଡି । ବିଜେପି ନିର୍ବାଚନ ସମୟରେ ଯାହା କହିଥିଲା, ତାହାର ଓଲଟା କରୁଛି । ବିଜେପିର ଓଡ଼ିଆ ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା ବୋଲି ସମାଲୋଚନା କଲେ ଲେଖାଶ୍ରୀ ସାମନ୍ତସିଂହାର । ପଢନ୍ତୁ ପୁରା ଖବର

ସର୍ବୋଚ୍ଚ ପଦରେ ଅଣଓଡ଼ିଆ; ବିଜେପିର ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା: ବିଜେଡି
ସର୍ବୋଚ୍ଚ ପଦରେ ଅଣଓଡ଼ିଆ; ବିଜେପିର ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା: ବିଜେଡି (ETV Bharat Odisha)

ଭୁବନେଶ୍ବର: ମୋହନ ସରକାରରେ ଅଣଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଭାବେ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା ବିଜେଡି । ନିର୍ବାଚନ ବେଳେ ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ଶାସନକୁ ଆସିବା ପରେ ୟୁ-ଟର୍ଣ୍ଣ ନେଇ ନେଇଛି । ଏହା ଓଡ଼ିଶାବାସୀଙ୍କ ପ୍ରତି ପ୍ରତାରଣା । ଏହି ୟୁ-ଟର୍ଣ୍ଣରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି ବୋଲି କଡା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ବିଜେପିର ଓଡ଼ିଆ ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା ହୋଇଥିବା ଲେଖାଶ୍ରୀ କହିଛନ୍ତି ।

ନିର୍ବାଚନରେ ଓଡ଼ିଆ ଅସ୍ମିତା, ଶାସନରେ ୟୁ-ଟର୍ଣ୍ଣ:-

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, "ନିର୍ବାଚନ ସମୟରେ ବିଜେପି ସବୁବେଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା । ନବୀନ ସରକାରରେ ଅଣ ଓଡ଼ିଆ ଅଫିସରଙ୍କ ରାଜ୍ ଚାଲିଛି ବୋଲି ଲୋକଙ୍କ ଆଗରେ ରଖିଲା । ଶାସନକୁ ଆସିବା ପରେ ୟୁ-ଟର୍ଣ୍ଣ ନେଇଛି ବିଜେପି । ଯେଉଁ କଥା କହିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ, ତା'ର ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟ କରୁଛନ୍ତି । ମୋହନ ସରକାରର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଥିଲେ ମୁଖ୍ୟ ଶାସନ ସଚିବ । ୪୧ ବର୍ଷ ପରେ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ମୋହନ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀମନ୍ଦିରର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନୂଆ ପଦ ସୃଷ୍ଟି କରି ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ସରକାର ଦାୟିତ୍ୱରେ ବିଜେପି ସନ୍ତୁଷ୍ଟ ନହୋଇ ଶ୍ରୀମନ୍ଦିରର ଦାୟିତ୍ୱ ମଧ୍ୟ ଜଣେ ଅଣଓଡ଼ିଆଙ୍କୁ ବିଜେପି ଦେଇଛି ।"

ବିଜେପି ଯାହା କହେ, ତାହାର ଠିକ ଓଲଟା କରେ:-

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଜି ରାଜ୍ୟର ପୋଲିସ ମୁଖ୍ୟ ବା ଡିଜିପିଙ୍କୁ ମୋହନ ସରକାର ନିଯୁକ୍ତି ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଜଣେ ଅଣ ଓଡ଼ିଆ । ଉଭୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅଣ ଓଡିଆ ଅଫିସର । ରାଜ୍ୟ ଇତିହାସର ପ୍ରଥମ ଥର ଏପରି ଘଟଣା ଘଟିଛି । ଏହା ଅତ୍ୟନ୍ତ ଦୁଃଖର କଥା । ବିଜେପି ଯାହା କହେ, ତାହାର ଠିକ ଓଲଟା କରେ । ଯାହାର ପ୍ରମାଣ ଏବେ ରାଜ୍ୟରେ ଦେଖିବାକୁ ମିଳୁଛି । ଦୁଇ ଅଫିସର କିମ୍ବା ରାଜ୍ୟର ଅନ୍ୟ ଅଫିସରଙ୍କ ବିରୋଧରେ ବ୍ୟକ୍ତିଗତ ସ୍ତରରେ କୌଣସି ଟିପ୍ପଣୀ ଦେଉନାହୁଁ । ସେମାନଙ୍କ ଯୋଗ୍ୟତା ବାବଦରେ ଆମର କୌଣସି ସନ୍ଦେହ କିମ୍ବା ପ୍ରଶ୍ନ ଉଠାଉନାହୁଁ । କିନ୍ତୁ ବିଜେପି ଯେଉଁ କଥା କହି ସରକାରକୁ ଆସିଛି, ସେନେଇ ପ୍ରଶ୍ନ ଉଠାଉଛୁ ।"

ବିଜେପିର ଓଡ଼ିଆ ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା:-

ଲେଖାଶ୍ରୀ ଏହା ମଧ୍ୟ କହିଛନ୍ତି, "ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କରିବାର ଅର୍ଥ କ'ଣ ? ଅସ୍ମିତାକୁ ରକ୍ଷା କରିବାକୁ କହି ବିଜେପି ପୂର୍ବ ସରକାରକୁ ଗାଦିଚ୍ୟୁତ କଲା । ବିଜେପିର ଓଡ଼ିଆ ଅସ୍ମିତା ମାଡ଼ରେ ଓଡ଼ିଆ ପୁଅ ଚେପା । ମୋହନ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ପଦ ଲାଗି କଣ କେଉଁ ଓଡ଼ିଆ ପୁଅ ଯୋଗ୍ୟ ଦେଖାଗଲେ ନାହିଁ ? ଏହା ବିଜେପିର ଓଡ଼ିଆଙ୍କ ପ୍ରତି ପ୍ରତାରଣା । ମିଛକୁ ବାରମ୍ବାର ଦୋହରାଇ ସତ ବୋଲି ବିଜେପି କହୁଥିଲା । ଏହି ୟୁ-ଟର୍ଣ୍ଣରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି । ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଗୌରବ ନା ସୁରକ୍ଷା ଦେଉଛନ୍ତି ନା ପଦକ୍ଷେପ ନେଉଛନ୍ତି । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ପଦ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଓ ଗୁରୁତ୍ୱପୂର୍ଣ୍ଣ ପଦ । ଏହି ଦୁଇ ଅଧିକାରୀଙ୍କୁ CMO ନିଯୁକ୍ତି ଦେଇଛି ନା ଅଣଓଡ଼ିଆ PMO ଦ୍ୱାରା ବଛାଯାଇଛି ? ବିଜେପି ସରକାର ଏହା ସ୍ପଷ୍ଟ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.