ETV Bharat / state

ମହାପ୍ରଭୁଙ୍କ ନାଁରେ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ; ୫୦ କୋଟି ସହଯୋଗ କରିନଥିଲା କେନ୍ଦ୍ର ସରକାର: ବିଜେଡି - BJD counter BJP - BJD COUNTER BJP

BJD counter Dharmendra Pradhan: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମିଛୁଆ କହି ସମାଲୋଚନା କଲା ବିଜେଡି । ମହାପ୍ରଭୁଙ୍କ ନବକଳେବର ପାଇଁ କେନ୍ଦ୍ର ସରକାର ୫୦ କୋଟି ନୁହେଁ ବରଂ ସାଢେ ୬ କୋଟି ସହଯୋଗ କରିଥିବା କହିଲେ ବିଜେଡି ମୁଖପାତ୍ର । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ନାଁରେ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ; ୫୦ କୋଟି ସହଯୋଗ କରିନଥିଲେ କେନ୍ଦ୍ର ସରକାର: ବିଜେଡି
ମହାପ୍ରଭୁଙ୍କ ନାଁରେ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ; ୫୦ କୋଟି ସହଯୋଗ କରିନଥିଲେ କେନ୍ଦ୍ର ସରକାର: ବିଜେଡି (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 2:24 PM IST

ମହାପ୍ରଭୁଙ୍କ ନାଁରେ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର: ''ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ନବକଳେବର ପାଇଁ ୫୦ କୋଟି ନୁହେଁ ସାଢେ ୬ କୋଟି ଟଙ୍କା ସହଯୋଗ କରିଥିଲେ କେନ୍ଦ୍ର ସରକାର । ଧର୍ମେନ୍ଦ୍ର ପୂର୍ବରୁ ମିଛୁଆ ଥିଲେ ଏକଥା ଓଡିଶାବାସୀ ଜାଣିଥିଲେ । ଏବେ ତାଙ୍କର ପ୍ରମୋସନ ହୋଇ ସେ ସୁପର ମିଛୁଆ ହୋଇଥିବା ପ୍ରମାଣିତ ହୋଇସାରିଛି'' ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବରରେ କେନ୍ଦ୍ରୀୟ ସହାୟତା ନେଇ ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ମିଛ କହିଥିଲେ ବୋଲି ବିଜେଡ଼ି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ ନବକଳେବରରେ କେନ୍ଦ୍ର ସରକାର ରାଜ୍ୟ ଟ୍ରେଜେରୀକୁ ୫୦ କୋଟି ଟଙ୍କା ଦେଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । କିନ୍ତୁ ସତ କଥା ହେଲା, ୫୦ କୋଟି ନୁହେଁ ଆଇଟିଡିସି ଜରିଆରେ ୧୦ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିଲେ । ଏଥିରୁ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ ନବକଳେବର ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଥିଲା ସାଢେ ୬ କୋଟି ଟଙ୍କା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ମିଛ କହିବାକୁ ପଛାଉ ନାହାନ୍ତି । ଆଶ୍ଚର୍ଯ୍ୟ ଲାଗୁଛି । ସଂସ୍କୃତି, ପରମ୍ପରା, ଐତିହ୍ୟ ଜପି ହେଉଥିବା ଲୋକଟି ଏଭଳି ମିଛ କିପରି କହିପାରେ ? ଧର୍ମେନ୍ଦ୍ରଙ୍କ ଭଳି ରାଜନେତା, ନିଜ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କ ନାଁକୁ ନେଇ ମଧ୍ୟ ମିଛ କହିପାରନ୍ତି । ଏହା ହେଲା ଅସଲ କଥା । ଠିକ ଯେମିତି ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମିଛ କହି ବିଭ୍ରାନ୍ତି ସୃଷ୍ଟି କରିଥିଲେ । ଆରମ୍ଭ ଦିନରୁ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିଲେ ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ: ପାଣ୍ଡିଆନଙ୍କ ଦୃଢୋକ୍ତି, 'ପ୍ରଥମ ପର୍ଯ୍ୟାୟରେ ୨୮ ଆସନରୁ ୨୪ ଆସନ ଜିତିବ ବିଜେଡି' - Lok Sabha Election 2024

ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଫେରିବା ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରାଇଥିଲେ । କିଛି ଦିନ ତଳେ ନିଜେ କହିଥିଲେ, ପରିକ୍ରମା ପ୍ରକଳ୍ପକୁ ସେ ବିରୋଧ କରୁଛନ୍ତି । ଏବେ କହୁଛନ୍ତି, ପରିକ୍ରମା ପ୍ରକଳ୍ପ ପଛରେ ସେମାନଙ୍କର ସମର୍ଥନ ରହିଥିଲା । ଏଭଳି ଦୋମୁହାଁ ଚରିତ୍ର ହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର ଅସଲ ମାନସିକତାକୁ ପଦାରେ ପକାଉଛି । ଧର୍ମେନ୍ଦ୍ର ବୋଧହୁଏ ବୁଝିପାରୁନାହାନ୍ତି, ସେ କଣ କରୁଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.