ETV Bharat / state

ଅଚାନକ ଚଢ଼ାଉ ସହ ପଲିଥିନ ପାଇଁ ୧୦ହଜାର ଜରିମାନା, ବିଏମସିକୁ ଘେରିଲେ ଲୋକେ - BMC Bhubaneswar

BMC and shopkeepers face off: ଭୁବନେଶ୍ୱର ଡମଣା ଛକ ନିକଟରେ ବିଏମସି କର୍ମଚାରୀଙ୍କ ଉପରେ ତାତିଲେ ଦୋକାନୀ । ପଲିଥିନ ପାଇଁ ୧୦ ହଜାର ଜରିମାନା ଭରିବାକୁ କେନ୍ଦ୍ର କରି ଯୁକ୍ତିତର୍କ । ଅଧିକ ପଢନ୍ତୁ

BMC
BMC
author img

By ETV Bharat Odisha Team

Published : Apr 23, 2024, 2:24 PM IST

BMC

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଡମଣା ଛକ ନିକଟରେ ଥିବା କାଳୁ ଚରଣ ପାର୍କ ନିକଟ ବଜାରରେ ବିଏମସି ଓ ଦୋକାନୀ ମୁହାଁମୁହିଁ । ଭୁବନେଶ୍ୱର ମହାନଗର ନିଗମ କର୍ମଚାରୀଙ୍କ ଉପରେ ତାତିଲେ ଲୋକେ । ବିଏମସି ଏନଫୋର୍ସମେଣ୍ଟ ଟିମ୍ ଅଚାନକ ଛୋଟ ଦୋକାନଗୁଡିକରେ ଚଢ଼ାଉ କରି ପଲିଥିନ ଜରି ଜବତ କରିବା ସହ ଏନେଇ ୧୦ ହଜାର ଟଙ୍କା ଜରିମାନା ଭରିବାକୁ କହିବାରୁ ତାତିଲେ ଲୋକେ । ବଡ ବଡ ଦୋକାନରେ ରେଡ ନ କରି କେବଳ ଛୋଟ ଦୋକାନୀଙ୍କୁ ହଇରାଣ କରାଯାଉଥିବା କହି ବିଏମସି କର୍ମଚାରୀଙ୍କ ସହ ଯୁକ୍ତିତର୍କ । ଏନେଇ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ ଆନ୍ଦୋଳନ: ସଫଳ ହେଲାନି ଆଲେଚନା, ଦାବି ପୂରଣ ନହେବା ଯାଏଁ ଚାଲିବ ଧାରଣା

ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ୮ ଟା ୩୦ ସମୟରେ ଅଚାନକ ଭାବରେ ବିଏମସିର ଏନଫୋର୍ସମେଣ୍ଟ ଟିମ ଭୁବନେଶ୍ୱରର ଡମଣା ଛକ ନିକଟରେ ଥିବା କାଳୁ ଚରଣ ପାର୍କ ନିକଟ ବଜାରରେ ଥିବା ଏକ ଫୁଲ ଦୋକାନ ଉପରେ ଚଢାଉ କରିଥିଲା । ସେହି ଦୋକାନରୁ ଅଳ୍ପ ପରିମାଣର ପ୍ଲାଷ୍ଟିକ ପଲିଥିନ ଜବତ କରିବା ସହ ଏନେଇ ୧୦ ହଜାର ଟଙ୍କାର ଫାଇନ ପକାଇଥିଲେ ବିଏମସି କର୍ମଚାରୀ । ଏତେ ପରିମାଣର ଜରିମାନା ଦେବାକୁ ଦୋକାନୀ ଜଣକ ମନା କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ରାଜଧାନୀରେ ମାଳମାଳ ହୋଡିଂ, ଉଚ୍ଛେଦ ଆରମ୍ଭ କଲା ବିଏମସି

ବଜାରରେ ଥିବା ଅନ୍ୟ ଦୋକାନୀମାନେ ମଧ୍ୟ ଏହି ଘଟଣାକୁ ନେଇ ବିଏମସି କର୍ମଚାରୀଙ୍କୁ ଘେରି ଯାଇଥିଲେ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଦୋକାନୀମାନେ ତଥା ସ୍ଥାନୀୟଲୋକମାନେ ପାଟିତୁଣ୍ଡ କରିବା ସହ ବିଏମସି ଟିମକୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ବଚସା ଦେଖିବାକୁ ମିଳିଥିଲା । ବଡ ବଡ ଦୋକାନରେ ଚଢାଉ ନକରି ବିଏମସି ବାରମ୍ବାର ଛୋଟ ଦୋକାନଗୁଡିକରେ ଚଢାଉ କରି ଏତେ ଟଙ୍କା ଜରିମାନା ନେବାକୁ ବିରୋଧ କରିଥିଲେ ଲୋକେ । ଜୋର ଜବରଦସ୍ତ ଫାଇନ ମାଗିବାକୁ ଦୃଢ ବିରୋଧ କରିଥିଲେ । ବିଏମସି ଏନଫୋର୍ସମେଣ୍ଟ ଟିମକୁ ଅଟକ ରଖି ପଚରାଉଚରା କରିଥିଲେ । ତେବେ ଉତ୍ତେଜନା ବଢିବାକୁ ଶେଷରେ ବିଏମସି କର୍ମଚାରୀମାନେ ସ୍ଥାନ ଛାଡି ପଳାଇଯାଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.