ETV Bharat / state

ରଙ୍ଗର ପର୍ବରେ ସାମିଲ ହେଲେ ନିର୍ବାଚିତ ପ୍ରତିନିଧି, ନାଚଗୀତରେ ଝୁମିଲେ - Holi 2024

Holi celebration in Berhampur: ବ୍ରହ୍ମପୁର ସହରରେ ବି ଧୁମଧାମରେ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି । ନିର୍ବାଚିତ ପ୍ରତିନିଧିମାନେ ସାଧାରଣ ଜନତାଙ୍କ ସହ ମିଶି ଖେଳିଲେ ହୋଲି । ଅଧିକ ପଢନ୍ତୁ

Holi 2024
Holi 2024
author img

By ETV Bharat Odisha Team

Published : Mar 26, 2024, 5:56 PM IST

ରଙ୍ଗର ପର୍ବରେ ସାମିଲ ହେଲେ ନିର୍ବାଚିତ ପ୍ରତିନିଧି, ନାଚଗୀତରେ ଝୁମିଲେ

ବ୍ରହ୍ମପୁର: ଆଜି ରଙ୍ଗର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗେଇ ହେବା ସହ ଭାଇଚାରାର ଏହି ପର୍ବକୁ ସମସ୍ତେ ଉତ୍ସାହର ସହକାରେ ପାଳନ କରିଥାନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ନିର୍ବାଚିତ ପ୍ରତିନିଧିମାନେ ସହରର ବିଧାୟକଙ୍କ ବାସଭବନ ସମ୍ମୁଖରେ ନାଚଗୀତରେ‌ ସମସ୍ତେ ଝୁମିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରଙ୍ଗର ପର୍ବରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ଯେଉଁଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁରର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ବହୁ କର୍ପୋରେଟର ଏବଂ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନେ ଏଥିରେ ସାମିଲ ହୋଇ ନାଚ ଗୀତରେ ଏକ ପ୍ରକାର ଦୀର୍ଘ ସମୟ ଧରି ଝୁମି ରହିଥିବା ଦେଖିବାକୁ ମିଳିଥିଲା ।‌ ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାକୁ ନେଇ ହୋଲିର ମାହୋଲ ମଧ୍ୟ ଟିକେ ଅଧିକ ରଙ୍ଗୀନ ହୋଇପଡ଼ିଥିଲା । ଗୋଟିଏ ପଟେ ଲସି ପିଇବାଠାରୁ ଆରମ୍ଭ କରି ଦହିବରା ଆଳୁଦମ ଖାଇବା ସହିତ ମିଠା ଖାଇ ଫଗୁ ଓ ଅବୀରକୁ ପରସ୍ପର ମଧ୍ୟରେ ଲଗାଇ ସମସ୍ତେ ଏହାକୁ ହସଖୁସିରେ ପାଳନ କରିଥିବା ବେଳେ ହୋଲି ଅବସରରେ ସଙ୍ଗୀତର ତାଳେ ତାଳେ ସମସ୍ତଙ୍କ ସାମୁହିକ ଭାବରେ ନୃତ୍ୟ ପରିବେଷଣ ବେଶ ମଜ୍ଜା ପଠାଇଥିଲେ ।

ଏହା ବି ପଢନ୍ତୁ- ରଙ୍ଗୀନ ହେଲା ବଲାଙ୍ଗୀର, ରାଜନେତା-ସାଧାରଣ ଜନତା ମିଶି ପାଳିଲେ ହୋଲି

ସୂଚନା ଅନୁସାରେ ଦୋଳପୂର୍ଣ୍ଣିମା ଓ ହୋଲି ସହିତ ପୁରାଣର କାହାଣୀ ସାମିଲ ହୋଇରହିଥିବା ବେଳେ ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ସହିତ ପୌରାଣିକ କଥାବସ୍ତୁ ସାମିଲ ରହିଛି । ସେପଟେ ସାତ ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୃଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଆସିଛି । ଶ୍ରୀରାଧା-ଶ୍ରୀକୃଷ୍ଣଙ୍କ ପ୍ରେମ ପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟ ଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମ ପର୍ବ ଭାବରେ ସଂପୃକ୍ତ । ଏପରିକି ଦୋଳପୂର୍ଣ୍ଣିମା ଅବସରରେ ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳପୂର୍ଣ୍ଣିମା ନାମରେ ଅଭିହିତ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ ।

ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ବାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ବାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ବାରରେ ଅର୍ପିତ ଭୋଗକୁ ଦ୍ବାରୀ ଭୋଗ କୁହାଯାଇଥାଏ । ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ । ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଇଥାଏ । ହୋଲିକୁ ନେଇ ସାରା ଦେଶରେ ଭଳିକି ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ବ୍ରହ୍ମପୁର ସହରରେ ଏଭଳି ଆୟୋଜିତ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.