ETV Bharat / state

ପ୍ରତିଶ୍ରୁତି ପୂରଣ କଲେ ପ୍ରଧାନମନ୍ତ୍ରୀ, ମୋଦିଙ୍କ ପତ୍ର ପାଇ ଉତ୍ସାହିତ ଲକ୍ଷ୍ମୀ ନାରାୟଣ - PM Wrote letter to Laxminarayan - PM WROTE LETTER TO LAXMINARAYAN

PM Wrote letter to Laxminarayan Maharana: ମୋଦିଙ୍କ ଫଟୋଚିତ୍ରକୁ ପ୍ରସ୍ତୁତ କରି ଆଣିଥିବା ଯୁବବର୍ଗ ଏବଂ କଳାକାରଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାଣନ୍ତୁ କଣ ରହିଥିଲା ସେହି ପ୍ରତିଶ୍ରୁତି । ଅଧିକ ପଢନ୍ତୁ

PM Wrote letter
PM Wrote letter (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 8:09 AM IST

ବ୍ରହ୍ମପୁର: କଥା ଦେଇ କଥା ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ସେହି ସଭାରେ ମୋଦିଙ୍କ ଫଟୋଚିତ୍ରକୁ ପ୍ରସ୍ତୁତ କରି ଆଣିଥିବା ଯୁବବର୍ଗ ଏବଂ କଳାକାରଙ୍କଠାରୁ ତାହାକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ସେହି ସମୟରେ ପ୍ରତ୍ୟେକ ଫଟୋ ପ୍ରସ୍ତୁତ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ଚିଠି ଲେଖିବେ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ମୋଦିଙ୍କ କଥାରେ ଏଭଳି ଫଟୋଚିତ୍ରକୁ ପ୍ରସ୍ତୁତ କରିଥିବା ଅନେକ ଯୁବ ଚିତ୍ରକର ବେଶ ଖୁସି ଅନୁଭବ କରିଛନ୍ତି । ହେଲେ କିଏ ଅବା ଜାଣିଥିଲା ସତକୁ ସତ ପ୍ରଧାମନ୍ତ୍ରୀଙ୍କ ପକ୍ଷରୁ ଘରକୁ ଚିଠି ଆସିବ ବୋଲି ।

PM MODI LETTER (ETV Bharat Odisha)

ଚିଠି ପାଇଁଥିବା ଜଣେ କଳାକାର ହେଉଛନ୍ତି ବ୍ରହ୍ମପୁର ସହରର ତୁଳସୀ ନଗର ତୃତୀୟ ଲାଇନରେ ରହି ଆସୁଥିବା ଯୁବଶିଳ୍ପୀ ଚିତ୍ରକର ଲକ୍ଷ୍ମୀନାରାୟଣ ମହାରଣା । ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ଗସ୍ତରେ ଆସୁଥିବାରୁ ସେ ପୂର୍ବରୁ ତାଙ୍କର ରହିଥିବା ଧ୍ୟାନ ମୁଦ୍ରାର ଫଟୋକୁ ପ୍ରସ୍ତୁତ କରି ମୋଦିଙ୍କ ସଭାରେ ପହଞ୍ଚିଥିଲେ । ଯାହାକି ସଭାସ୍ଥଳରେ ଭାଷଣ ଦେଉଥିବା ସମୟରେ ତାହାକୁ ପ୍ରଧାନମନ୍ତ୍ରୀ ଦେଖି ନିଜର ସୁରକ୍ଷା ଦାୟିତ୍ୱରେ ରହିଥିବା ଏସ୍.ପି.ଜିଙ୍କୁ ତାହାକୁ ସଂଗ୍ରହ କରିବାକୁ ସଭାମଞ୍ଚରୁ କହିଥିଲେ । ପରେ ତାଙ୍କୁ ଚିଠି ଲେଖିବେ ବୋଲି କହିଥିଲେ । ତେବେ ଏତେ ବ୍ୟସ୍ତତା ସତ୍ତ୍ବେ ମୋଦିଙ୍କ ପତ୍ର ମିଳିବା ଅତ୍ୟନ୍ତ ଖୁସି ଦେଇଥିବା କହିଛନ୍ତି ଏହି ଚିତ୍ରଶିଳ୍ପୀ ଜଣଙ୍କ । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଫୋନ୍ ପହଞ୍ଚିବା ପରେ ଏହାକୁ ନେଇ ବ୍ରହ୍ମପୁରର ଲକ୍ଷ୍ମୀ ନାରାୟଣଙ୍କ ପରିବାର ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

PM Wrote letter
PM Wrote letter (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ.. ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, 'ବିକଶିତ ଭାରତ ଗଠନ ପାଇଁ ଆପଣଙ୍କ ସମର୍ଥନ ଚାହେଁ'

ପ୍ରାପ୍ତ ସୂଚନାନୁସାରେ ଗତ ମେ ମାସର ୬ ତାରିଖରେ ବ୍ରହ୍ମପୁର ସହରର ଉପକଣ୍ଠ କନିଷି ଠାରେ ଏକ ସାଧାରଣ ସଭାରେ ଯୋଗଦାନ କରିଥିଲେ ପ୍ରଧାନମନ୍ତ୍ରୀ । ସମସ୍ତେ ମୋଦିଙ୍କ ଭାଷଣରେ ମଜି ଯାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁବା ସମୟରେ ହଠାତ ମୋଦିଙ୍କ ଆଖି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ଉପରେ ପଡିଥିଲା । ସଭାସ୍ଥଳରେ ଉପସ୍ଥିତ ରହିଥିବା ବିଦ୍ୟାର୍ଥୀ, ମହିଳାଙ୍କଠାରୁ ଚିତ୍ରକଳା, ଫଟୋ ସଂଗ୍ରହ କରିବାକୁ ନିଜ ଟିମକୁ ମୋଦି କହିଥିଲେ । ଏହା ପରେ ଜନତାଙ୍କୁ ସମ୍ବେଦନ କରି ମୋଦି କହିଥିଲେ 'ମୁଁ ଆପଣଙ୍କ ହୃଦୟରେ ଅଛି, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି । ଏପରିକି ଏଭଳି ଫଟୋ ନେଇ ଆସିଥ‌ିବା ବ୍ୟକ୍ତି ବିଶେଷ ମାନେ ସେହି ଫଟୋର ପଛ ପାର୍ଶ୍ବରେ ନିଜର ନାମ ଓ ଠିକଣା ଲେଖିବାକୁ ମୋଦି ପରାମର୍ଶ ଦେଇଥିଲେ । ଏପରିକି ସେ ଏହାକୁ ପାଇବା ପରେ ଚିଠି ଲେଖିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ଏଥିସହ ସେ ସଭା ମଞ୍ଚରେ ଓଡ଼ିଶାକୁ କଳାକାରଙ୍କ ଧାମ ବୋଲି କହିବା ସହିତ କଳାକାରଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.