ETV Bharat / state

ସତ୍ୟବାଦୀରୁ ବଉଳକାଠ ଗଲା ଶ୍ରୀକ୍ଷେତ୍ର, ଶ୍ରୀଜିଉ ଅଙ୍ଗଲାଗି ସେନାପଟା ଓ ବାହୁଟରେ ହେବ ବ୍ୟବହାର - Lord Jagannath Ritual

author img

By ETV Bharat Odisha Team

Published : Jun 19, 2024, 9:42 AM IST

Lord Jagannath Ritual: ନିର୍ଜଳା ଏକାଦଶୀରେ ଶଗଡି ସାହାର୍ଯ୍ୟରେ ବଉଳ କାଠ ଶ୍ରୀକ୍ଷେତ୍ର ଯାଇଛି । ଶ୍ରୀଜିଉ ଅଙ୍ଗଲାଗି ସେନାପଟା ଓ ବାହୁଟ ପାଇଁ ବ୍ୟବହାର ବଉଳକାଠ ହେବ । ଅଧିକ ପଢନ୍ତୁ

Lord Jagannath Ritual
Lord Jagannath Ritual (ETV Bharat Odisha)

ନିମାପଡା: ଶ୍ରୀଜିଉ ଅଙ୍ଗଲାଗି ସେନାପଟା ଓ ବାହୁଟ ପାଇଁ ସତ୍ୟବାଦୀରୁ ବଉଳକାଠ ଶଗଡିରେ ଶ୍ରୀକ୍ଷେତ୍ର ଅଭିମୁଖେ ମଙ୍ଗଳବାର ବାହାରିଥିଲା । ନିର୍ଜଳା ଏକାଦଶୀ ଦିନ ଭୋଇ ସେବାୟତଙ୍କ ଦ୍ଵାରା ଗଛ କଟାଯିବା ପରେ ଶଗଡି ସାହାଯ୍ୟରେ ବଉଳ କାଠକୁ ସିଦ୍ଧ ବକୁଳ ମନ୍ଦିରକୁ ନିଆଯାଇଥିଲା । ସଂକୀର୍ତ୍ତନ ହୁଳହୁଳିରେ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ସତ୍ୟବାଦୀ ଅଞ୍ଚଳ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩/୪ ଦିନ ପୂର୍ବରୁ ବଉଳ କାଠ ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁର ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ବାଡ଼ିରୁ ଚିହ୍ନଟ କରାଯାଇଥିଲା ।

ନିର୍ଜଳା ଏକାଦଶୀ ଅବସରରେ ଭୋଇ ସେବାୟତମାନେ ଶ୍ରୀରାମଚନ୍ଦ୍ରପୁରରେ ପହଞ୍ଚିବା ପରେ ଚିହ୍ନଟ ହୋଇଥିବା ବକୁଳ ଗଛକୁ ପୂଜାର୍ଚ୍ଚନା କରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଗଛ କଟାଯିବା ପରେ ସେବାୟତମାନେ ଏମାର ମଠ ଶଗଡି ସାହାଯ୍ୟରେ ଏହାକୁ ସିଦ୍ଧ ବକୁଳ ମନ୍ଦିରକୁ ଅଣାଯାଇଥିଲା । ଏଥିରେ ପୁରୀ ସାଂସଦ ଡ଼ା. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ । ଚଳିତ ବର୍ଷ ପରମ୍ପରାନୁସାରେ ବଉଳ କାଠ ସତ୍ୟବାଦୀରୁ ଯିବା ପରେ ଶ୍ରୀମନ୍ଦିରରେ ଗୁପ୍ତ ନୀତି ପରେ ଏହାକୁ ମହାପ୍ରଭୁଙ୍କ ସେବାରେ ବ୍ୟବହାର କରାଯାଇଥାଏ ବୋଲି ସଂସ୍କୃତି ଗବେଷକ କହିଥିବାବେଳେ ରୀତିନୀତି ଅନୁସାରେ ବଉଳ କାଠକୁ ଶଗଡି ସାହାଯ୍ୟରେ ନିଆଯିବା ପରେ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ଦିର ପ୍ରଶାସକ ।

ଏହା ମଧ୍ୟ ପଢନ୍ତୁ... ତିନିଦିନ ପରେ ସ୍ନାନଯାତ୍ରା, ଶୃଙ୍ଖଳିତର ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି - SNANA YATRA PREPARATION

ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, "ନିର୍ଜଳା ଏକାଦଶୀରେ ପ୍ରତିବର୍ଷ ବଉଳକାଠ ଶ୍ରୀ ମନ୍ଦିରକୁ ଯାଏ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ୧୦୦ଟି ଗଛ ଲଗା ଯାଇଥିଲା, କିନ୍ତୁ ଜଙ୍ଗଲ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଏହା ନିମ୍ନମାନର ହୋଇ ପଡିଛି । ବକୁଳବନରେ ଗଛ ଲଘାଇବା ପାଇଁ ଯୋଜନା କରିଛୁ । ଏବେ ପ୍ରାଇଭେଟ ଭାବେ ବକୁଳ କାଠ ସଂଗ୍ରହ କରାଯାଉଛି, ଯାହା ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ।" ସେହିଭଳି ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି, "ଆମର ପରମ ସୌଭାଗ୍ୟ ହେଉଛି ଯେ ଆମେ ଏଠାରେ ପ୍ରତିନିଧିତ୍ବ କରୁଛୁ । ଯାହାର ସୌଭାଗ୍ୟ ମହାପ୍ରଭୁ ଆମକୁ ଦେଇଛନ୍ତି । ଏହି ବିରଳ ପରମ୍ପରା ଆଗରୁ ଚାଲୁଥିଲା ଆଗକୁ ମଧ୍ୟ ଚାଲିବ ।"

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.