ETV Bharat / state

ବଜେଟକୁ ନେଇ ଖୁସି ନାହାନ୍ତି ବାଲେଶ୍ବରବାସୀ, ଆସିଲା ମିଶ୍ର ପ୍ରତିକ୍ରିୟା - UNION BUDGET 2024

author img

By ETV Bharat Odisha Team

Published : Jul 24, 2024, 6:22 PM IST

REACTION OVER UNION BUDGET 2024: ଆସିଛି ମୋଦି ସରକାର ତୃତୀୟ ପାଳିର ପ୍ରଥମ ବଜେଟ୍ । ତେବେ କାହା ପାଇଁ କିପରି ରହିଛି ବଜେଟ ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

PEOPLE GIVES REACTION OVER UNION BUDGET 2024 IN BALESWAR
PEOPLE GIVES REACTION OVER UNION BUDGET 2024 IN BALESWAR (ETV Bharat Odisha)

ବାଲେଶ୍ବର: କେନ୍ଦ୍ରୀୟ ବଜେଟ ଉପସ୍ଥାପନ ପରେ ଏବେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାରଙ୍କ ଏହି ବଜେଟକୁ ନେଇ ସ୍ୱାଗତ କରାଯାଇଥିବା ବେଳେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଓଡିଶା ପାଇଁ କିଛି ବି ବଜେଟରେ ନରହିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଓଡିଶାରେ ବିଜେପି ସରକାର ଗଠନ ହେବାସହ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାପରେ ଚଳିତ ବର୍ଷ ପ୍ରଥମ ବଜେଟ ଉପସ୍ଥାପନ କରାଯାଇଛି ।

ବଜେଟରେ ଗରିବ, ମହିଳା, ଯୁବକ, କୃଷକ ଏବଂ ଆଦିବାସୀମାନଙ୍କ ପାଇଁ ଯୋଜନା ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆହୁରି ପାଞ୍ଚବର୍ଷ ବୃଦ୍ଧି କରାଯାଇଛି । ଏହାରି ଭିତରେ ପୂର୍ବୋଦୟର ବିକାଶ ନାରା ପୂର୍ବରୁ ଦିଆଯାଇଥିବା ବେଳେ ଏନେଇ ମଧ୍ୟ ବଜେଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ । ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ଲୋକମାନେ ରୋଜଗାର ପାଇ ପାରିବେ ବୋଲି ମତ ପ୍ରକାଶ ପାଇଛି । ଯୁବକମାନଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କ କର୍ମ ନିଯୁକ୍ତି କରାଯିବା ସହ କୃଷକମାନଙ୍କ ଉତ୍ପାଦିତ ଶସ୍ୟର ବିକ୍ରି ପାଇଁ ବଜାର ପ୍ରସ୍ତୁତ କରାଯାଇଛି ବୋଲି ମତ ପ୍ରକାଶ ପାଇଛି ।

ଅନ୍ୟପଟେ ସାଧାରଣ ବ୍ୟବସାୟୀମାନେ ଚଳିତ ବଜେଟକୁ ନେଇ ବେଶ ଆଶାବାଦୀ ଥିବାବେଳେ ସେମାନେ ନିରାଶ ଥିବା କଥା କହିଛନ୍ତି । ଓଡିଶାରୁ ସାଂସଦ ପ୍ରାର୍ଥୀ ଏତେ ମାତ୍ରାରେ ଜିତିଥିବା ବେଳେ ଓଡିଶା ଏଥର ମୋଦି ସରକାରର ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଥିପାଇଁ ଓଡିଶାକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାର ଆବଶ୍ୟକତା ଥିଲା ବୋଲି କୁହାଯାଇଛି । ଏହାସହ କୌଣସି ନୂତନ ଯୋଜନା ଯେମିତି କି ସ୍ୱାସ୍ଥ୍ୟ କିମ୍ବା ନୂତନ ଶିଳ୍ପ କ୍ଷେତ୍ରରେ ଦୃଷ୍ଟି ଦିଆଯାଇନାହିଁ । ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ଥିବାବେଳେ ବଜେଟରେ ଆଶା ଅଧିକ ଥିଲା ମାତ୍ର ତାହା ବୃଥା ହୋଇଯାଇଛି ବୋଲି ମତ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ...ଆସିଲା ରେଳ ବଜେଟ ଅଙ୍କ: ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ରେକର୍ଡ ପ୍ୟାକେଜ, UPAଠୁ ୧୨ ଗୁଣା ଅଧିକ, ଶତ ପ୍ରତିଶତ ବିଦ୍ୟୁତକରଣର ହିସାବ ଦେଲେ ଅଶ୍ବିନୀ ବୈଷ୍ଣବ - Railway Budget for Odisha

ସେହିପରି ଚଳିତ ବଜେଟରେ କୃଷକମାନଙ୍କ ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା କରାଯାଇଛି, ସେମାନଙ୍କୁ କେବଳ ଧାନ କି ଗହମ ବ୍ୟତୀତ ଅନ୍ୟ ଚାଷ ଦିଗରେ ପ୍ରୋତ୍ସାହନ ଯୋଗାଇବା ପାଇଁ ବଜେଟ ପ୍ରସ୍ତୁତ କରିବାର ଥିଲା ବୋଲି କୁହାଯାଇଛି । ଏମିତି କି ଧାନ ଓ ଗହମ ଚାଷ ଭଳି ମାଛ, କ୍ଷୀର, ମହୁଚାଷ ଭଳି ରୋଜଗାରର ମାଧ୍ୟମ କୃଷକମାନଙ୍କ ପାଇଁ ବଜେଟରେ ରହିଥିଲେ ଗ୍ରାମାଞ୍ଚଳର କୃଷକମାନଙ୍କ ଆର୍ଥିକ ଅଭିବୃଦ୍ଧି ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଛି । ରେଳ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଉଛି ସେତିକି ଟଙ୍କା ମଧ୍ୟ ମେରାଇନ ପାଇଁ ଖର୍ଚ୍ଚ କଲେ ଆମଦାନୀ ଏବଂ ରପ୍ତାନିରେ ସହାୟକ ହୋଇ ପାରନ୍ତା ବୋଲି ସମୀକ୍ଷକମାନେ ନିଜର ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.