ETV Bharat / state

୩ ରଥରେ ସରିଲା ଛେରାପହଁରା, ଶ୍ରୀମନ୍ଦିର ଅଭିମୁଖେ ଗଡିଲା ରଥ - Chhera Pahanra Ritual

author img

By ETV Bharat Odisha Team

Published : Jul 15, 2024, 3:47 PM IST

Updated : Jul 15, 2024, 4:32 PM IST

Bhuda Yatra 2024 Chhera Pahanra Ritual: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଛେରାପହଁରା ନୀତି ସମ୍ପନ୍ନ ହୋଇଛି । ଏହା ପରେ ଆରମ୍ଭ ହୋଇଛି ରଥ ଟଣା । ଅଧିକ ପଢ଼ନ୍ତୁ ।

Bhuda Yatra 2024
Bhuda Yatra 2024 (ETV Bharat Odisha)

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ସାରି ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଛେରାପହଁରା ନୀତି ସମ୍ପନ୍ନ ହୋଇଛି । ଗଜପତି ମହାରାଜା ରଥ ନିକଟରେ ପହଞ୍ଚିବା ପରେ ଛେରାପହଁରା ଆରମ୍ଭ ହୋଇଥିଲା । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଏବଂ ଆଳତି ସରିବା ପରେ ଗଜପତି ଛେରାପହଁରା ଆରମ୍ଭ କରିଥିଲେ । ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରାପହଁରା କରିବା ପରେ ପରେ ମା' ସୁଭଦ୍ରା ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି । ଏହା ପରେ ଆରମ୍ଭ ହୋଇଛି ରଥଟଣା ।

Bahuda Yatra 2024 (DD)
Bahuda Yatra 2024
Bahuda Yatra 2024 (@SJTA_Puri)

ଆଜି ପବିତ୍ର ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ପରେ ୩ ରଥରେ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି ପରେ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହୋଇଥିଲା । ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା ଆରମ୍ଭ କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡ଼ୁରେ ଗଜପତି ଛେରାପହଁରା କରିଥିଲେ । ପ୍ରଥମେ ଗଜପତି ମହାରାଜ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ । ଏହା ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିବା ପରେ ତିନି ରଥରୁ ଚାରମାଳ ଖୋଲାଯାଇ ରଥଟଣା ଆରମ୍ଭ ହୋଇଛି ।

Bahuda Yatra 2024
Bahuda Yatra 2024 (ETV Bharat Odisha)
Bahuda Yatra 2024
Bahuda Yatra 2024 (@SJTA_Puri)

ଏହା ମଧ୍ୟ ପଢ଼ନ୍ତୁ...ରଥ ଉପରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଢି ଆଣିଲେ ମୁଖ୍ୟ ପ୍ରଶାସକ - action against non servitor

ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ କାଳିଆ ସାଆନ୍ତା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଘୋଡାଲାଗି ହେବା ପରେ ରଥଟଣା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଭିତରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଚାଲିଛି ବଡ଼ ଠାକୁରଙ୍କ ରଥ । ଜୟ ଜଗନ୍ନାଥ, ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଧ୍ବନୀରେ ପ୍ରକମ୍ପିତ ହୋଇ ଉଠୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଅଭିମୁଖେ ରଥକୁ ଟାଣିନେଉଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ତାଳଧ୍ବଜ ରଥ ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ହେବ ।

Bahuda Yatra 2024
Bahuda Yatra 2024 (@SJTA_Puri)

ଇଟିଭି ଭାରତ, ପୁରୀ

Last Updated : Jul 15, 2024, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.