ETV Bharat / state

ଅନୁଗୋଳରେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର, କର୍ମୀଙ୍କୁ ଦିଆଗଲା ତାଲିମ - General Election 2024

Training of Polling Personnel: ଅନୁଗୋଳରେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର । ଜିଲ୍ଲାର ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କୁ ଦିଆଗଲା ପ୍ରଥମ ପର୍ଯ୍ୟାୟ ତାଲିମ ।

Training of Polling Personnel
Training of Polling Personnel
author img

By ETV Bharat Odisha Team

Published : Mar 19, 2024, 8:38 PM IST

ଅନୁଗୋଳରେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର, କର୍ମୀଙ୍କୁ ଦିଆଗଲା ତାଲିମ

ଅନୁଗୋଳ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଅନୁଗୋଳ ଜିଲ୍ଲାରେ ଉଭୟ ପ୍ରଶାସନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଜିଲ୍ଲାପାଳ ସର୍ବଦଳୀୟ ବୈଠକ ଡକାଇ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି । ଏହାଛଡା ଜିଲ୍ଲାର ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଉଛି । ବିଭିନ୍ନ ବର୍ଗର ପ୍ରାୟ ୯ ହଜାର କର୍ମଚାରୀ ଏହି ତାଲିମ ନେଉଛନ୍ତି । ବିଭିନ୍ନ ରାଜନୈତିକ ଦଳଗୁଡିକ ମଧ୍ୟ ସଭା ସମିତି କରି ନିଜ ନିଜ କର୍ମୀମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି ।

ଜିଲ୍ଲାରେ ଅନୁଗୋଳ, ଛେଣ୍ଡିପଦା, ପାଲଲହାଡ଼ା, ଆଠମଲ୍ଲିକ ଓ ତାଳଚେର ଏହି ୫ଟି ବିଧାନସଭା ମଣ୍ଡଳୀ ରହିଛି । ସେଥି ମଧ୍ୟରୁ ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଲୋକସଭା ଅନ୍ତର୍ଗତ ହୋଇଥିବା ବେଳେ ଅନ୍ୟ ୩ଟି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ସ୍ଥାନରେ ଲଗାଯାଇଥିବା ସରକାରୀ ଓ ବିଭିନ୍ନ ଦଳୀୟ ପୋଷ୍ଟର, ବ୍ୟାନର ଓ ହୋଡିଂଗୁଡିକୁ ହଟାଇ ଦିଆଯାଇଛି ।

ଏହା ବି ପଢନ୍ତୁ- ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ, ବର୍ଷାରେ ଭିଜି ଅପରାଜିତାଙ୍କ ପଦଯାତ୍ରା

ଜିଲ୍ଲାପାଳ ସର୍ବଦଳୀୟ ବୈଠକ ଡାକି ନିର୍ବାଚନର ସବୁ ନୀତି ନିୟମ ଏବଂ ଗାଇଡଲାଇନ ସମ୍ପର୍କରେ ଆଲୋଚନା କରିଛନ୍ତି । ନିର୍ବାଚନ ପାଇଁ ଲାଗୁ କରାଯାଇଥିବା ଆଚରଣ ବିଧିକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏହାଛଡା ନାମାଙ୍କନ ପତ୍ର ଦାଖଲ, ପ୍ରତ୍ୟାହାର, ନିର୍ବାଚନ ତାରିଖ ଏବଂ ଗଣତି ତାରିଖ ସମ୍ପର୍କରେ ସମସ୍ତ ସୂଚନା ଦେଇଛନ୍ତି । ଇଭିଏମରେ କିଭଳି ଭୋଟ ଦିଆଯିବ ସେ ନେଇ ପୂର୍ବରୁ ଗାଁଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ନିୟୋଜିତ ହେବାକୁ ଥିବା ପ୍ରାୟ ୯ ହଜାର କର୍ମଚାରୀଙ୍କୁ ଗତ ୧୫ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ତାଲିମ ଦିଆଯାଉଛି ।

ଏହି କର୍ମଚାରୀ ମଧ୍ୟରେ ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସର, ସେକ୍ଟର ଅଫିସର ଓ ଅନ୍ୟ କର୍ମଚାରୀ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଉଛି । ଭୋଟ ଗ୍ରହଣ ବେଳେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି କିଭଳି ପାନୀୟ ଜଳ ଓ ରେଷ୍ଟ ସେଡ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି । ବିଶେଷ କରି ନିର୍ବାଚନରେ ଦୁର୍ନୀତିକୁ ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ଏବେ ଠାରୁ ସମ୍ପୂର୍ଣ୍ଣ ସଜାଗ ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ସେଥିପାଇଁ ମେ ମାସ ୬ ତାରିଖ ନାମାଙ୍କନ ପତ୍ର ଦଖଲର ଶେଷ ତାରିଖ ରଖାଯାଇଥିବା ବେଳେ ମେ ମାସ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ସ୍ଥିର ହୋଇଛି ।

ଏହା ବି ପଢନ୍ତୁ- ୫ବର୍ଷ ପରେ ଫେରୁଛନ୍ତି ନେତା, ସୋନପୁର ଭୋଟରଙ୍କ ହାତରେ ସମସ୍ୟାର ଲମ୍ବା ତାଲିକା

ମେ ମାସ ୨୫ତାରିଖରେ ଭୋଟ ଗ୍ରହଣ ହେବ । ଜିଲ୍ଲାରେ ଚଳିତ ନିର୍ବାଚନରେ ମୋଟ ୯ ଲକ୍ଷ ୭୧ ହଜାର ୮୩୦ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୪ଲକ୍ଷ ୭୨ହଜାର ୧୨୩ ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ୪ଲକ୍ଷ ୯୯ହଜାର ୫୭୧ । ଏଥର ୨୭ହଜାର ୬୨୪ ଜଣ ନୂଆ ଭୋଟର ସେମାନଙ୍କର ପ୍ରଥମ ମତଦାନ କରିବେ । ଜିଲ୍ଲାରେ ଏଥର ମୋଟ ୧୧୬୨ଟି ମତଦାନ କେନ୍ଦ୍ର କରାଯିବ । ଏହାଛଡା ୬୦ଟି ସଖି ଭୋଟ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥିର କରାଯାଇଛି । ତେବେ ଏଥର ତାଳଚେର ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୬୨ଟି ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଥିବାରୁ ସେଗୁଡିକ କଡା ନଜର ରଖାଯିବ ।

ଏସବୁ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳଗୁଡିକ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଠାରେ ଥିବା ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ। ତେଣୁ ଏହି ପ୍ରମୁଖ ୩ଦଳର ନେତା ଓ କର୍ମୀମାନେ କସରତ ଆରମ୍ଭ କରିଛନ୍ତି । ୩ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ କର୍ମୀଙ୍କୁ ନେଇ ସଭା ସମିତି ଓ ଶୋଭାଯାତ୍ରା କରୁଛନ୍ତି । ଭୋଟରଙ୍କୁ ନିଜ ଦଳର ମୁଖ୍ୟ ସମ୍ପର୍କରେ ବୁଝାଉଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧୁଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.