ETV Bharat / state

ଏବର୍ଷ ପୂଜା ଚାନ୍ଦା ମାଗିବା ବାହାନା ଚଳିବନି, ଦାଦାବଟି ନେଇ ପୋଲିସର ଆଗୁଆ ସତର୍କବଣୀ - Zero Tolerance Towards Extortion - ZERO TOLERANCE TOWARDS EXTORTION

No Extortion during festive season: ପାଖେଇ ଆସୁଛି ପାର୍ବଣ ଋତୁ । ଏହି ସମୟରେ ଦାଦାବଟିକୁ ନେଇ ଅନେକ ହିଂସା ଦେଖିବାକୁ ମିଳିଥାଏ । ତେବେ ଏଥର ପୂଜାରେ ଚଳିବନି ଜୋରଜବରଦସ୍ତ ଦାଦାବଟି ମାଗିବା । ପୋଲିସ ଶୁଣାଇଲା ଚରମ ବାଣୀ । ଅଧିକ ପଢ଼ନ୍ତୁ

No To Extortion
No To Extortion (ETV Bharat Odisha)
author img

By ETV Bharat Odisha Team

Published : Aug 20, 2024, 11:05 PM IST

ଭୁବନେଶ୍ବର: ଏଥର ଚାନ୍ଦା ମାଗିବାର ବାହାନା ନାହିଁ । ପୂଜା ପାଇଁ ଦାଦାବଟି ଉପରେ କଠୋର ହୋଇଛି ପୋଲିସ । ସିଧାସଳଖ ନ ହେଲେ ପୂଜା ଖର୍ଚ୍ଚ ଆଳରେ ବା ଆପଣଙ୍କ ଖୁସି ଆଳରେ ଚାନ୍ଦା ମାଗି ପାରିବେ ନାହିଁ । କାରଣ ଏଥର ଚାନ୍ଦା ଆଦୟ ଓ ଦାଦାବଟିକୁ ନେଇ ସତର୍କ କରାଇଛି ପୋଲିସ । ଏନେଇ ସମସ୍ତ ଥାନାକୁ ନିର୍ଦ୍ଦେଶନାମା ସହ ପୂଜା କମିଟିକୁ ବି ଆଗୁଆ ସତର୍କବଣୀ ଶୁଣାଇ ଦେଇଛି ପୋଲିସ ।

No To Extortion (ETV Bharat Odisha)
ଚଳିବନି ଦାଦାବଟି ଆଦାୟ:

ଆଗକୁ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ସାହି ସାହି ଓ ଗଳି ଗଳିରେ ପୂଜା ପାଇଁ ଚଳଚଞ୍ଚଳ ହେବ । ବିଶେଷ କରି ଗଣେଷ ପୂଜାରୁ ହିଁ ମାହୋଲ ଜମିବ । ଏହି ସମୟରେ ପୂଜା ନାଁରେ ଗଳିକନ୍ଦିରେ ଜବରଦସ୍ତି ଚାନ୍ଦା ଆଦାୟ ହୋଇଥାଏ । ନିର୍ଦ୍ଧାରିତ ମୂଲ୍ୟରେ ରସିଦ କଟି ଚାନ୍ଦା ଦେବାକୁ ବାଧ୍ୟ କରନ୍ତି ପୂଜା କମିଟି । ଏପରିକି କିଛି ଅଞ୍ଚଳରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ ଓ ତେଲ ଟାଙ୍କି, ଟ୍ରକ ଆସୋସିଏସନ୍, ଅଟୋ ଷ୍ଟାଣ୍ଡ ଉଠା ଦୋକାନୀ ଓ ବିଭିନ୍ନ ମାର୍କେଟରେ ପସି ଚାନ୍ଦା ନାଁରେ ଜବରଦସ୍ତ ଟଙ୍କା ଆଦାୟ କରନ୍ତି । ତେଣୁ ସେସବୁ କାର୍ଯକଳାପକୁ ବରଦାସ୍ତ ନ କରିବାକୁ ପୋଲିସ ଏବର୍ଷ କଠୋର ହୋଇଛି । ଦାଦାବଟି ଓ ଜବରଦସ୍ତି ଚାନ୍ଦା ଆଦାୟ ଉପରେ ଅଙ୍କୁଶ ଲଗାଇ ବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଆଗୁଆ ପୂଜା କମିଟିକୁ ଡାକି ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ନିଜ ଅଞ୍ଚଳର ପୂଜା କମିଟି ଓ ଲୋକଙ୍କ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁଁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ।

No To Extortion
No To Extortion (ETV Bharat Odisha)

ପୂଜା କମିଟିଙ୍କୁ ସତର୍କବଣୀ:

ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ଏଥର ପୂଜା ପାଇଁ ସବୁ ପ୍ରକାର ସୁବିଧା ଲୋକଙ୍କ ପାଇଁ କରିବାକୁ ଯୋଜନା କରିଛୁ । ଦେଖାଯାଏ ପୂଜା ସମୟରେ ଚାନ୍ଦା ନାଁରେ ବି କିଛି ଲୋକ ଜୋର ଜବରଦସ୍ତି ଲୋକଙ୍କଠୁ ଟଙ୍କା ନେଉଛନ୍ତି । ସେସବୁ ନ କରିବା ପାଇଁ ଯେତେ ସବୁ ପୂଜା କମିଟି ଅଛି ସେମାନଙ୍କୁ ଆମ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯଦି ବି କିଏ ଆଗରୁ କିଏ ଏମିତି ଚାନ୍ଦା ଆଦାୟ କରୁଛି । ଆଗରୁ ମଧ୍ୟ ସେମିତି ବି ଯେତେ ଲୋକ ଆକ୍ସନ ମଧ୍ୟ ହୋଇଛି । ଲୋକଙ୍କୁ ମଧ୍ୟ ଆମ ନମ୍ବର ଟାଇମ ଟୁ ଟାଇମ ନମ୍ବର ସେୟାର କରୁଛୁ । ଏସବୁ କାର୍ଯ୍ୟକଳାପ ବନ୍ଦ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛୁ ।"

ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର:

ଡିସିପି ପ୍ରତୀକ ସିଂ ଆହୁରି ମଧ୍ୟ କହିଛନ୍ତି, "ଥାନା ଆଇଆଇସିମାନଙ୍କୁ ପ୍ରଥମ ନିର୍ଦ୍ଦେଶ ଦିଆଯାଇଛି ଯେ ଯେପରି କୌଣସି ବିଶୃଙ୍ଖଳା ହେବ ନାହିଁ ।ଅସାମାଜିକ ତତ୍ବ ଉପରେ ନଜର ବଜାୟ ରଖିବେ । ନିଜ ଅଞ୍ଚଳରେ ଯଦି କେହି ଏମିତି ଦେଖାଯାଉଛନ୍ତି ସେମାନଙ୍କ ଉପରେ ନଜର ରଖିବେ । ପ୍ରତ୍ୟକ ବର୍ଷ ଶାନ୍ତି ଶୃଙ୍ଖଳାର ସହ ପୂଜା କରୁଛୁ । ଯିଏ ଭୟର ବାତାବରଣ କରୁଛି ସେ ନେଇ କାର୍ଯ୍ୟାନୁଷ୍ଠାନ ନେବୁ । ପୁର୍ବରୁ ଅସାମାଜିକ କାମ ସହ ଜଡ଼ିତ ଥିବା ଲୋକମାନଙ୍କ ତାଲିକା ଟାଇମ୍ ଟାଇମ୍ ମେଣ୍ଟେନ କରୁଛୁ । ଆମର ଏକ ସ୍ପେଶାଲ ଟିମ୍ ଅଛନ୍ତି । ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖୁଛନ୍ତି । ସେମାନଙ୍କ ଉପରେ ନଜର ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନାକୁ ନିର୍ଦ୍ଦେଶ ରହିଛି ।"

ଚାନ୍ଦା ଆଦାୟର ବିଭିନ୍ନ ତରିକା :

ବିଭିନ୍ନ ରାଜନୈତିକ ଛତ୍ର ଛାୟାରେ ଥିବା ନେତା ବା ମହିଳା ସଙ୍ଗଠନ ସାହି ସାହି ବା ଛୋଟ ବଡ଼ କ୍ଲବ୍ ଛୁଆ ମଧ୍ୟ ଏପରି ଚାନ୍ଦା ଆଦାୟ କରନ୍ତି ।ନିଜକୁ ବଡବଡ ପ୍ରତିଷ୍ଠିତ ଲୋକଙ୍କ ପାଖ ଲୋକ ଦର୍ଶାଇ ମଦ ଦୋକାନଠପ ଆରମ୍ଭ କରି ହୋଟେଲ, ହସ୍ପିଚାଲ ଓ କର୍ପୋରେଟ ଅଫିସରେ ପସି ପୂଜା‌ ମାହୋଲ ଆଳରେ ଚାନ୍ଦା ଆଦାୟ କରନ୍ତି । ଏନେଇ ସିଧା ସଳଖ ନ ମିଳିଲେ ମଧ୍ୟ ରସିଦ ବହିରୁ ରସିଦ କାଟି ଆଗୁଆ ଧରାଇ ଦିଅନ୍ତି । ଏପରିକି ଛୋଟ ବଡ଼ ହଷ୍ଟେଲରେ ରହୁଥିବା ପିଲାଙ୍କଠୁ ଆରମ୍ଭ କରି ବିଭିନ୍ନ କଲୋନିରେ ରହୁଥିବା ମାଲିକଙ୍କ ସମେତ ଭଡ଼ାଟିଆଙ୍କୁ ମଧ୍ୟ ଧମକ ଚମକ ଦିଅନ୍ତି ।ଏନେଇ ସେମାନଙ୍କ ସମ୍ପର୍କରେ ପୋଲିସକୁ ଖବର ଦେବାକୁ ମଧ୍ୟ ନମ୍ବର ଜରି କରାଯାଇଛି ।

ଆଗୁଆ ପୋଲିସ ଚେତାବନୀ:

ପୂର୍ବରୁ ଅନେକ ଥର ଏଭଳି ବାରମ୍ବାର ନମ୍ବର ଜାରି ସତ୍ତ୍ବେ ମଧ୍ୟ ଦାଦାବଟି ଆଦାୟ କରାଯାଉଥିବାର ନଜିର ଆସିଛି । ଏନେଇ ବାସ୍ତବିକ ପୋଲିସର ଭୟ ମାହୋଲ ବଜାୟ ରଖିବା ସହ ଜବରଦସ୍ତି ଚାନ୍ଦା ଆଦାୟରୁ ଲୋକଙ୍କୁ ଦୁରେଇ ରଖିବା ବା ଲୋକଙ୍କ ମନରେ ବିଶ୍ବାସ ଜିତିବା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । କାରଣ ସ୍ଥାନୀୟ ପୋଲିସ ଓ ସ୍ଥାନୀୟ‌ ଥାନବାବୁଙ୍କ ଉପରେ ଏସବୁ କାରବାର ଉପରେ ନିର୍ଭର କରୁଛି । ଭୟ ବାତାବରଣ ଓ ପୂଜା ସମୟରେ ଚାନ୍ଦା ଆଦାୟ ସହ ଦାଦାବଟି ବସୁଲ ଉପରେ ରୋକ ଲଗାଇବା ପୋଲିସ ପାଇଁ ବାସ୍ତବିକ ଏକ କାଠିକର ବିଷୟ ହୋଇଛି । କାରଣ ଅନେକ ସମୟରେ ମାରପିଟ୍ ସହ ହିଂସାତ୍ମକ ଘଟଣାର ମଧ୍ୟ ନଜିର ରହିଛି । ତେଣୁ ସେସବୁକୁ ଦମନ କରିବା ଓ ଭୟମୁକ୍ତ ପୂଜା କରିବ ଏକ ଚିନ୍ତା ଜନକ ବିଷୟ ହୋଇଛି ।

ପୁର୍ବରୁ ଅନେକ ଗିରଫ ହୋଇଛନ୍ତି :

ଗତବର୍ଷ ପୂଜା ପାଇଁ ଚାନ୍ଦା ଆଦାୟ ଆଳରେ ଦାଦବଟି କରି ପୂଜା କମିଟି ସଦସ୍ୟ ଗିରଫ ହେବାର ନଜିର ରହିଛି । ତମାଣ୍ଡୋ ଅଞ୍ଚଳରୁ ଗତବର୍ଷ ଜଣେ ପୂଜା କମିଟି ସଭାପତିଙ୍କୁ ଗିରଫ କରିଥିଲା ପୋଲିସ । ତେବେ ସ୍ଥାନୀୟ ଲୋକ କହି ଭୟ ଦେଖାଇବା ବା ଅଯଥା ପିଲାଙ୍କୁ ନେଇ ଗହଳି କରିବା ଭଳି ପରିସ୍ଥିତି ମଧ୍ୟ ଉପୁଜିଥାଏ । ପୁର୍ବରୁ ଅନେକ ଏଭଳି ମାମଲାରେ ଜେଲ ଯାଇଛନ୍ତି । ସେଭଳି ପ୍ରକୃତିର ଲୋକଙ୍କ ଉପରେ ପୋଲିସ ନଜର ରଖିଛି । ତେବେ କମିଶନରେଟ ପୋଲିସର ତଥ୍ୟ କହୁଛି ଗତବର୍ଷ ପୂଜା ସମୟରେ ଦାଦବଟି ମାମଲାରେ ୧୩୪ଟି କେସ ହୋଇଥିଲା । ୮୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେହିପରି ଏବର୍ଷ ମଧ୍ୟ ପୂଜା ପୁର୍ବରୁ ଅର୍ଥାତ ବର୍ଷ ଆରମ୍ଭରୁ ଏଯାବତ ୮୮ଟି ଦାଦବଟି ଜନିତ ଘଟଣା ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ...ଚନ୍ଦନପୁରରେ ବ୍ୟବସାୟୀଙ୍କୁ ବୋମାମାଡ, ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଲେ ଲୋକେ - Puri Bomb hurled

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.