ETV Bharat / state

ଜେଜେମାଆକୁ ହତ୍ୟା ଘଟଣାରେ ନାତିକୁ ଆଜୀବନ ଜେଲ୍ - Man Gets Life Imprisonment

author img

By ETV Bharat Odisha Team

Published : Aug 8, 2024, 10:02 AM IST

Man Gets Life Imprisonment: ଜେଜେମାଆକୁ କଟୁରୀରେ ହାଣି ହତ୍ୟା କରିଥିଲା ନାତି । ଅଭିଯୁକ୍ତ ନାତିକୁ ଏଭଳି ଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢ଼ନ୍ତୁ

Man Gets Life Imprisonment
Man Gets Life Imprisonment (ETV Bharat Odisha)

ରାଇରଙ୍ଗପୁର: ପାରିବାରିକ କଳହକୁ କେନ୍ଦ୍ରକରି ନିଜ ଜେଜେମାଆଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ହତ୍ୟାକାରୀ ନାତିକୁ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(୧)ଙ୍କ କୋର୍ଟରେ ଉକ୍ତ ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଣି ହୋଇଛି । ନିଜ ଜେଜେମାଆକୁ ହାଣି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ନାତିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ଜେଜେମାଆକୁ ହତ୍ୟା କରିବାର ଏଭଳି ଦଣ୍ଡ:

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (୧)ର ବିଚାରପତି ସତ୍ୟନାରାୟଣ ପାତ୍ର ଉକ୍ତ ହତ୍ୟା ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ୫୪ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି ଆସାମୀ ଲକ୍ଷ୍ମଣ ଟୁଡ(୨୮)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ଆସାମୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି । ତେବେ ଆସାମୀ ଜଣକ ହେଲା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଉଶଖଣ୍ଟିଆ ଗ୍ରାମର ଲକ୍ଷ୍ମଣ ଟୁଡୁ । ରାୟ ପ୍ରକାଶ ପାଇବା ପରେ ତାକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ଏହି ମାମଲାଟିକୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟର ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ ।

ଘଟଣା ଥିଲା ଏଭଳି:

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶଖୁଣ୍ଟିଆ ଗ୍ରାମର ଲକ୍ଷ୍ମଣ ଟୁଡୁ ଓ ତାଙ୍କ ଜେଜେମାଆ ସୋମବାରୀ ହେମ୍ବ୍ରମ ସହିତ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା । ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ୨୦୨୧ ମସିହା ନଭେମ୍ବର ମାସ ୧୯ ତାରିଖ ଦିନ ପ୍ରାୟ ୧୨ଟା ୩୦ମିନିଟ୍‌ ଦୁହିଁଙ୍କ ମଧ୍ୟ ପୁଣି ଝଗଡ଼ା ଲାଗିବା ସହ ଏହା କ୍ରମଶଃ ଉଗ୍ର ରୂପ ନେଇଥିଲା । ଝଗଡାରେ କଥା କଟାକଟିକୁ ନେଇ ଲକ୍ଷ୍ମଣ ଉତକ୍ଷିପ୍ତ ହୋଇ ତାଙ୍କ ଜେଜେମାଆ ସୋମବାରୀକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ମରଣାସ୍ତ୍ରରେ ଜେଜେମାଆକୁ ହାଣି ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲା । ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏଥି ସହିତ ମାରଣାସ୍ତ୍ରକୁ ଧରି ଗାଁ ରାସ୍ତାରେ ବୁଲୁଥିବାର ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସମ୍ପର୍କୀୟ ରୁପାୟ ସୋରେନ ଏନେଇ ସ୍ଥାନୀୟ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେଶ ନମ୍ବର ୧୪୯/୨୦୨୧ରେ ଏକ ମାମଲା ରୁଜୁ କରି ହତ୍ୟାକାରୀ ନାତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି (ମଙ୍ଗଳବାର) ହତ୍ୟାକାରୀ ନାତିକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...15 ବର୍ଷ ପରେ ଆସିଲା ଚର୍ଚ୍ଚିତ ଘାସି ସାହି ହତ୍ୟାକାଣ୍ଡ ରାୟ, 16 ଜଣଙ୍କୁ ଆଜୀବନ କାରାଦଣ୍ଡ - GHASI SAHI MURDER CASE

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.