ETV Bharat / state

କାକାର ତୀର ମାଡ଼ରେ ଟଳିଲା ପୁତୁରା, ଅଭିଯୁକ୍ତ ଗିରଫ - MAN DIED ARROW ATTACK - MAN DIED ARROW ATTACK

MAN DIED BY ARROW ATTACK: ନୂଆପଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ କାକାର ଧନୁତୀର ମାଡ଼ରେ ପୁତୁରା ମୃତ୍ୟୁ । ଅଧିକ ପଢନ୍ତୁ

MAN DIED BY ARROW ATTACK
MAN DIED BY ARROW ATTACK (ETV Bharat Odisha)
author img

By ETV Bharat Odisha Team

Published : May 26, 2024, 4:09 PM IST

ନୂଆପଡା: କାକାର ତୀର ମାଡ଼ରେ ପୁତୁରା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ସୁନାବେଡା ଅଭୟାରଣ୍ୟ ସ୍ଥିତ ଦାଥୁନାମା ଗାଁରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ତୀର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ହିଁ ପୁତୁରା ରାମଚନ ପହରିଆର ମୃତ୍ୟୁ ହୋଇଥିବା ସୂଚନା ।

ସୂଚନା ଯୋଗ୍ୟ ନୂଆପଡା କୋମନା ଥାନା ଅନ୍ତର୍ଗତ ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟ ଠାରୁ 8 କିଲୋମିଟର ଦୂରତା ନିଘଞ୍ଚ ଜଙ୍ଗଲ ଭିତରେ ରହିଛି ଦାଥୁନାମା ଗାଁ । ଗାଁରେ ପହରିଆ ଜଙ୍ଗଲିଆ ଡଙ୍ଗରିଆ ଲୋକ ରୁହନ୍ତି । ଏହି ଗାଁର ଜଳରାମ ପହରିଆ ନାମକ ଜଣେ ବ୍ୟକ୍ତି ତାର ପୁତୁରା ରାମଚନ ପହରିଆ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଆଜି ସକାଳେ ବଚସା ହୋଇଥିଲା । ଏଥିରେ କାକା ଜଳରାମ ରାଗିଯାଇ ଘରକୁ ଦୌଡି ଯାଇ ଧନୁତୀର ଆଣି ପୁତୁରା ରାମଚନ ପାଖକୁ ଆସିଥିଲା । ସେଠାରେ ପୁଣି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ କାକା ଜଳରାମ କ୍ଷୁବ୍ଧ ହୋଇ ଧନୁତୀରରେ ପୁତୁରା ରାମଚନ ଉପରକୁ ଆକ୍ରମଣ କରିଥିଲା । ଧନୁତୀରଟି ଯାଇ ପୁତୁରା ରାମଚନଙ୍କ ପେଟରେ ବାଜିଥିଲା । ତେବେ ଘଟଣା ସ୍ଥଳରେ ହିଁ ପୁତୁରା ରାମଚନଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା ।

ଖବର ପାଇ କୋମନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାକା ଜଳରାମ ପହରିଆକୁ ଗିରଫ କରିବା ସହି ଧନୁତୀରକୁ ମଧ୍ୟ ଜବତ କରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । କେଉଁ କାରଣରୁ ଏଭଳି ନୃଶଂସ ହତ୍ୟା ଘଟଣା ଘଟିଛି ପୋଲିସ ତାହାର ତଦନ୍ତ କରୁଛି । ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ପ୍ରାୟ 25 ପରିବାର ବାସ କରନ୍ତି । ସମସ୍ତେ ପହରିଆ ସମ୍ପ୍ରଦାୟ ଅଟନ୍ତି । ନିରକ୍ଷରତା କାରଣରୁ ଏଭଳି ଅମାନୁଷିକ ଘଟଣା ଘଟିଥିବା କୁହାଯାଉଛି । ଏଠିକାର ଲୋକେ ସାଧାରଣ ମାନବ ସମାଜ ଠାରୁ ଭିନ୍ନ ଅଟନ୍ତି । କେହି କିଛି ବୁଝିବା ପୂର୍ବରୁ ଏମାନେ ରାଗି ଯାଆନ୍ତି ।

ଏହା ମଧ୍ୟ ପଢନ୍ତୁ.....କାଜୁ ଜଙ୍ଗଲରେ ଫୁଟିଲା ଗୁଳି, ଦୁଇ ଗୁରୁତର - Firing In Ganjam

କୌଣସି ଭଦ୍ର ଲୋକଙ୍କ କଥା ଏମାନେ ଶୁଣନ୍ତି ନାହିଁ । ଜଙ୍ଗଲର ଫଳ ମୂଳ ସଂଗ୍ରହ କରି ଏମାନେ ଜୀବନ ଯାପନ କରନ୍ତି । ଦିନକର ଖାଦ୍ୟ ଯୋଗାଡ଼ ହେଲେ ଏମାନଙ୍କ ଚିନ୍ତା ଚାଲିଯାଏ । ପୁଣି ସକାଳ ହେଲେ ସେହି ଦିନର ଖାଦ୍ୟ ଯୋଗାଡ଼ରେ ରହନ୍ତି ଏହି ଜନଜାତି ସମ୍ପ୍ରଦାୟର ଲୋକ । ଏମାନେ ଦୁନିଆର ସଭ୍ୟାସମାଜ ସହିତ କୌଣସି ସମ୍ପର୍କ ରଖନ୍ତି ନାହିଁ । ଫଳରେ ଏଭଳି ନୃଶଂସ ଘଟଣା ଏହି ଗାଁରେ ଘଟିଥାଏ ।

ଇଟିିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.