ETV Bharat / state

ବିଜେପି ଓ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଉଡ଼ିଲା ତ୍ରିରଙ୍ଗା, ପାଳନ ହେଲା ୭୮ତମ ସ୍ବାଧୀନତା ଦିବସ - 78th Independence Day

author img

By ETV Bharat Odisha Team

Published : Aug 15, 2024, 5:52 PM IST

78TH INDEPENDENCE DAY: ସ୍ବାଧୀନତା ଦିବସ ଅବସରରେ କଂଗ୍ରେସ ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ସେପଟେ ରାଜ୍ୟର ଖଣିଜ ସମ୍ପଦକୁ ବ୍ୟବହାର କରି ବିକଶିତ ଓଡ଼ିଶା ଗଠନ ପାଇଁ ଆହ୍ଵାନ ଦେଲେ ମନମୋହନ । ଅଧିକ ପଢନ୍ତୁ

78TH INDEPENDENCE DAY CELEBRATION
78TH INDEPENDENCE DAY CELEBRATION (ETV Bharat Odisha)

ଭୁବନେଶ୍ବର: ଆଜି ହେଉଛି ୭୮ତମ ସ୍ବାଧୀନତା ଦିବସ । ଏହାକୁ ଦେଶର ପ୍ରତ୍ୟେକ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରେ ରାଜ୍ୟ ବିଜେପି ଏବଂ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଧୁମଧାମରେ ପାଳନ ହୋଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲ ପତାକା ଉତ୍ତୋଳନ କରିଥିବାବେଳେ ବିନା ପିସିସିରେ କଂଗ୍ରେସ କାର୍ଯ୍ୟଳୟରେ ପତାକା ଉତ୍ତୋଳନ କରିଥିଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

'କଂଗ୍ରେସ ପାଇଁ ସମସ୍ତେ ଏକାଠି ହେବା':
ଏହି ଅବସରରେ ରାମଚନ୍ଦ୍ର କାଡାମ କହିଛନ୍ତି," ମୁଁ ଜଣେ ଆଦିବାସୀ ପରିବାରରୁ ଆସିଛି ।ଏହି ମହାନ ଦିବସରେ ମୁଁ ପିସିସି ସଭାପତି ନହୋଇଥିଲେ ମଧ୍ୟ ବରିଷ୍ଠ ନେତାମାନଙ୍କ ଗହଣରେ ମୋତେ କଂଗ୍ରେସ ଭବନରେ ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ଦେଇଛନ୍ତି । ସେଥିପାଇଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଏ ଦେଶ ପାଇଁ ବଳିଦାନ ଦେଇଛନ୍ତି ବହୁ ସ୍ୱାଧୀନତା ସଂଗ୍ରାମୀ । ଆଜି ଏ ପବିତ୍ର ଦିନରେ ସେମାନଙ୍କ ସ୍ମୃତିଚାରଣ କରିବା । କଂଗ୍ରେସକୁ ମଜବୁତ କରିବା ପାଇଁ ଏକଜୁଟ ହେବା । କଂଗ୍ରେସ ଦେଶରେ ବହୁ ବିକାଶ କାର୍ଯ୍ୟକ୍ରମ କରିଛି । ଓଡ଼ିଶାରେ କଂଗ୍ରେସ ଶାସନ ସମୟରେ ବୃହତ ଶିଳ୍ପ କାରଖାନା ହୋଇଥିଲା । କଂଗ୍ରେସ ପାଇଁ ସମସ୍ତେ ଏକାଠି ହେବାର ବେଳ ଆସିଛି । "

ବରିଷ୍ଠ ନେତାଙ୍କ ନାହିଁ ଦେଖା:
ଏହି ଅବସରେ କଂଗ୍ରେସ ଭବନରେ ଥିବା ମହାମନିସୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେବା ଦଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଶରତ ରାଉତ, ଅନନ୍ତ ସେଠୀ ,ମହମ୍ମଦ ମୋକିମ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ହେଲେ ଦେଖିବାକୁ ମିଳିନଥିଲା ବରିଷ୍ଠ କଂବ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଭଳି ଟପ୍ ଲିଡର ମାନଙ୍କୁ ।

ବିନା ପିସିସି ସଭାପତିରେ ପତାକା ଉତ୍ତୋଳନ:

ସୂଚନା ଥାଉ କି ପ୍ରଥମଥର ପାଇଁ ବିନା ପିସିସି ସଭାପତିରେ ସ୍ୱାଧୀନତା ଦିବସ ପାଳନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ପିସିସି ସଭାପତି ନଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପତାକା ଉତ୍ତୋଳନ କରିଥିଲେ ।

ଅଧିକ ପଢନ୍ତୁ ...ପରେଡ ସମୟରେ ଅସୁସ୍ଥ ହେଲେ ଛାତ୍ର, ମହାନତା ଦେଖାଇଲେ ମନ୍ତ୍ରୀ - 78th Independence Day

'ଭାରତ ମାତା କି ଜୟ' ନାରାରେ କମ୍ପିଲା ବିଜେପି କାର୍ଯ୍ୟାଳୟ :

ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବହୁ ଧୁମଧାମରେ ପାଳନ ହୋଇଛି ସ୍ବାଧୀନତା ଦିବସ । ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ରାଜ୍ୟର ଖଣିଜ ସମ୍ପଦକୁ ବ୍ୟବହାର କରି ବିକଶିତ ଓଡ଼ିଶା ଗଠନ ପାଇଁ ଆହ୍ଵାନ ଦେଲେ ମନମୋହନ । ଉତ୍ସବରେ ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.