ETV Bharat / state

ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ ବଜାର, ଭାଗ ନେବେ ୧୬ଟି ଦେଶ

author img

By ETV Bharat Odisha Team

Published : Feb 6, 2024, 11:02 PM IST

Odisha Travel Bazaar : କୋଣାର୍କ ଠାରେ ଆୟୋଜିତ ହେବାକୁ ଯାଉଛି ଏହି ୩ ଦିନିଆ କାର୍ଯ୍ୟକ୍ରମ। ଏହି ତିନିଦିନିଆ ଟ୍ରାଭେଲ୍ ବଜାର ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ସଶକ୍ତ କରିବ । ଅଧିକ ପଢ଼ନ୍ତୁ,

ଓଡ଼ିଶା ଟ୍ରାଭେଲ ବଜାର
ଓଡ଼ିଶା ଟ୍ରାଭେଲ ବଜାର
ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ବର: ବିଶ୍ୱ ଦେଖିବ ଓଡ଼ିଶାର ପର୍ଯ୍ୟଟନ । ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ ବଜାରର ପଞ୍ଚମ ସଂସ୍କରଣ । ଘରୋଇ ଓ ବିଦେଶୀ ଟୁର୍ ଅପରେଟରଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଏହାକୁ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟନ ବିଭାଗ ଓ ଶିଳ୍ପ ସଂଘ ଫିକିର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ହେବାକୁ ଯାଉଛି ଏହି ୩ ଦିନିଆ କାର୍ଯ୍ୟକ୍ରମ। ଏହି ତିନିଦିନିଆ ଟ୍ରାଭେଲ୍ ବଜାର ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ସଶକ୍ତ କରିବ ।

ଓଡ଼ିଶା ହେଉଛି ପ୍ରାକୃତିକ ସଂପଦର ଗନ୍ତାଘର । ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି । ସେହି ସମ୍ଭାବନା ବିଷୟରେ ଦେଶ ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆୟୋଜିତ ହେଉଛି ଓଡ଼ିଶା ଟ୍ରାଭେଲ ବଜାର ୨୦୨୩- ୨୪ । ଏହି ସଂସ୍କରଣରେ ୧୮ ରାଜ୍ୟରୁ ୭୦ ଡୋମେଷ୍ଟିକ ଟୁର ଅପରେଟର ଏବଂ ୬୦ଟି ଫରେନ ଟୁର ଅପରେଟର ଅଂଶ ଗ୍ରହଣ କରିବେ । ଏହା ସହି ଫରେନ ଟୁର ଅପରେଟର ଓ ଓଡିଶା ଟୁର ଅପରେଟର ମଧ୍ୟରେ B2B ମିଟିଂ ଅନୁଷ୍ଠିତ ହେବ। ରାଜ୍ୟର ପର୍ଯ୍ୟଟନ ସଂପଦର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଆରମ୍ଭ ହେଉଛି ଓଡ଼ିଶା ଟ୍ରାଭେଲ ବଜାର । ଏହି ଓଡ଼ିଶା ଟ୍ରାଭେଲ ବଜାର କୋଣାର୍କ ଇକୋ ରିଟ୍ରିଟରେ ଉଦଘାଟନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଏହାର ଉଦଘାଟନ କରିବେ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ଆନୁକୂଲ୍ୟରେ ଏହା ତିନିଦିନ ଧରି ଚାଲିବ ।

ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ‘‘ପଞ୍ଚମ ଓଡ଼ିଶା ଟ୍ରାଭେଲ ବଜାର ଆସନ୍ତା କାଲିଠାରୁ ଆରମ୍ଭ ହେଉଛି । ୫୫ ବିଦେଶୀ ଓ ୭୦ ଘରୋଇ ଟୁର ଅପରେଟର ଏଥିରେ ସାମିଲ ହେବେ । ପର୍ଯ୍ୟଟନ କ୍ଷେତ୍ରର ପ୍ରଚାରପ୍ରସାର ଦିଗରେ ଟୁର ଅପରେଟରମାନଙ୍କ ପ୍ରମୁଖ ଭୂମିକା ରହିଛି । ଆସାମ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ଜାମ୍ମୁକାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ୧୮ଟି ରାଜ୍ୟର ୨୭ଟି ସହରର ୭୦ ଜଣ ଟୁର ଅପରେଟ ଏଥିରେ ସାମିଲ ହେବେ । ସେହିପରି ବେଲଜିୟମ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ନେଦରଲ୍ୟାଣ୍ଡସ, ସିଙ୍ଗାପୁର, ସାଉଥ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କା, ଥାଇଲାଣ୍ଡ, ତୁର୍କୀ, ଇଂଲଣ୍ଡ ଓ ଫ୍ରାନ୍ସ ଭଳି ୧୬ଟି ଦେଶର ୫୫ ଜଣ ଟୁର ଅପରେଟର ଏଥିରେ ଯୋଗଦେବେ ।’’

ଏହା ମଧ୍ୟ ପଢ଼ନ୍ତୁ.... ଭୁବନେଶ୍ୱର ବିମାନବନ୍ଦରରେ ଲିଙ୍କ୍ ବିଲ୍ଡିଂ ଉଦଘାଟିତ, ୪.୬୫ ନିୟୁତକୁ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି

ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ପରିସର ବ୍ୟାପକ ହେବା ସହ ରାଜ୍ୟକୁ ଅଧିକ ସଂଖ୍ୟକ ଦେଶବିଦେଶର ପର୍ଯ୍ୟଟକମାନଙ୍କ ଆଗମନ ହେବ । ଗତ ଚାରୋଟି ସଂସ୍କରଣ ପ୍ରଭାବରେ ରାଜ୍ୟକୁ ପର୍ଯ୍ୟଟକମାନଙ୍କର ସଂଖ୍ୟାରେ ବୃଦ୍ଧି ହୋଇଛି । ଏହା କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଆଜି ରାଜ୍ୟ ଆଧ୍ୟାତ୍ମିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ଦୁଃସାହସିକ କ୍ରୀଡ଼ା ପର୍ଯ୍ୟଟନ, ବେଳାଭୂମି ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ବେଶ୍‌ ପ୍ରଗତି ହାସଲ କରିପାରିଛି ।’’ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ଯେ, ‘‘ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱବାସୀଙ୍କ ଦୃଷ୍ଟିକୁ ଆଣିବା ହେଉଛି ଏହି ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନର ମୂଳ ଉଦ୍ଦେଶ୍ୟ । ରାଜ୍ୟର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିବିଧ ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଟୁର ଅପରେଟର, ହୋଟେଲିଅର, ଏୟାରଲାଇନ୍ସ ଅପରେଟର, ପୁଞ୍ଜିନିବେଶକ ଏବଂ ବିଭିନ୍ନ ସଂପୃକ୍ତ ଅଂଶୀଦାରମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହେବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.