ETV Bharat / state

ପ୍ରଦର୍ଶନୀ ବୁଲିଲେ; ଏକ୍ସରେ ନମ୍ବର 1 ଟ୍ରେଣ୍ଡ କରୁଛନ୍ତି ଭିକେ ପାଣ୍ଡିଆନ

author img

By ETV Bharat Odisha Team

Published : Feb 7, 2024, 4:39 PM IST

Updated : Feb 7, 2024, 6:24 PM IST

VK Pandian Visits World Odia Language Conference Exhibition: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେଲ୍ଫି ନେଇଛନ୍ତି । ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ 'X'ରେ ଟ୍ରେଣ୍ଡ କରୁଛନ୍ତି ପାଣ୍ଡିଆନ । ଅଧିକ ପଢନ୍ତୁ

ପ୍ରଦର୍ଶନୀ ବୁଲିଲେ; ଏକ୍ସରେ ନମ୍ବର 1 ଟ୍ରେଣ୍ଡ କରୁଛନ୍ତି ଭିକେ ପାଣ୍ଡିଆନ
ପ୍ରଦର୍ଶନୀ ବୁଲିଲେ; ଏକ୍ସରେ ନମ୍ବର 1 ଟ୍ରେଣ୍ଡ କରୁଛନ୍ତି ଭିକେ ପାଣ୍ଡିଆନ

ପ୍ରଦର୍ଶନୀ ବୁଲିଲେ; ଏକ୍ସରେ ନମ୍ବର 1 ଟ୍ରେଣ୍ଡ କରୁଛନ୍ତି ଭିକେ ପାଣ୍ଡିଆନ
ପ୍ରଦର୍ଶନୀ ବୁଲିଲେ; ଏକ୍ସରେ ନମ୍ବର 1 ଟ୍ରେଣ୍ଡ କରୁଛନ୍ତି ଭିକେ ପାଣ୍ଡିଆନ

ଭୁବନେଶ୍ବର: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆୟୋଜିତ ପ୍ରଦର୍ଶନୀ ଆଜି ବୁଲି ଦେଖିଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ସାଇଟ ଏକ୍ସରେ ଟ୍ରେଣ୍ଡ କରୁଛନ୍ତି ପାଣ୍ଡିଆନ । ଏହାକୁ ନେଇ ପାଣ୍ଡିଆନଙ୍କୁ ନେଇ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି କ୍ରେଜ । ଏକ୍ସରେ ଟ୍ରେଣ୍ଡ କରୁଛି #VKpandianInMetaverse ।

ଅଧିକ ପଢନ୍ତୁ- ପ୍ରତି ୫ ବର୍ଷରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ହେବ ଆୟୋଜିତ: ମୁଖ୍ୟମନ୍ତ୍ରୀ

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପ୍ରାଚୀନ ଯୁଗ, ମଧ୍ୟ ଯୁଗୀୟ ପ୍ରଦର୍ଶନୀରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ତରଫରୁ ଓଡିଆ ଭାଷାକୁ ନେଇ ଆୟୋଜିତ ସ୍ଵତନ୍ତ୍ର ପ୍ରଦର୍ଶନୀ ବୁଲି ଭିକେ ପାଣ୍ଡିଆନ ଦେଖିଛନ୍ତି । ଏହା ସହ ଓଡିଆ ଭାଷାର ପ୍ରାଚୀନତା, ବିଭିନ୍ନ ଢଙ୍ଗରେ ବିଭିନ୍ନ ରୂପରେ ଭାଷାର ବ୍ୟବହାର ବାବଦରେ ସେ ପଚାରି ବୁଝିଛନ୍ତି । ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଷ୍ଟଲରେ ଅତ୍ୟାଧୁନିକ ପକଳ୍ପ ଗୁଡିକୁ ପ୍ରଦର୍ଶନୀ କରାଯାଇଛି । ଏହି ପ୍ରକଳ୍ପ ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରୁଛି । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଏହା ବୁଲି ଦେଖିଛନ୍ତି । ରୋବର୍ଟ ଓ ଅନ୍ୟାନ୍ୟ ପ୍ରକଳ୍ପ ବାବଦରେ ସେ ପଚାରି ବୁଝିଛନ୍ତି । ନିଜେ ମଧ୍ୟ ଏହାର ବ୍ୟବହାର କରି ମଜା ଉଠାଇଛନ୍ତି । ପ୍ରଦର୍ଶନୀକୁ ଆସିଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସମ୍ମିଳନୀ ଓ ପ୍ରଦର୍ଶନୀର ଉପାଦେୟତା ବାବଦରେ ସେ ଆଲୋଚନା କରିଛନ୍ତି ।

ପ୍ରଦର୍ଶନୀରେ ବୁଲିବାର ଫଟୋ ଓ ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ସାଇଟ ଏକ୍ସରେ ଟ୍ରେଣ୍ଡ କରୁଛନ୍ତି ପାଣ୍ଡିଆନ । ଏହାକୁ ନେଇ ପାଣ୍ଡିଆନଙ୍କୁ ନେଇ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି କ୍ରେଜ । ଏକ୍ସରେ ଟ୍ରେଣ୍ଡ କରୁଛି #VKpandianInMetaverse । ପ୍ରାୟ ୩ ହଜାର ଏକ୍ସ ବ୍ୟବହାରକାରୀ ମତ ରଖିଛନ୍ତି । ଭିକେ ପାଣ୍ଡିଆନ ପ୍ରଦର୍ଶନୀ ବୁଲିବା ବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ, ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓସେପା ନିର୍ଦ୍ଦେଶକ ଅନୁପମ ଶାହ, ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଓଏସଡି ଅଂଶୁମାନ ରଥଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ- ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା କଲେ ପାଣ୍ଡିଆନ

ସୂଚନା ଅନୁସାରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ ‘୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଆଲୋଚନାରେ ସାମିଲ ହୋଇଥିଲେ ୫T ଅଧ୍ୟକ୍ଷ । ସେ କହିଥିଲେ ଯେ, ନିରବଚ୍ଛିନ୍ନ ବିକାଶ ଓ ଅଭୂତପୂର୍ବ ରୂପାନ୍ତର ପଥକୁ ଅନୁସରଣ କରିଛି ଓଡ଼ିଶା ସରକାର । ଗତ ୨୩ ବର୍ଷରୁ ଅଧିକ ସମୟ ଧରି ଗଭୀର ଆତ୍ମବିଶ୍ବାସର ସହିତ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଦୃଢ ସଂକଳ୍ପ ନେଇ ଜନସାଧାରଣଙ୍କ ପାଇଁ ସରକାର କାର୍ଯ୍ୟ କରି ଆସୁଛି । ରାଜ୍ୟବାସୀଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧତା ଆମକୁ ଅନ୍ୟ ରାଜ୍ୟଙ୍କଠାରୁ ଭିନ୍ନ ଓ ସ୍ବତନ୍ତ୍ର ମର୍ଯ୍ୟାଦା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2024, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.