ETV Bharat / state

ଢେଙ୍କାନାଳରେ ନୂଆ-ଓ କାର୍ଯ୍ୟକ୍ରମ, ଯୋଗଦେଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ - 5t chairman vk pandian

Nua 'O' Programme: ଜୀବନର ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଛଅ ସୁତ୍ରୀର ଉପଦେଶ ଦେଲେ ପାଣ୍ଡିଆନ । ଏହାସହ ସୋସିଆଲ ମିଡିଆ ଠାରୁ ଦୂରରେ ରହି ପାଠପଢ଼ାରେ ଏକାଗ୍ରତା ଅଣିବାକୁ ଦେଇଛନ୍ତି ଆହ୍ୱାନ । ଅଧିକ ପଢନ୍ତୁ

ଢେଙ୍କାନାଳରେ ନୂଆ 'ଓ' କାର୍ଯ୍ୟକ୍ରମ , ଯୋଗଦେଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ

author img

By ETV Bharat Odisha Team

Published : Feb 1, 2024, 9:45 PM IST

ଢେଙ୍କାନାଳ: ଆଜି ଢେଙ୍କାନାଳ ଗସ୍ତରେ ଯାଇଥିଲେ ରାଜ୍ୟ ୫ଟି ତଥା ନୂତନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଢେଙ୍କାନାଳ ସହରର ମହିଷାପାଟ ସ୍ଥିତ ପଲ୍ଲୀଶ୍ରୀ ପଡ଼ିଆରେ ଆୟୋଜିତ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ୫ଟି ଅଧ୍ୟକ୍ଷ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ଭିକେ ପାଣ୍ଡିଆନ । ସୋସିଆଲ ମିଡିଆ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏକାଗ୍ରତା ଉପରେ ପ୍ରଭାବ ପକାଉଥିବାରୁ ଏହା ଠାରୁ ଦୂରରେ ରହିବାକୁ ଛାତ୍ରଛତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା । ଏହାର ଲୋକମାନେ ବେଶ ଭଲ ଓ ଶୃଙ୍ଖଳିତ ବୋଲି କହିଥିଲେ ସେ । ତେବେ ସରକାରୀ ସ୍କୁଲରେ ପାଠ ପଢ଼ି ଏହି ଜିଲ୍ଲାରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, କଳ୍ପନା ଦାସ, ଆଇପିଏସ ଅନୁପ ସାହି ଆଦି ନିଜର ଏକାଗ୍ରତା ଓ ପରିଶ୍ରମ ବଳରେ କିପରି ଆଜି ସଫଳତା ହାସଲ କରିଛନ୍ତି ବୋଲି ଉଦାହରଣ ଦେଇଥିଲେ । ଅପରପକ୍ଷରେ ଜୀବନର ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଛଅ ସୁତ୍ରୀର ଏ ଉପଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ....କେନ୍ଦୁଝରରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

ଏହା ମଧ୍ୟ ପଢନ୍ତୁ ....ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ

ଏହା ମଧ୍ୟ ପଢନ୍ତୁ ....ନବରଙ୍ଗପୁରରେ 'ନୂଆ-ଓ 'କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଲେଜରୁ ହଜାର ହଜାର ସଂଖ୍ୟାର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ତେବେ ଏହି କଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ଛାତ୍ରଛାତ୍ରୀମାନେ ହାତ ମିଶାଇବା ସହିତ ସେଲ୍ଫି ନେବା ପାଇଁ ବେଶ ଉତ୍ସାହିତ ହୋଇଥିବା ପରିଲକ୍ଷିତ ହୋଇଥିଲା । ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସ୍ଥାନୀୟ ଡିପିଏସ ସ୍କୁଲ ଖେଳାପଡ଼ିଆ ପ୍ରାଙ୍ଗଣରେ ଅବତରଣ ପଟେ ସ୍ୱତନ୍ତ୍ର କାର ଯୋଗେ ସଭାସ୍ଥଳ ପଲ୍ଲୀଶ୍ରୀ ପଡିଆକୁ ଯାଇଥିଲେ ଭିକେ ପାଣ୍ଡିଆନ ।

ତେବେ ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏପରିକି ପୂର୍ବରୁ ସଭାସ୍ଥଳକୁ କୌଣସି ଗଣମାଧ୍ୟମକୁ ନଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଦର୍ଶାଇ ସମ୍ବାଦିକମାନଙ୍କୁ ସଭା ସ୍ଥଳକୁ ଯିବା ପାଇଁ ବାରଣ କରିଥିଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ତେବେ ଏଭଳି ଘଟଣାକୁ ନା ପସନ୍ଦ କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଏହି ନୂଆ ଓ କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆୟୋଜନ କରାଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.