ETV Bharat / state

ପୁରୀ ବାଣ ବିସ୍ପୋରଣ ମାମଲା: ୪ ଗିରଫ - Puri Crackers blast

author img

By ETV Bharat Odisha Team

Published : Jun 4, 2024, 8:21 AM IST

Puri crackers blast: ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଗିରଫ । ଅନ୍ୟପଟେ ବାଣ ଫୁଟାଇଥିବା ବ୍ୟକ୍ତି ଫେରାର ଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି । ଏବେସୁଦ୍ଧା ୧୩ ମୃତ । ଅଧିକ ପଢନ୍ତୁ

Puri crackers blast
Puri crackers blast (ETV Bharat Odisha)

ପୁରୀ: ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣ ଘଟଣାରେ ୪ ଗିରଫ । ଗତ ୨୯ ତାରିଖ ଦିନ ମହାପ୍ରଭୁଙ୍କ ଭଉଁରୀ ଅବସରରେ ପୁରୀ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ନିକଟରେ ବାଣ ବିସ୍ପୋରଣ ଘଟିଥିଲା । ଯେଉଁଥିରେ ୩୫ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଓ କଟକର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆହତଙ୍କ ମଧ୍ୟରୁ ଏବେସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହାତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ବିନା ଅନୁମତିରେ ବାଣ ଫୁଟାଇବା ଓ ଅଘଟଣକୁ ନେଇ ପୋଲିସ ପକ୍ଷରୁ ନିଜ ଆଡୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ।

ପୁରୀ ବାଣ ବିସ୍ଫୋରଣ ଘଟଣାରେ ରବିବାର ନିମାପଡା ବ୍ଲକର ଚାରିଛକ ଥାନା ଅଞ୍ଚଳର ୪ ଜଣ ବାଣ ବେପାରୀକୁ ଗିରଫ କରି କୁମ୍ଭାରପଡା ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ଚାରିଛକ ଅଞ୍ଚଳର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ୱାଇଁ, ବୁଧି ଭୋଇ ଏବଂ ଜଗନ୍ନାଥ ରାଉତ । ପୋଲିସ ୧୮୧/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ପୋଟାସିଏମ ନାଇଟ୍ରେଟ୍ ୪୬ କେଜି , ଚାରକୋଲ ପାଉଡର ୩୦କେଜି, ଗନ ପାଉଡର ୮ କେଜି, ସରଫର ୫ କେଜି , ଜୀବନ୍ତ ହାତ ବୋମା ୮୫ଟି , ବିଗ୍ ସଟ୍ ହାବେଳୀ ୬୩ଟି, ୩୦ ସଟ୍ ବକ୍ସ ୧୨ଟି , ୧୦୦ସଟ୍ ୧୪ଟି ବକ୍ସ, ୬୦ ସଟ ୨୦ଟି ବକ୍ସ , ୫୦ ସଟ୍ ୬ଟି ବକ୍ସ , ଟୁ ଇନ ୱାନ ୬ଟି ବକ୍ସ, ଲଙ୍କା ବାଣ ୮ ବକ୍ସ, ୧୦୦୦ ପାଇପ ହାବେଳୀ କଣ୍ଟେନର ଆଦି ଜବତ କରିଛି ।

ଏହାମଧ୍ୟ ପଢନ୍ତୁ.. ଥମୁନି ବାଣ ବିସ୍ଫୋରଣ ଜନିତ ମୃତ୍ୟୁ ! ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି - Fire Tragedy Death Toll Rise

ପୋଲିସର ସୂଚନା ଅନୁଯାୟୀ, ଚନ୍ଦନ ଭୋଇ ନିଜର ମାନସିକ ପୂରଣ କରିବା ନିମନ୍ତେ ଚାପଖେଳ ସମୟରେ ବାଣ ଫୁଟାଇବା ନେଇ ଯୋଜନା କରିଥିଲେ । ବାଣ କିଣି ଆଣି ବେଳେ ଉକ୍ତ ବାଣଙ୍କୁ ଟଲି ସାହାଯ୍ୟରେ କେ ରାଜୁ ରାଓ ନରେନ୍ଦ୍ର ପୁଷ୍କରିଣୀ ନିକଟକୁ ଆଣିଥିଲେ । ବାଣ ଫୁଟାଇବା ପାଇଁ ଚନ୍ଦନପୁର ଦୋବନ୍ଦା ଅଞ୍ଚଳର ଗୋବିନ୍ଦ ନାୟକ ଭଡାରେ ଆସିଥିଲେ । ତେବେ ସେ ଭୁଲ ବାଣ ଫୁଟାଇବା ଯୋଗୁ ବାଣ ମିସ୍ ଫାୟାର ହୋଇ ଅନ୍ୟ ବାଣ ଉପରେ ପଡିଥିଲା । ଯାହାଫଳରେ ବାଣ ବିସ୍ପୋରଣ ହୋଇଥିଲା ।

ବାଣ ଆଣିଥିବା ଚନ୍ଦନ ଭୋଇ ବିସ୍ପୋରଣରେ ଆହତ ହୋଇ ଚିକିତ୍ସତ ହେଉଥିବା ବେଳେ ବାଣ ଆଣିଥିବା ରାଜୁ ରାଓଙ୍କର ମୃତ୍ୟୁ ଘଟିଛି । ଅପରପକ୍ଷରେ ବାଣ ଫୁଟାଉଥିବା ଗୋବିନ୍ଦ ନାୟକ ବିସ୍ପୋରଣ ସମୟରେ ପାଣିକୁ ଡେଇଁ ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଶାନ୍ତ ଓ ଟୁକୁ ରଞ୍ଜନ ସ୍ୱାଇଁ ଫ୍ୟାନ୍ସି ବାଣ ତିଆରି କରିବା ନିମନ୍ତେ ଲାଇସେନ ପାଇଥିଲେ ମାତ୍ର ବେଆଇନ ଭାବରେ ବିସ୍ପୋରକ ବାଣ ତିଆରୀ କରି ଚନ୍ଦନ ଭୋଇଙ୍କୁ ଯୋଗାଇଥିଲେ ।

ଅପରପକ୍ଷରେ ଗିରଫ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ବୁଧି ଭୋଇ ଓ ଜଗନ୍ନାଥ ରାଉତ ବେଆଇନ ଭାବରେ ପ୍ରଶାନ୍ତ ଓ ଟୁକୁଙ୍କ ନିମନ୍ତେ ବାଣ ତିଆରି କରୁଥିଲେ । ବେଆଇନ ଭାବରେ ବାଣ ତିଆରି କରିବା ଓ ବିକ୍ରି କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ବାଣ ଫୁଟାଉଥିବା ଫେରାର ଗୋବିନ୍ଦକୁ ପୋଲିସ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.