ETV Bharat / state

ବିମାନ ବନ୍ଦରରୁ ଜବତ ହେଲା 3.77 କେଜି ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ - Gold seized Bhubaneswar Airport - GOLD SEIZED BHUBANESWAR AIRPORT

Gold seized at Bhubaneswar airport: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜବତ ହେଲା ସୁନା କ୍ୟାପସୁଲ । ୩ କେଜି ୭୭୦ ଗ୍ରାମର ସୁନା ସହ ୪ ଗିରଫ । ଅଧିକ ପଢନ୍ତୁ

ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ
ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 6:57 PM IST

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦର ଦେଇ ସୁନା ଚାଲାଣ । DRI ହାତରେ ଲାଗିଲା ୩ କେଜି ୭୭୦ ଗ୍ରାମର ସୁନା । ମଳଦ୍ୱାର ଦେଇ ଚୋରା ଚାଲାଣ ବେଳେ ୪ ଜଣ ଗିରଫ । ସେମାନଙ୍କ ଠାରୁ ମୋଟ ୧୨ଟି ସୁନା କ୍ୟାପସୁଲ ଜବତ‌ ହୋଇଛି । ଏନେଇ DRI ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ ମେ ୬ ତାରିଖରେ ଠାବ କରଯାଇଥିଲା ସୁନା ତସ୍କରି । ଦୁବାଇରୁ ଭୁବନେଶ୍ୱର ଆଣିଥିଲେ ସୁନା । ୪ଜଣ ବିମାନ ଯାତ୍ରୀଙ୍କ ଜରିଆରେ ମଳଦ୍ୱାର ବାଟେ ସୁନା ଚାଲାଣ ବେଳେ ଧରିଥିଲା DRI । ସନ୍ଦେହ ହେବାରୁ ବିମାନ ଯାତ୍ରୀଙ୍କୁ ନେଇ ପଚରାଉଚରା କରାଯାଇଥିଲା ।

ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ
ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ (ETV Bharat Odisha)

ତେବେ କେମିକାଲ ଯୁକ୍ତ ପାନୀୟ ଜଳ ପିଇବା ପରେ । ମଳଦ୍ୱାରରେ ଲୁଚାଇ ନେଉଥିବା ସୁନାକୁ ଜବତ କରାଯାଇଥିଲା । ଜବତ ସୁନାରର ପରିମାଣ ସାଢେ ୩ କେଜି ୭୭୦ଗ୍ରାମ ଯାହାର‌ ଆନୁମାନିକ ବଜାର ମୂଲ୍ୟ ୨କୋଟି ୭୯ଲକ୍ଷ ହେବ ବୋଲି ଜଣାପଡ଼ିଛି । ସେପଟେ ଚାଲାଣ କରୁଥିବା ଚାରି ଜଣ ଅଭିଯୁକ୍ତଙ୍କୁ କଷ୍ଟମସ ଆକ୍ଟରେ ଗିରଫ କରାଯାଇଛି । ଏନେଇ ଡିଆର ଆଇ ଅଧିକାରୀ ପଚରାଉଚରା ଜାରି ରଖିଛନ୍ତି । ଜବତ ହୋଇଥିବା ସମସ୍ତ ସୁନାକୁ ଏକ‌ ପ୍ରକାର କ୍ୟାପସୁଲ ଭର୍ତ୍ତି କରି ମଳଦ୍ୱାର ଦେଇ ଚାଲାଣ କରାଯାଉଥିଲା । ସମସ୍ତ ସୁନାକୁ ୧୨ଟି କ୍ୟାପସୁଲ କରାଯାଇଥିଲା ।

ଚାରି ଜଣ ଅଭିଯୁକ୍ତ ୩ଟି ଲେଖାଏଁ କ୍ୟାପସୁଲ ଜରିଆରେ ଚାଲାଣ କରୁଥିଲେ । ଏନେଇ ସୂଚନା ପାଇ ସେମାନଙ୍କର ଉପରେ ନଜର ରଖିଥିଲା । ପରେ ସେମାନଙ୍କ ଚାଲି ଓ ହାବଭାବରୁ ସନ୍ଦେହ କରି ଅଟକାଇଥିଲା DRI । ପଚାରଉଚାର ପରେ ସବୁ ସତ ପଦାକୁ ଆସିଥିଲା ସେମାନଙ୍କୁ କିଛି ଔଷଧ ଖାଇବାକୁ ଦେବା ପରେ ମଳଦ୍ୱାର ଦେଇ କ୍ୟାପସୁଲ ଗୁଡ଼ିକ ବାହାରିଥିଲା । ତେବେ ମୋଟ ୪ ଜଣଙ୍କଠୁ ୧୨ଟି କ୍ୟାପସୁଲ ଜବତ‌ ହୋଇଛି । ଏହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗିରଫ ଯାତ୍ରୀ କେଉଁ ଉଦ୍ଦେଶ୍ୟରେ ଦୁବାଇ ଯାଇଥିଲେ ? କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା ? ନିର୍ବାଚନ ସମୟରେ ଏପରି ଚୋରା ଚାଲାଣରେ ଗଳାବାଟ କ'ଣ ଆପଣାଇ ଥିଲେ । ଏନେଇ ଅନୁସନ୍ଧାନ ଜରି ରହିଛି ।

ଏହା ମଧ୍ୟ ପଢନ୍ତୁ ..... ବିମାନବନ୍ଦରରୁ ଧରାପଡ଼ିଲା ସୁନା, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ - GOLD SEIZED

ଭୁବନେଶ୍ୱର ବିମାନବନ୍ଦର ଦେଇ ସୁନା ଚୋରା ଚାଲାଣ ନୂଆ କଥା ନୁହେଁ । ପୂର୍ବରୁ ଅନେକ ଥର ଏପରି ସୁନା ଚୋରା ଚାଲାଣର ଫର୍ଦ୍ଦାଫାସ ହୋଇଛି । କ୍ୟାରିୟର ଭାବେ କାମ କରି ସୁନା ଚାଲାଣ କରୁଛନ୍ତି କିଛି ଲୋକ । ଏହା ପଛରେ କୋୖଣସି ବ୍ୟବସାୟିକ ପ୍ରତିଷ୍ଠାନ ବା ସୁନା ବ୍ୟବସାୟୀ ଅଛନ୍ତି ନା ନିର୍ବାଚନ ପରିଚାଳନାକୁ ଦୃଷ୍ଟିରେ ରଖି ଏପରି ସୁନା ଚାଲାଣ ହେଉଥିଲା । ସେନେଇ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.