ETV Bharat / state

ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରଘାତରେ ଟଳି ପଡିଲେ 3 ଜଣ - Lightning Strike

author img

By ETV Bharat Odisha Team

Published : Jun 7, 2024, 10:16 PM IST

Lightning strikes Death: ବଜ୍ରାଘାତ ଯୋଗୁଁ ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା । ଗୋଚିଏ ଦିନରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Lightning strikes Death
Lightning strikes Death (ETV Bharat Odisha)

ନୂଆପଡା/ରାଇରଙ୍ଗପୁର/ଢେଙ୍କାନାଳ: ଆସନ୍ତା 2ରୁ 3 ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ରାଜ୍ୟରେ ଜାରି ରହିଛି ଏହି ବର୍ଷା ବର୍ଷା ବା ପ୍ରାକ୍ ମୌସୁମୀ ବର୍ଷା । ହେଲେ ବର୍ଷା ସାଙ୍ଗରେ ନେଇ ଆସିଛି କାଳ । ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ । ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ । ବଜ୍ରାଘାତ ଯୋଗୁଁ ରାଜ୍ୟରେ ଅନେକ ଲୋକଙ୍କ ଜୀବନ ଗଲାଣି । ଆଜି ରାଜ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିରିକିଟା ଗାଁରେ ଆଜି ସଂଦ୍ଧ୍ୟା 5ଟା ବେଳେ ପ୍ରବଳ ଘଡଘଟି ସହିତ ଘୂର୍ଣ୍ଣିଝଡ଼ ବର୍ଷା ହୋଇଥିଲା । ଏହି ସମୟରେ ଗାଁର ତହସିଲ ମାଝୀ ଏବଂ ସିଙ୍ଗଲ ମାଝୀ ଦୁହେଁ ଗାଁ ନିକଟସ୍ଥ ନାଲାକୁ ଶୌଚ ପାଇଁ ଯାଇଥିଲେ । ଠିକ ସେତେବେଳେ ପ୍ରବଳ ଘଡଘଡି ଘୁର୍ଣ୍ଣିଝଡ଼ ସହିତ ବର୍ଷା ହୋଇଥିଲା । ଦୁହେଁ ବର୍ଷା ପାଣିରୁ ସୁରକ୍ଷିତ ରହିବା ପାଇଁ ନିକଟସ୍ଥ ଆମ୍ବ ଗଛ ମୂଳରେ ଅଟକି ଯାଇଥିଲେ । ଠିକ ସେହି ସମୟରେ ଘଡଘଡି ସହିତ ବଜ୍ରପାତ ହୋଇ ଘଟଣାସ୍ଥଳରେ ତହସିଲ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ, ସିଙ୍ଗଲ ମାଝୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଅନ୍ୟପକ୍ଷରେ ଗୁରୁତର ସିଙ୍ଗଲ ମାଝୀ ଗରିବ ଲୋକ ହୋଇଥିବା କାରଣରୁ ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଅର୍ଥ ଯୋଗାଡ଼ କରି ନପାରି ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗାଁଲୋକେ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. କାଳବୈଶାଖୀ ତାଣ୍ଡବ, ବଜ୍ରାଘାତରେ ଦୁଇ ମୃତ - Workers Killed In Lightning Strike

ସେହିପରି ଆଉ ଏକ ବଜ୍ରାପାତ ଜନିତ ମୃତ୍ୟୁ ଘଟଣା ରାଇରଙ୍ଗପୁରରୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ ଖୁଦୁରା ନାଏକ ଓ ତାଙ୍କ ଝିଅ ସୋମବାରୀ ନାଏକ ନିଜ ଘର ବାରଣ୍ଡାରେ ବସିଥିଲେ । ସେହି ସମୟରେ ହଠାତ କାଳବୈଶାଖୀ ମାଡ଼ି ଆସି ବଜ୍ରାଘାତ ହୋଇ ଝିଅ ସୋମବାରୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇ ପଡ଼ିଥିଲେ । ଏହା ଜାଣି ପାରି ପରିବାର ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ହେଲେ ସେଠାରେ ଡାକ୍ତର ଖୁଦୁରାଙ୍କ ଝିଅକୁ ମୃତ ଘୋଷଣା କରିଥିଲେ । ଏଥି ସହିତ ଖୁଦୁରାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଖୁଦୁରା ନାଏକଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଏ ସମ୍ପର୍କରେ ଖବର ପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହର ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ମେଡିକାଲକୁ ପଠାଇଛି ।

ସେହିପରି ଆଜି ସନ୍ଧ୍ୟା ସମୟରେ ଅଚାନକ କାଳବୈଶାଖୀ ମାଡିଆସି ବର୍ଷା ପବନ ସହ ବଜ୍ରାଘାତ ହୋଇଥିଲା । ଏହି ବଜ୍ରପାତରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ୱ କେନାଲର ବାଘୁଆ ଗାଁ ନିକଟରେ ବଜ୍ରାଘାତରେ ଜଣେ ଫାଇନାନ୍ସ କର୍ମଚାରୀ ମୃତ୍ୟୁ ହୋଇଛି । ସେପଟେ ଆଉ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ମୃତକ ଜଣକ ବଡମ୍ବା କୃଷ୍ଣଚନ୍ଦ୍ରପୁର ଅଞ୍ଚଳର ସନ୍ତୋଷ କୁମାର ବେହେରା ଏବଂ ଗୁରୁତର ଫାଇନାନ୍ସ କର୍ମଚାରୀ ଜଣଙ୍କ ଢେଙ୍କାନାଳର ସନ୍ୟାରାଣି ଜେନା ବୋଲି ଜଣାପଡ଼ିଛି । ଉଭୟ କାମାକ୍ଷାନଗର ସ୍ଥିତ ଚୈତନ୍ୟ ଫାଇନାନ୍ସରେ କାର୍ଯ୍ୟ କରୁଥିଲେ । ଟଙ୍କା କଲେକ୍ସନ ସାରି ବିରାଶାଳ ଅଞ୍ଚଳରୁ କାମାକ୍ଷାନଗର ଫେରୁଥିବା ବେଳେ ଉଭୟ ବଜ୍ରାଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ଉଭୟ ଅଚେତ ହୋଇ ପଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକମାନେ କରିବା ସହ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପରେ ମୃତାହତ ଓ ଗୁରୁତରଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେହିପରି ମାଲପୁରା ଗାଁର ଦେବସ୍ମିତା ନାଏକ ଘରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସନ୍ତୋଷଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁନ୍ୟାରାଣୀଙ୍କୁ ସଂଙ୍କଟାପନ୍ନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଇଟିଭି ଭାରତ, ନୂଆପଡା, ରାଇରଙ୍ଗପୁର, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.