ETV Bharat / sports

ପାକିସ୍ତାନୀ ବଂଶୋଦ୍ଭବ ଇଂଲଣ୍ଡ ଖେଳାଳିଙ୍କୁ ମିଳିଲାନି ଭିସା, ଅଡ଼ୁଆରେ ଇଂଲଣ୍ଡ - Shoaib Bashir faces visa issues

Shoaib Bashir faces visa issues: ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଦଳରେ ସାମିଲ ଥିବା ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଶୋଏବ ବଶିରଙ୍କୁ ମିଳିଲାନୀ ଭିସା । ୟୁଏଇରେ ଫସିଛନ୍ତି ଅନ୍‌କ୍ୟାପଡ୍‌ ଅଫ୍‌ ସ୍ପିନର ବଶିର । ଅଧିକ ପଢ଼ନ୍ତୁ

ଅନ୍‌କ୍ୟାପଡ୍‌ ଅଫ୍‌ ସ୍ପିନର ବଶିର
ଅନ୍‌କ୍ୟାପଡ୍‌ ଅଫ୍‌ ସ୍ପିନର ବଶିର
author img

By ETV Bharat Odisha Team

Published : Jan 22, 2024, 8:50 PM IST

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାନୁଆରୀ 25ରୁ ଆରମ୍ଭ ହେବ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ । ଏଥିପାଇଁ ହାଇଦ୍ରାବାଦରେ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଦୁଇ ଦେଶର ଖେଳାଳି । ତେବେ ସିରିଜ୍‌ ପୂର୍ବରୁ ଇଂଲଣ୍ଡ ଦଳ ଅଡ଼ୁଆରେ ପଡ଼ିଯାଇଛି । ଦଳର ସମସ୍ତ ଖେଳାଳି ହାଇଦ୍ରାବାଦରେ ପହଞ୍ଚିଥିବା ବେଳେ ୟୁଏଇରେ ଫସି ଯାଇଛନ୍ତି ଇଂଲଣ୍ଡ ଦଳରେ ସାମିଲ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଶୋଏବ ବଶିର । ଅନ୍‌କ୍ୟାପଡ୍‌ ଅଫ ସ୍ପିନର ଶୋଏବ ବଶିରଙ୍କୁ ଇଂଲଣ୍ଡ ଏହାର ଟେଷ୍ଟ ସ୍କ୍ବାଡ୍‌ରେ ସାମିଲ କରିଥିଲା । ହେଲେ ତାଙ୍କୁ ଭାରତୀୟ ଭିସା ନମିଳିବାରୁ ସେ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇପାରିନାହାନ୍ତି ।

ଅନ୍‌କ୍ୟାପଡ୍‌ ଅଫ୍‌ ସ୍ପିନର ଶୋଏବ ବଶିର କାଉଣ୍ଟି କ୍ରିକେଟ୍‌ କ୍ଲବ ସମରସେଟ୍‌ ପାଇଁ ଖେଳନ୍ତି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳିନାହାନ୍ତି । ଏଥର ତାଙ୍କୁ ଇଂଲଣ୍ଡ ଭାରତ ବିପକ୍ଷ ଟେଷ୍ଟ ସ୍କ୍ବାଡ୍‌ରେ ସ୍ଥାନ ଦେଇଥିଲା । ଯଦିଓ ଇଂଲଣ୍ଡରେ ତାଙ୍କର ଜନ୍ମ, ହେଲେ ବଶିରଙ୍କ ବାପା ଓ ମାଆ ପାକିସ୍ତାନର ମୂଳ ନିବାସୀ ଅଟନ୍ତି । ସେଥିପାଇଁ ତାଙ୍କୁ ଭାରତର ଭିସା ମିଳିବାରେ ବିଳମ୍ବ ହେଉଥିବା କୁହାଯାଉଛି । ହାଇଦ୍ରାବାଦରେ ପହଞ୍ଚିବା ପୂର୍ବରୁ ଇଂଲଣ୍ଡ ଦଳ ଆବୁଧାବିରେ ପ୍ରଶିକ୍ଷଣ ଶିବିର ଲଗାଇଥିଲା । ସେଠାରୁ ରବିବାର ସମସ୍ତ ଖେଳାଳି ଭାରତରେ ଆସି ପହଞ୍ଚି ଅଭ୍ୟାସ ଆରମ୍ଭ କରିଥିବାବେଳେ ଭିସା ନପାଇ ସେହିଠାରେ ହିଁ ଫସିଯାଇଛନ୍ତି ବଶିର ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ପରିବର୍ତ୍ତନ, ହ୍ୟାରୀ ବ୍ରୁକଙ୍କ ସ୍ଥାନରେ ଖେଳିବେ ଡାନିଏଲ ଲରେନ୍ସ

ଏନେଇ ଜାତୀୟ ଗଣମାଧ୍ୟମକୁ ଇଂଲଣ୍ଡ କୋଚ କହିଛନ୍ତି, "ବଶିର ଖୁବଶୀଘ୍ର ଦଳରେ ଯୋଗଦେବେ ବୋଲି ଆଶା କରୁଛୁ । ତାଙ୍କର ଭିସା ସମ୍ପର୍କିତ କୌଣସି ସମସ୍ୟା ରହିଛି । ହେଲେ ଖୁବଶୀଘ୍ର ଏହା ସମାଧାନ ହୋଇଯିବ । ଆମକୁ ଭାରତ ସରକାର ଓ ବିସିସିଆଇ ଠାରୁ ସହାୟତାର ସମ୍ପୂର୍ଣ୍ଣ ଭରସା ଅଛି । କିଛି କାମ ହେବା ପାଇଁ କିଛି ସମୟ ଲାଗିଥାଏ । ଆସନ୍ତାକାଲି ସୁଦ୍ଧା ବଶିରଙ୍କୁ ଭିସା ମିଳିଯିବ ବୋଲି ଆଶା କରୁଛୁ । ସେ ଖୁବଶୀଘ୍ର ଦଳରେ ଯୋଗଦେବେ ।"

ଭାରତ ବିପକ୍ଷ ଇଂଲଣ୍ଡ ଟେଷ୍ଟ ସ୍କ୍ବାଡ୍‌: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ରେହାନ୍‌ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗସ୍‌ ଆଟ୍‌କିନ୍‌ସନ୍‌, ଜନି ବେୟାରଷ୍ଟୋ (ୱିକେଟ କିପର), ଶୋଏବ ବଶିର, ଜ୍ୟାକ୍‌ କ୍ରାଓଲେ, ବେନ୍‌ ଡକେଟ୍‌, ବେନ୍‌ ଫକ୍ସ (ୱିକେଟ କିପର), ଟମ୍‌ ହାର୍ଟଲି, ଜ୍ୟାକ୍‌ ଲିଚ୍‌, ଓଲି ପୋପ୍‌ (ଉପ ଅଧିନାୟକ), ଓଲି ରବିନ୍‌ସନ୍‌, ଜୋ ରୁଟ୍‌, ମାର୍କ ଉଡ୍‌, ଡାନିଏଲ୍‌ ଲରେନ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.