ETV Bharat / sports

ଆଧୁନିକ କ୍ରିକେଟ୍‌ରେ ବେଷ୍ଟ ଫିଲ୍ଡର କିଏ ? ଏହି ଭାରତୀୟ କ୍ରିକେଟରଙ୍କ ନାଁ କହିଲେ ଜଣ୍ଟି ରୋଡସ୍‌ - Best Fielder in Modern Cricket

Best Fielder in Modern Cricket: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ଫିଲ୍ଡିଂ କୋଚ୍ ଜଣ୍ଟି ରୋଡସ୍ ଭାରତୀୟ କ୍ରିକେଟ୍ ଦଳର ଜଣେ ଷ୍ଟାରଙ୍କୁ ମଡର୍ନ ଡେ' କ୍ରିକେଟ୍‌ର ବେଷ୍ଟ ଫିଲ୍ଡର ବୋଲି କହିଛନ୍ତି । ଜାଣନ୍ତୁ କିଏ ଏହି ବେଷ୍ଟ ଫିଲ୍ଡର,

Best Fielder in Modern Cricket:
Best Fielder in Modern Cricket: (ETV Bharat)
author img

By ETV Bharat Sports Team

Published : Aug 31, 2024, 5:26 PM IST

ନୂଆଦିଲ୍ଲୀ : ବିଶ୍ବ କ୍ରିକେଟରେ ଭାରତୀୟ କ୍ରିକେଟରଙ୍କ କ୍ରେଜ ବହୁତ । ଅନେକ ସମୟରେ ବିଭିନ୍ନ ବିଦେଶୀ କ୍ରିକେଟର ମଧ୍ୟ ଭାରତୀୟ କ୍ରିକେଟରଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥାଏ । ଉଦାହରଣ ପାଇଁ ଆମେ ବିରାଟ କୋହଲି ଓ ଜସପ୍ରୀତ ବୁମ୍‌ରାଙ୍କୁ ନେଇ ପାରିବା । ଏହି ଦୁଇ ଷ୍ଟାର ଭାରତୀୟ କ୍ରିକେଟରଙ୍କ ପ୍ରଶଂସକ କେବଳ ଭାରତରେ କାହିଁକି ? ବିଶ୍ବର କୋଣ ଅନୁକୋଣରେ ଆପଣ ପାଇବେ । ଅନେକ ସମୟରେ ବହୁ ବିଦେଶୀ କ୍ରିକେଟର, ଏପରିକି ବିଭିନ୍ନ ଦେଶର ପୂର୍ବତନ କ୍ରିକେଟର ମଧ୍ୟ ବିରାଟଙ୍କୁ ଏହି ପୀଢ଼ିର ସର୍ବଶ୍ରେଷ୍ଠ ବ୍ୟାଟର ଓ ବୁମ୍‌ରାଙ୍କୁ ସର୍ବଶ୍ରେଷ୍ଠ ବୋଲର ଭାବେ ବିବେଚନା କରନ୍ତି । ହେଲେ ଆପଣଙ୍କ ମତରେ ଏହି ପୀଢ଼ିର ସର୍ବଶ୍ରେଷ୍ଠ ଫିଲ୍ଡର କିଏ ? ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡସ୍ ବେଷ୍ଟ ଫିଲ୍ଡର ଭାବେ ମଧ୍ୟ ଜଣେ ଭାରତୀୟ କ୍ରିକେଟରଙ୍କୁ ବାଛିଛନ୍ତି ।

ବେଷ୍ଟ ଫିଲ୍ଡର ବାଛିଲେ ଜଣ୍ଟି ରୋଡସ୍‌ :-

Ravindra Jadeja
Ravindra Jadeja (IANS Photo)

ଜଣ୍ଟି ରୋଡସ୍ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କୁ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଫିଲ୍ଡର ବୋଲି ବର୍ଣ୍ଣନା କରିଛନ୍ତି । 'ପ୍ରୋ କ୍ରିକେଟ୍ ଲିଗ୍'ର ବ୍ରାଣ୍ଡ ଆମ୍ବାସାଡର ଜଣ୍ଟି ରୋଡସ୍ ପ୍ରୋ କ୍ରିକେଟ୍ ଲିଗ୍ ଟ୍ରଫି ଏବଂ ଜର୍ସି ଉନ୍ମୋଚନ ସମାରୋହରେ କହିଛନ୍ତି, "ମୁଁ ସର୍ବଦା ଦୁଇ ଖେଳାଳିଙ୍କୁ ଶ୍ରେଷ୍ଠ ଫିଲ୍ଡର ଭାବରେ ବର୍ଣ୍ଣନା କରିଛି, ସେମାନେ ହେଉଛନ୍ତି ସୁରେଶ ରାଇନା ଏବଂ ରବୀନ୍ଦ୍ର ଜାଡେଜା । ଏ ଦୁହେଁ ହେଉଛନ୍ତି ଶ୍ରେଷ୍ଠ ଭାରତୀୟ ଫିଲ୍ଡର । କିନ୍ତୁ ଯେତେବେଳେ ମୁଁ ଆଧୁନିକ କ୍ରିକେଟ୍ ବିଷୟରେ କହୁଛି, ତେବେ ରବୀନ୍ଦ୍ର ଜାଡେଜା ନିଶ୍ଚିତ ଭାବରେ ସର୍ବଶ୍ରେଷ୍ଠ ଫିଲ୍ଡର, ଯାହାଙ୍କୁ ଆପଣ ସମସ୍ତେ ସ୍ନେହରେ 'ସାର୍ ଜାଡେଜା' ବୋଲି ଡାକନ୍ତି । ସେ ପଡ଼ିଆର ଯେକୌଣସି ପରିସ୍ଥିତିରେ ଚତୁରତାର ସହ ଫିଲ୍ଡିଂ କରନ୍ତି, ଯେଉଁଥିପାଇଁ ସେ ଶ୍ରେଷ୍ଠ ଫିଲ୍ଡର ଅଟନ୍ତି ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ମୈଦାନକୁ ଫେରିପାରନ୍ତି ଜାଡେଜା :-

ରବୀନ୍ଦ୍ର ଜାଡେଜାଙ୍କୁ ଶେଷ ଥର ପାଇଁ ଭାରତୀୟ ଦଳରେ ଶେଷ ଟି20 ବିଶ୍ବକପ୍‌ରେ ଦେଖିବାକୁ ମିଳିଥିଲା । ଭାରତୀୟ ଦଳ ଦୀର୍ଘ 11 ବର୍ଷର ଅପେକ୍ଷାର ଅବସାନ ଘଟାଇ ଆଇସିସି ଟି20 ବିଶ୍ବକପ୍‌ ଜିତିବା ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା, ତିନି ପ୍ରମୁଖ ଭାରତୀୟ କ୍ରିକେଟର ଟି20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଏହାପରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଜାଡେଜାଙ୍କୁ ଅନ୍ତର୍ଭୁକ୍ତ କରାଯାଇନଥିଲା ।ତେବେ ଆଗାମୀ ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଚେନ୍ନାଇର ଏମ୍‌ ଚିଦାମ୍ବରମ୍ ଷ୍ଟାଡିୟମରେ ଜାଡେଜା ମୈଦାନକୁ ଫେରିବେ ବୋଲି ଆଶା କରାଯାଉଛି । ଏହାପରେ ଦ୍ବିତୀୟ ଟେଷ୍ଟ 27 ସେପ୍ଟେମ୍ବରରୁ କାନପୁରର ଗ୍ରୀନ୍ ପାର୍କରେ ଖେଳାଯିବ । ଏହି ସିରିଜରେ ଅଧିନାୟକ ଭୂମିକାରେ ରୋହିତ ଶର୍ମାଙ୍କୁ ଓ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ମଧ୍ୟ ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...ସଚିନ କି କୋହଲି ନୁହଁନ୍ତି, ଏହି ଭାରତୀୟ କ୍ରିକେଟର ହେଉଛନ୍ତି ବିଶ୍ବର ସବୁଠାରୁ ଧନୀ କ୍ରିକେଟର - Richest Cricketer in The World

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.