ETV Bharat / sports

ଆଇପିଏଲରେ 200 ମ୍ୟାଚ୍‌, ରବୀଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ପିନର - RAVICHANDRAN ASHWIN

author img

By ETV Bharat Odisha Team

Published : Apr 1, 2024, 9:44 PM IST

RAVICHANDRAN ASHWIN: ରାଜସ୍ଥାନ ରୟାଲର୍ସର ଷ୍ଟାର ସ୍ପିନର ରବୀଚନ୍ଦ୍ରନ ଅଶ୍ବିନ ଆଇପିଏଲ ଇତିହାସରେ ଦ୍ବିତୀୟ ସ୍ପିନର ଭାବେ 200 ମ୍ୟାଚ ଖେଳିଛନ୍ତି । ଆଜିର ମ୍ୟାଚ ସହିତ ସେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଅଧିକ ପଢନ୍ତୁ

RAVICHANDRAN ASHWIN
RAVICHANDRAN ASHWIN

ମୁମ୍ବାଇ: ଜାରି ରହିଛି ଲୋକପ୍ରିୟ ଟି-20 ଟୁର୍ଣ୍ଣାମେଣ୍ଟ ଆଇପିଏଲର 17ତମ ସଂସ୍କରଣ । କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ । ଏହାରି ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳି କ୍ରିକେଟର ମଧ୍ୟ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି । ତେବେ ରାଜସ୍ଥାନ ରୟାଲର୍ସର ଷ୍ଟାର ସ୍ପିନର ରବୀଚନ୍ଦ୍ରନ ଅଶ୍ବିନ '200 ଆଇପିଏଲ ମ୍ୟାଚ୍‌' ଖେଳିବା କ୍ଲବରେ ପ୍ରବେଶ କରିଛନ୍ତି । ଆଜି ରାଜସ୍ଥାନ ରୟାଲର୍ସ ଓ 5ଥରର ଚମ୍ପିଆନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଜାରି ଥିବା ବେଳେ ମ୍ୟାଚ ଖେଳି ଅଶ୍ବିନ ଏହି ରେକର୍ଡ କରିଛନ୍ତି ।

ଏହି ତାଲିକାରେ ପ୍ରଥମରେ ରହିଛନ୍ତି ଅନ୍ୟତମ ଷ୍ଟାର ସ୍ପିନର ତଥା ଚେନ୍ନାଇ ସୁପର କିଙ୍ଗସ ପ୍ଲେୟାର ରବିନ୍ଦ୍ର ଜାଡେଜା । ସେ ଏଯାବତ 229 ଆଇପିଏଲ ମ୍ୟାଚ ଖେଳି ସାରିଛନ୍ତି । ଏହାରି ସହିତ ଜାଡେଜା ଧୋନିଙ୍କ ପରେ ଏହି ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ପ୍ଲେୟାର ଭାବେ ଏହି ତାଲିକାରେ ପ୍ରଥମରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନି । ସେ ଏଯାବତ 253 ଆଇପିଏଲ ମ୍ୟାଚ ଖେଳି ସାରିଛନ୍ତି । ଏହାପରେ ୱିକେଟ କିପର ଦିନେଶ କାର୍ତ୍ତିକ 245 ମ୍ୟାଚ ଖେଳିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମଧ୍ୟ 245 ମ୍ୟାଚ ଖେଳିସାରିଛନ୍ତି ।

ଏହା ବି ପଢନ୍ତୁ- ଆଇପିଏଲରେ ଆଜି ମୁମ୍ବାଇ-ରାଜସ୍ଥାନ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ MI - IPL 2024

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବ୍ୟାଟର ବିରାଟ କୋହଲି (240), ରବିନ୍ଦ୍ର ଜାଡେଜା, ପଞ୍ଜାବ କିଙ୍ଗସ ଅଧିନାୟକ ଶିଖର ଧୱନ (220), ଚେନ୍ନାଇ ସୁପରକିଙ୍ଗସ ପୂର୍ବତନ ବ୍ୟାଟର ସୁରେଶ ରୈନା 205 ମ୍ୟାଚ୍‌, ରବୀନ ଉଥାପା 205 ମ୍ୟାଚ୍‌ ଓ ଅମ୍ବାତି ରାୟୁ଼ଡୁ 204 ଆଇପିଏଲ ମ୍ୟାଚ ଖେଳିଛନ୍ତି । ଅନ୍ୟପଟେ କୌଣସି ବିଦେଶୀ କ୍ରିକେଟର ଏଯାବତ ଆଇପିଏଲର 200 ମ୍ୟାଚ ଖେଳିନାହାନ୍ତି । ବିଦେଶୀ କ୍ରିକେଟର ଭାବେ ଅଧିକ ଆଇପିଏଲ ମ୍ୟାଚ ଖେଳିଥିବା କ୍ରିକେଟର ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି କିରନ ପୋଲାର୍ଡ । ସେ ମୋଟ 189ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି ।

ଏହା ବି ପଢନ୍ତୁ- ଆଇପିଏଲ: 200 ମ୍ୟାଚ ଖେଳିବାରେ ପ୍ରଥମ ଧୋନି

37 ବର୍ଷୀୟ କ୍ରିକେଟର ରବୀଚନ୍ଦ୍ରନ ଅଶ୍ବିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗସ, ରାଇଜିଂ ପୁନେ ସୁପର ଜାଏଣ୍ଟ୍‌ସର ପ୍ଲେୟାର ରହିସାରିଛନ୍ତି । ଏବେ ସେ ରାଜସ୍ଥାନ ରୟାଲର୍ସ ଟିମରୁ ଆଇପିଏଲ ମ୍ୟାଚ ଖେଳୁଛନ୍ତି । ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ୱିକେଟ ନେବା ତାଲିକାରେ ଅଶ୍ବିନ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ 199ଟି ମ୍ୟାଚ ଖେଳି 172 ୱିକେଟ ନେଇ ଏହି ତାଲିକାର ଚୁତର୍ଥ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.