ETV Bharat / sports

ବ୍ୟାଡମିଣ୍ଟନରେ ମଉଳିଗଲା ଭାରତର ପଦକ ଆଶା, ପ୍ରି-କ୍ବାର୍ଟର ଫାଇନାଲରେ ହାରିଗଲେ ସିନ୍ଧୁ - Paris Olympics 2024

author img

By ETV Bharat Sports Team

Published : Aug 2, 2024, 7:53 AM IST

Updated : Aug 2, 2024, 8:38 AM IST

Paris Olympics 2024:  ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ପ୍ରି କ୍ବାଟର ଫାଇନାଲରେ ହାରିଗଲେ ପିଭି ସିନ୍ଧୁ । ତୃତୀୟ ଥର ଅଲିମ୍ପିକ୍ସ ପଦକ ଆଶା ମଉଳିଲା । ଅଧିକ ପଢନ୍ତୁ

pv sindhu
pv sindhu (AFP PHOTO)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲମ୍ପିକ୍ସରେ ନିରାଶ କଲେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ 16 ରାଉଣ୍ଡରେ ହାରିଗଲେ ସିନ୍ଧୁ । ଚାଇନାର ସଟଲରଙ୍କ ଠାରୁ 0-2ରେ ପରାସ୍ତ ପରେ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । ଚାଇନାର ତଥା ବିଶ୍ବର ନବମ ସଟଲର ହେ ବିଙ୍ଗଜାଓ ସିନ୍ଧୁଙ୍କୁ 21-19, 21-14 ସେଟ୍‌ରେ ପରାସ୍ତ କରିଥିଲେ । ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜେତା ସିନ୍ଧୁ ହ୍ୟାଟ୍ରିକ ପଦକ ହାସଲରେ ବିଫଳ ହୋଇଛନ୍ତି ।

ହ୍ୟାଟ୍ରିକ ପଦକ ଆଶା ଧୂଳିସାତ: ଅଲିମ୍ପିକ୍ସରେ ସିନ୍ଧୁ ପଦକ ଆଣିବା ନେଇ 140 କୋଟି ଭାରତୀୟ ଆଶାବାଦୀ ଥିଲେ । କାହିଁକିନା ପୂର୍ବରୁ ଖେଳାଯାଇଥିବା କ୍ରାମଗତ ଦୁଇଟି ଅଲିମ୍ପିକ୍ସରେ ସେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପଦକ ଆଣିଛନ୍ତି । 2016 ରିଓ ଅଲିମ୍ପିକ୍ସରେ ସେ ସିଲଭର ମେଡାଲ ଜିତିଥିବା ବେଳେ 2020 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏଥର ତୃତୀୟ ଅଲିମ୍ପିକ୍ସ ପଦକ ହାତେଇବା ଲକ୍ଷ୍ୟରେ ସେ ପିଚ୍‌କୁ ଓହ୍ଲାଇଥିବା ବେଳେ ସଫଳତା ପାଇ ପାରିନାହାନ୍ତି । ଅଲିମ୍ପିକ୍ସ ପଦକ ଆଣିବାରେ ନିରାଶ ହୋଇଛନ୍ତି ସିନ୍ଧୁ । ଦୁଇଟି ଯାକ ସେଟରେ ସେ ପଛରେ ରହି ପରାଜିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ: ପ୍ରି-କ୍ବାର୍ଟରଫାଇନାଲରେ ପିଭି ସିନ୍ଧୁ; ଭାରତର ପଦକ ଆଶା ଉଜ୍ବଳ - Paris Olympics 2024

ଟୋକିଓର ପ୍ରତିଶୋଧ ନେଲେ ବିଙ୍ଗଜାଓ: 2020 ଟୋକିଓରେ ବ୍ରୋଞ୍ଜ ପଦକ ଲଢେଇରେ ବିଙ୍ଗଜାଓ ଓ ସିନ୍ଧୁ ମୁହାଁମୁହିଁ ହୋଇଥିଲେ । ଏଥିରେ ସିନ୍ଧୁ ବିଙ୍ଗଜାଓଙ୍କୁ ପରାସ୍ତ କରିଥିଲେ । ସେହି ପ୍ରଦର୍ଶନ ପ୍ୟାରିସରେ ଦୋହରାଇବାକୁ ଚେଷ୍ଟା କରିଥିଲେ ସିନ୍ଧୁ । କିନ୍ତୁ ସେ ବିଫଳ ହୋଇଥିବା ବେଳେ ପ୍ୟାରିସରେ ଟୋକିଓର ପ୍ରତିଶୋଧ ନେବାକୁ ସଫଳ ହୋଇଥିଲେ ବିଙ୍ଗଜାଓ ।

ପୂର୍ବ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ପ୍ରି-କ୍ବାର୍ଟରଫାଇନାଲକୁ ଉନ୍ନିତ ହେଲେ ଭାରତୀୟ ଷ୍ଟାର ସଟ୍‌ଲର ପିଭି ସିନ୍ଧୁ । ବିପକ୍ଷ ଇଷ୍ଟୋନିଆର କ୍ରିଷ୍ଟେନ କୁବାଙ୍କ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲେ । ସେ ଉଭୟ ସେଟ୍‌କୁ ଯଥାକ୍ରମେ 21-5 ଓ 21-10 ସ୍କୋରରେ ଜିତିଥିଲେ ।

Last Updated : Aug 2, 2024, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.