ETV Bharat / sports

Paris Olympics 2024; ସ୍ବାଧୀନତା ଦିବସରେ ଅଲିମ୍ପିକ୍ସ ହିରୋଙ୍କୁ ଭେଟିଲେ ମୋଦି, କହିଲେ ମେଡାଲ ବିଜେତା ଦେଶର ଗୌରବ - PM meets Indian Olympic contingent

author img

By ETV Bharat Sports Team

Published : Aug 15, 2024, 3:27 PM IST

Updated : Aug 15, 2024, 4:40 PM IST

PM meets Indian Olympic contingent; ନିଜ ବାସଭବନରେ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କଣ୍ଟିନଜେଣ୍ଟଙ୍କୁ ସ୍ବାଧୀନତା ଦିବସରେ ଭେଟିଲେ ମୋଦି । ଫଟୋ ଉଠାଇଲେ । ଗିଫ୍ଟ ଗ୍ରହଣ କଲେ । ହକି ଟିମ୍ ଜର୍ସି ଗିଫ୍ଟ କରିଥିବା ବେଳେ ଶୁଟର ମନୁ ଭାକର ଦେଇଛନ୍ତି ଏୟାର ପିସ୍ତଲ । ଅଧିକ ପଢନ୍ତୁ

PM meets Indian Olympic contingent
PM meets Indian Olympic contingent (ETV Bharat)

ନୂଆଦିଲ୍ଲୀ: ଅଲିମ୍ପିକ୍ସ ହିରୋଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କଣ୍ଟିନଜେଣ୍ଟଙ୍କୁ ସ୍ବାଧୀନତା ଦିବସରେ ଭେଟିଲେ ମୋଦି । ମେଡାଲ ଜିତିଲା ପରେ ଭାରତ ଖୁସ ବୋଲି କହିଲେ ମୋଦି । ଦିଲ୍ଲୀ 7 ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜ ବାସ ଭାବନରେ ସମସ୍ତ ଅଲିମ୍ପିଆନଙ୍କୁ ଭେଟିଲେ ମୋଦି ।

ଏହା ବି ପଢନ୍ତୁ- ସ୍ବାଧୀନତା ଦିବସରେ ଫ୍ୟାନ୍ସଙ୍କୁ ଝଟକା, କ୍ରିକେଟକୁ କହିଥିଲେ ଅଲବିଦା; ଜିତିଛନ୍ତି ଆଇସିସି ଟ୍ରଫି, ଜାଣନ୍ତୁ କିଏ ? - Goodbye To Cricket On August 15

78 ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ 7 ଲୋକ କଲ୍ୟାଣ ମାର୍ଗ ନିଜ ବାସଭବନରେ ଅଲିମ୍ପିକ୍ସ ହିରୋଙ୍କୁ ଭେଟିଛନ୍ତି । ସଦ୍ୟତମ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ଅଲିମ୍ପିଆନ୍ 6ଟି ପଦକ ଜିତିଥିଲେ । ଏଥିରେ ଗୋଟିଏ ସିଲଭର ଏବଂ 5ଟି ବ୍ରୋଞ୍ଜ ରହିଛି । ଏହି ଅବସରରେ ଡବଲ ମେଡାଲ ଜିତିଥିବା ଷ୍ଟାର ଶୁଟର ମନୁ ଭାକର ମୋଦିଙ୍କୁ ଏୟାର ପିସ୍ତଲ ଗିଫ୍ଟ କରିଥିବା ବେଳେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ଟମ୍ ଜର୍ସି ଗିଫ୍ଟ କରିଥିଲେ । ଅଲିମ୍ପିକ୍ସରେ ଷ୍ଟାର ଜାଭଲିନ ଥ୍ରୋୟର ନୀରଜ ଚୋପ୍ରା ସିଲଭର ମେଡାଲ ଜିତିଥିବା ବେଳେ ହକି, ଶୁଟିଂ, କୁସ୍ତିରେ 5ଟି ବ୍ରୋଞ୍ଜ ଜିତିଛନ୍ତି ଭାରତାୟ ଅଲିମ୍ପିକ୍ ଟମ୍ ।

ତେବେ ବୁଧବାର ଦିନ ଭାରତର ଆଉ ଏକ ପଦକ ଆଶା ଆଶାରେ ରହଯାଇଥିଲା । ଯେତେବେଳେ ସିଏଏସ୍ କୁସ୍ତିରେ ଅଯୋଗ୍ୟ ଘୋଷିତ ହୋଇଥିବା ଭିନେଶ ଫୋଗତଙ୍କ ଯୁଗ୍ମ ରୌପ୍ୟ ପ୍ରଦାନ ଆବେଦନକୁ ଅଗ୍ରାହ୍ୟ କରିଥିଲେ । ତେବେ ଗୁରୁବାର ସ୍ବାଧୀନତା ଦିବସ ଅବସରରେ ଅଲିମ୍ପିକ୍ସ ଟିମକୁ ଭେଟିଥିଲେ ମୋଦି । ଏହା ସହିତ ମୋଦି ଅଲିମ୍ପିକ୍ସରେ ପଦକ ଜିତି ଥିବାରୁ ଖେଳାଳିଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇବା ସହିତ ସମ୍ବୋଧିତ ମଧ୍ୟ କରିଥିଲେ । ମେଡାଲ ଜିତିଥିବା ଖେଳାଳି ଭାରତର ଗର୍ବ ବୋଲ କହିଥିଲେ ମୋଦି ।

ଏହି ଅବସରରେ ମୋଦି ପୁଣି କହିଛନ୍ତି, "ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ହୋଇଥିବା ସମସ୍ତ ଖେଳାଳି ଜଣେ ଜଣେ ଚାମ୍ପିଆନ । ଆଗାମୀ ଦିନରେ ଭାରତ ସରକାର କ୍ରୀଡାକୁ ସମର୍ଥନ ଜାରି ରଖିବେ । ଏହା ସହିତ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭିମି ନିର୍ମାଣ ଉପରେ ମଧ୍ୟ ଆମ ସରକାର ଫୋକସ ରହିଛି ।"

ମୋଦି ସମସ୍ତ ଖେଳାଳିଙ୍କ ସହିତ ଭେଟିଥିବା ବେଳେ ସିଲଭର ମେଡାଲ ବିଜେତା ନୀରଜ ଚୋପ୍ରାଙ୍କୁ ଭେଟିପାରି ନଥିଲେ । କାରଣ ନୀରଜ ଭାରତରେ ବର୍ତ୍ତମାନ ନାହିଁନ୍ତି । ଏହା ପରେ ମେଡାଲ ଜିତିଥିବା ଖେଳାଳି ମୋଦିଙ୍କ ସହିତ ଫଟୋ ଉଠାଇଥିଲେ । ମୋଦି ଏହି ସମୟରେ ହକି ଟିମ୍ ଅଧିନାୟକ ହରମନପ୍ରୀତ ସିଂ ଏବଂ ଗୋଲକିପର ପିଆର ଶ୍ରୀଜେଶଙ୍କ ସହିତ ଫଟୋ ଉଠାଇଥିଲେ । ଏହି ସମୟରେ ହକି ଟିମ୍ ଖେଳାଳି ମୋଦିଙ୍କୁ ହକି ଷ୍ଟିକ୍ ଗିଫ୍ଟ କରିବା ସହିତ ସମସ୍ତଙ୍କ ହସ୍ତଖତ ଯୁକ୍ତ ଜର୍ସି ପ୍ରଦାନ କରିଥିଲେ । ତେବେ ହକି ଟିମର ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ ହକିକୁ ଅଲବିଦା କହି ସାରିଛନ୍ତି ।

ତେବେ ମୋଦିଙ୍କୁ ଭେଟିବା ପୂର୍ବରୁ ସମସ୍ତ ଅଲିମ୍ପିଆନ ଲାଲକିଲ୍ଲାରେ ଉପସ୍ଥିତ ଥିଲେ ସ୍ବାଧୀନତା ଦିବସ ଅବସରରେ ।

Last Updated : Aug 15, 2024, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.