ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ପରେ ଭାବୁକ ହେଲେ ପ୍ରଧାନମନ୍ତ୍ରୀ ମୋଦି; କହିଲେ ଏମିତି... - Paris Olympics 2024

author img

By ETV Bharat Sports Team

Published : Aug 7, 2024, 1:54 PM IST

Paris Olympics 2024 Vinesh Phogat Disqualification : ଭିନେଶ ଫୋଗତ ଅଯୋଗ୍ୟ ଘୋଷିତ ହେବାପରେ ସାରା ଦେଶ ସ୍ତବ୍ଧ । ଏକ୍ସରେ ଭାବପୂର୍ଣ୍ଣ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

PM Modi on Vinesh Phogat
PM Modi on Vinesh Phogat (IANS Photo)

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଭିନେଶ ଫୋଗତ ମେଡାଲ ଆଣିବେ ବୋଲି ସାରା ଦେଶ ଅପେକ୍ଷା କରିଥିଲା । ହେଲେ ଭିନେଶଙ୍କୁ ଅଯୋଗ୍ୟ ଘୋ,ଣା କରି ପ୍ୟାରିସ ଅଲିମ୍ପିକ୍ସରୁ ବିଦା କରିଦିଆଯାଇଛି । ଫଳରେ ମେଡାଲ ଆଶାରେ ଥିବା 140 କୋଟି ଭାରତୀୟଙ୍କୁ ଲାଗିଛି ଜୋରଦାର ଝଟ୍‌କା । ମଙ୍ଗଳବାର କ୍ବାର୍ଟର ଏବଂ ସେମିଫାଇନାଲରେ ଚମତ୍କାର ବିଜୟ ପରେ ଫୋଗତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ । ବର୍ତ୍ତମାନ ସେ ଫାଇନାଲ ପୂର୍ବରୁ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଛନ୍ତି ଏବଂ ସେ ଆଉ ରୌପ୍ୟ ପଦକ ପାଇବାକୁ ମଧ୍ୟ ଯୋଗ୍ୟ ନୁହଁନ୍ତି । ଏଭଳି ହାର୍ଟବ୍ରେକ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଏକ୍ସ ହ୍ୟାଣ୍ଡେଲରେ ବିନେଶଙ୍କ ପାଇଁ ଲେଖିଛନ୍ତି ଏକ ଭାବୁକ ବାର୍ତ୍ତା ।

ଭାବୁକ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ :-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଆକାଉଣ୍ଟ 'X'ରେ ପୋଷ୍ଟ କରି ଲେଖିଛନ୍ତି, "ଭିନେଶ, ତୁମେ ଚମ୍ପିଆନମାନଙ୍କ ମଧ୍ୟରେ ବି ଚମ୍ପିଆନ । ତୁମେ ଭାରତର ଗର୍ବ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା । ଆଜିର ବିଫଳତା କଷ୍ଟଦାୟକ । ମୁଁ ଯେଉଁ ନିରାଶା ଅନୁଭବ କରୁଛି ତାହା ଶବ୍ଦରେ କହିପାରିବିନି । ଏଥିସହ, ମୁଁ ଜାଣେ ତୁମେ ସ୍ଥିରତାର ଉଦାହରଣ । ଆହ୍ବାନର ସମ୍ମୁଖୀନ ହେବା ସର୍ବଦା ତୁମର ସ୍ବଭାବ । ଅଧିକ ଶକ୍ତିଶାଳୀ ହୁଅ । ଆମେ ସମସ୍ତେ ତୁମ ପାଇଁ ପ୍ରାର୍ଥନା କରୁଛୁ ।"

ଅଯୋଗ୍ୟ ହୋଇଛନ୍ତି ଭିନେଶ :-

ପ୍ରକାଶ ଥାଉ, ମହିଳା 50 କିଲୋଗ୍ରାମ ରେସଲିଂ ବର୍ଗରେ ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଥିବା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗତଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏବେ ସେ ନା ସ୍ବର୍ଣ୍ଣ ପଦକ ଜିତିପାରିବେ ଆଉ ନା ରୌପ୍ୟ । ଭାରତୀୟ ଅଲିମ୍ପିକ୍ ଆସୋସିଏସନ କହିଛି, 'ଦୁଃଖର ବିଷୟ ଯେ ଭାରତୀୟ ଦଳ ମହିଳା 50 କିଲୋଗ୍ରାମ ରେସଲିଂ ବର୍ଗରୁ ଭିନେଶ ଫୋଗତଙ୍କ ଅଯୋଗ୍ୟତା ଖବର ଜଣାଇଛନ୍ତି । ସାରାରାତି ଦଳ ଦ୍ବାରା କରାଯାଇଥିବା ସର୍ବୋତ୍ତମ ପ୍ରୟାସ ସତ୍ତ୍ବେ ଆଜି ସକାଳେ ତାଙ୍କର ଓଜନ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ଥିଲା । ଏହି ସମୟରେ ଦଳ ପକ୍ଷରୁ ଆଉ କୌଣସି ମନ୍ତବ୍ୟ ମିଳିପାରିନାହିଁ । ଭାରତୀୟ ଦଳ ଭିନେଶଙ୍କ ଗୋପନୀୟତାକୁ ସମ୍ମାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ଆଗକୁ ଅନ୍ୟ ପ୍ରତିଯୋଗିତା ଉପରେ ଧ୍ୟାନ ଦେବାକୁ ଚାହିଁବେ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.