ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଫେଲ୍ ମାରିଲେ ଓଡିଆ ପୁଅ କିଶୋର ଜେନା, ଜାଭେଲିନ ଥ୍ରୋ ଫାଇନାଲ ରାଉଣ୍ଡରୁ ବାଦ, ଯୋଗ୍ୟତା ପ୍ରର୍ଯ୍ୟାୟରେ 9ମ ସ୍ଥାନରେ ରହିଲେ, ଜନ୍ମମାଟି କୋଠସାହିରେ ଉତ୍ସାହ - Paris Olympics 2024

author img

By ETV Bharat Sports Team

Published : Aug 6, 2024, 7:43 AM IST

Updated : Aug 6, 2024, 3:21 PM IST

Javelin thrower Kishore Jena reaction: ଆଜି ଅଲିମ୍ପିକ୍ସ ମଇଦାନକୁ ଓହ୍ଲାଇଛନ୍ତି ଓଡି଼ଆ ପୁଅ କିଶୋର ଜେନା । ଜାଭେଲିନ ଯୋଗ୍ୟତା ପର୍ଯ୍ୟାୟରେ ନିଜର ଶତପ୍ରତିଶତ ଦେବାକୁ ପ୍ରସ୍ତୁତ କରିଛନ୍ତି । କିଶୋର ପ୍ରଥମ ଥରରେ ୮୦.୭୩ ମିଟର ଫିଙ୍ଗିଛନ୍ତି । ଅଧିକ ପଢନ୍ତୁ

Kishore Jena
Kishore Jena (ETV BHARAT ODISHA)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ଆଜି ରହିଛି ପୁରୁଷ ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟ । ଅଲିମ୍ପିକ୍ସ ମଇଦାନକୁ ଓହ୍ଲାଇବେ ଟୋକିଓ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଓଡି଼ଆ ପୁଅ କିଶୋର କୁମାର ଜେନା । ଏହି ଦୁଇ ଜାଭେଲିନ ତାରକାଙ୍କ ଉପରେ 140 କୋଟି ଭାରତୀୟଙ୍କ ନଜର । ପ୍ରଥମ ଥର ପାଇଁ କିଶୋର ଅଲିମ୍ପିକ୍ସ ଖେଳୁଥିବାରୁ ସେ ଭଲ ପ୍ରଦର୍ଶନ କରି ମେଡାଲ ଆଣିବା ନେଇ ଓଡିଶାବାସୀ ଆଶାବାଦୀ ଅଛନ୍ତି । ଅଲିମ୍ପିକ୍ସରେ ଡେବ୍ୟୁ କରି ଭାରତକୁ ଓ ନିଜ ରାଜ୍ୟକୁ ବିଶ୍ବ ଦରବାରରେ ଗର୍ବିତ କରାଇବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି କିଶୋର । ଯୋଗ୍ୟାତା ପର୍ଯ୍ୟାୟରେ ସେ ଫାଇନାଲ ପରି ଖେଳିବେ ବୋଲି କହିଛନ୍ତି ।

ଜନ୍ମମାଟି କୋଠସାହିରେ ଉତ୍ସାହ (ETV Bharat Odisha)

ମ୍ୟାଚ ପୂର୍ବରୁ କିଶୋରଙ୍କ ପ୍ରତିକ୍ରିୟା: ମଇଦାନକୁ ଓହ୍ଲାଇବା ପୂର୍ବରୁ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ଜାଭେଲିନ ଇଭେଣ୍ଟ ପାଇଁ ପୁରା ପ୍ରସ୍ତୁତ ବୋଲି କହିଛନ୍ତି କିଶୋର । କିଶୋର କହିଛନ୍ତି, ''ବହୁତ ଭଲ ପ୍ରସ୍ତୁତି କରିଛି । ମୁଁ ଯୋଗ୍ୟତା ପର୍ଯ୍ୟାୟରେ ମୋର ବେଷ୍ଟ ଦେବି । କ୍ବାଲିଫାଏରେ ମୁଁ ଫାଇନାଲ ପରି ଖେଳିବି । ପ୍ରଥମ ଥର ଅଲିମ୍ପିକ୍ସ ଖେଳୁଥିବାରୁ ମୁଁ ମୋର ଶତପ୍ରତିଶତ ଦେବି । ଯଦି ମେଡାଲ ଆଣେ ତା ପୁରା ଦେଶ ପାଇଁ ଖୁସିର କଥା । ନୀରଜଙ୍କ ପାଇଁ ଅଥଲେଟ୍ସ ପ୍ରତି ଅଧିକ ଖେଳାଳି ଆଗ୍ରହୀ ହେଉଛନ୍ତି । ସେ ମେଡାଲ ଜିତିବା ନେଇ ପ୍ରତିଟି ଭାରତୀୟ ଆଶାବାଦୀ । ସେ ଆମ ସହ ଅଛନ୍ତି ତାହା ଗର୍ବର ବିଷୟ । ''

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ ଜାଭେଲିନ କ୍ରେଜ୍ କିଶୋର : ଅଗଷ୍ଟ ୬ରେ ଅଭିଯାନ, ଭଲିରୁ କ୍ୟାରିୟର-ଜାଭେଲିନରେ କେମିତି କଲେ କ୍ଲିକ୍ ! - KISHORE IN PARIS OLYMPICS 2024

ଯୋଗ୍ୟତାରେ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କଲେ ସିଧା ଫାଇନାଲ:

ଆଜି ଜାଭେଲିନ ଯୋଗ୍ୟତା ପର୍ଯ୍ୟାୟ ଦିନ 1ଟା 50ରେ ରହିଛି । ଯଦି ନୀରଜ ଓ କିଶୋର ଯୋଗ୍ୟତା ପର୍ଯ୍ୟାୟରେ ଆଗକୁ ବଢ଼ନ୍ତି, ତେବେ ଅଗଷ୍ଟ 8ରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‌ରେ ଅଂଶଗ୍ରହଣ କରିବେ ।

କିଶୋରଙ୍କ ଉପରେ ସାରା ଦେଶର ନଜର :

2015 ମସିହାରୁ କିଶୋର ଜାଭେଲିନ ଥ୍ରୋରେ ସାମିଲ ହୋଇଥିଲେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଥିଲା କିଶୋରଙ୍କ କ୍ରୀଡ଼ା କ୍ୟାରିୟରର ଏନ୍ତୁଡ଼ିଶାଳ । ଏଇଠୁ ଆରମ୍ଭ ହୁଏ କିଶୋରଙ୍କ ଅଭ୍ୟାସ । ଏହାପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଜିଲ୍ଲାସ୍ତରରୁ ରାଜ୍ୟସ୍ତରୀୟ, ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇ ପଦକ ହାସଲ କରିଥିଲେ । 2023 ଜୁନରେ ଭୁବନେଶ୍ବରରେ ହୋଇଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ କିଶୋର ରୌପ୍ୟ ପଦକ ଜିତିଥିଲେ । 2023ରେ ବୁଦାପେଷ୍ଟ ଅନୁଷ୍ଠିତ ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ହାସଲ କରିଥିଲେ । 2023 ଅକ୍ଟୋବର 4 ତାରିଖରେ ଚୀନରେ ଅନୁଷ୍ଠିତ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ । ସେଠାରେ ତାଙ୍କର ବ୍ୟକ୍ତିଗତ ରେକର୍ଡ ଥ୍ରୋ ଥିଲା 87.54 ମିଟର ।

Last Updated : Aug 6, 2024, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.