ETV Bharat / sports

ପାରାଅଲିମ୍ପିକ୍ସରେ ଚମକିଲେ ଭାରତୀୟ; ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ କ୍ବାଟର ଫାଇନାଲରେ ଶୀତଲ, ମାତ୍ର 1 ପଏଣ୍ଟରୁ ବିଶ୍ବ ରେକର୍ଡରୁ ବଞ୍ଚିତ - Paralympics 2024

author img

By ETV Bharat Sports Team

Published : Aug 30, 2024, 7:18 AM IST

Paris Paralympics 2024: ପାରାଅଲିମ୍ପିକ୍ସରେ ଚମକିଲେ ମହିଳା ତୀରନ୍ଦାଜୀ ଶୀତଲ ଦେବୀ । ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ୍ ଯୋଗ୍ୟତା ରାଉଣ୍ଡରେ ଦ୍ବିତୀୟରେ ରହି କ୍ବାଟର ଫାଇନାଲକୁ ଉନ୍ନୀତ । ଅଧିକ ପଢନ୍ତୁ

Sheetal Devi
Sheetal Devi (Etv Bharat)

ପ୍ୟାରିସ: ପ୍ୟାରିସ ପାରାଅଲିମ୍ପିକ୍ସରେ ଆରମ୍ଭରୁ ଚମକିଲେ ଭାରତୀୟ ଅଲିମ୍ପିଆନ୍ସ । ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ୍ ଯୋଗ୍ୟତା ରାଉଣ୍ଡରେ ଦ୍ବିତୀୟ ସ୍ଥାନରେ ରହି ରାଉଣ୍ଡ 16କୁ ପ୍ରବେଶ କରିଛନ୍ତି ଭାରତର ମହିଳା ତିରନ୍ଦାଜ ଶୀତଲ ଦେବୀ । ଦୁଇ ହାତ ନଥାଇ ବି ଗୋଡରେ ତୀର ଚଳାଇ ମୋଟ 703 ପଏଣ୍ଟ ସହାସଲ କରିଥିଲେ । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିଲେ ମଧ୍ୟ ମାତ୍ର ଗୋଟିଏ ପଏଣ୍ଟରେ ପଛରେ ରହି ସେ ବିଶ୍ବରେକର୍ଡ କରିବାରୁ ବଞ୍ଚିତ ହୋଇଥିଲେ ।

ବିଶ୍ବ ରେକର୍ଡରୁ ଗୋଟିଏ ପଏଣ୍ଟ ପଛରେ ଶୀତଲ: ଗତକାଲି ପାରାଅଲିମ୍ପିକ୍ସରେ ବ୍ୟକ୍ତିଗତ କମ୍ପାଉଣ୍ଡ୍ ଯୋଗ୍ୟତା ରାଉଣ୍ଡରେ ତୁର୍କୀର ଓଜନୁର ଗିରଡି କ୍ୟୁର ମୋଟ 704 ପଏଣ୍ଟ ସହ ବିଶ୍ବ ରେକର୍ଡ କରି ପ୍ରଥମ ସ୍ଥାନରେ ରହିଥିଲେ । ସେହିପରି ଶୀତଲ ଦେବୀ 703 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ବିଶ୍ବ ରେକର୍ଡରୁ ଗୋଟିଏ ପଏଣ୍ଟରେ ପଛରେ ରହିଥିଲେ । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ହୋଇଥିବା ବେଳେ ପୂର୍ବରୁ ବ୍ରିଟେନର ଫୋଏବ ପାଇନ ପାଟରସନଙ୍କ ନାମରେ ଥିବା ବିଶ୍ବ ରେକର୍ଡ ସ୍କୋରକୁ ଅତିକ୍ରମ କରିଥିଲେ । କିଛି ସମୟ ପାଇଁ ସେ ବିଶ୍ବରେକର୍ଡ କରିଥିଲେ, କିନ୍ତୁ ଗୋଟିଏ ପଏଣ୍ଟ ଆଗରେ ରହି ଏହି ରେକର୍ଡ ନିଜ ନାମରେ କରିଥିଲେ ତୁର୍କୀର ଓଜନୁର ଗିରଡି କ୍ୟୁର ।

ଏହା ମଧ୍ୟ ପଢନ୍ତୁ-Paralympics 2024; ପ୍ୟାରିସରେ ଭାରତୀୟ ପାରା ଅଲିମ୍ପିକ୍ସ ଦଳ, 'ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ ଦେବୁ, 25 ମେଡାଲ ଜିତିବୁ' - INDIAN PARALYMPICS CONTINGENT

ଆସନ୍ତାକାଲି ରାଉଣ୍ଡ 16 ଖେଳିବେ ଶୀତଲ: ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତୀରନ୍ଦାଜଙ୍କୁ ପ୍ରଥମ ରାଉଣ୍ଡ ବାଇ ମିଳିଛି । ଫଳରେ ଶୀତଳ 1/8 ଏଲିମିନେଶନ ରାଉଣ୍ଡରେ ପହଞ୍ଚିଛନ୍ତି । ଆସନ୍ତାକାଲି ଚିଲିର ମାରିଆନା ଜୁନିହା ଓ କୋରିଆର ଚୋଇ ନାମିଙ୍କ ମଧ୍ୟରୁ ଯିଏ ବିଜେତା ହେବ ତାଙ୍କ ସହ ଭେଟିବେ ଶୀତଳ ।

ସେହିପରି ତୀରନ୍ଦାଜୀ ସରିତା ବ୍ୟକ୍ତିଗତ କମ୍ପାଉଣ୍ଡ୍ ଯୋଗ୍ୟତା ରାଉଣ୍ଡରେ ନବମ ସ୍ଥାନରେ ରହି 1/16 ଏଲିମିନେସନ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ସେ 682 ସ୍କୋର କରିଥିଲେ । ଆଜି ମାଲେସିଆର ଆବଦୁଲ ଜେଲିଲଙ୍କୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.