କଟକ: ବିସିସିଆଇ(BCCI) ଘରୋଇ ସିଜିନ ୨୩ ବର୍ଷରୁ କମ ରାଜ୍ୟ 'ଏ' ପ୍ରତିଯୋଗିତା ପାଇଁ ଘୋଷଣା ହେଲା 18 ଜଣିଆ ଓଡ଼ିଶା ଦଳ । ସାୱନ ପହରିୟାଙ୍କୁ ମିଳିଛି ଅଧିନାୟକ ଦାୟିତ୍ବ । ସାୱନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଓଡ଼ିଶା । ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଘୋଷଣା କରାଯାଇଛି । ଦଳରେ ସାମିଲ ହୋଇଛନ୍ତି ଉଭୟ ଯୁବ ଏବଂ ଅଭିଜ୍ଞ ଖେଳାଳି ।
୧୫ରୁ ଓଡ଼ିଶା ଅଭିଯାନ:
ଆସନ୍ତା ୧୫ ତାରିଖରୁ ଓଡି଼ଶା ରାଜ୍ୟ 'ଏ' ପ୍ରତିଯୋଗିତା ଅଭିଯାନ ଆରମ୍ଭ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ମ୍ୟାଚ ଖେଳିବ ଓଡ଼ିଶା । ପ୍ରଥମ ମ୍ୟାଚ ଅରୁଣାଚଳ ପ୍ରଦେଶ ଓ ଦ୍ବିତୀୟ ମ୍ୟାଚରେ ଜମ୍ମୁ କାଶ୍ମୀର ମଧ୍ୟରେ ମୁକାବିଲା ହେବ । ଏହି ଚୟନ ପାଇଁ ଓଡ଼ିଶା ଟିମ ଅନେକ ଅଭ୍ୟାସ ମ୍ୟାଚ ଖେଳିଛି । ସେହିପରି ବିଭିନ୍ନ ଗ୍ରାଉଣ୍ଡରେ କ୍ୟାମ୍ପ ଜରିଆରେ ଖେଳାଳିମାନଙ୍କୁ ଚୟନ କରିଛି ଓଡ଼ିଶା କ୍ରିକେଟ ଆସୋସିଏନ-ଓସିଏ(OCA) । ଆଗାମୀ ପ୍ରତିଯୋଗିତାରେ ଓଡ଼ିଶା ନିଶ୍ଚୟ ଭଲ କରିବା ନେଇ ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।
- ଓଡ଼ିଶା ଦଳରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି
- ବ୍ୟାଟିଂରେ ସୁଜଲ କୁମାର ସିଂ, ଓମ୍. ଟି. ମୁଣ୍ଡେ, ସାଇଦୀପ ମହାପାତ୍ର, ଦୀନେଶ କୁମାର ମାଝୀ, ପାନାକାଲା ଶଶାଙ୍କ ଏବଂ ମହମ୍ମଦ ସୋହେଲ ଖାନ
- ବୋଲିଂ ସମ୍ଭାଳିବେ ମିଲନ ବିଶ୍ୱାଳ, ସୁଶୀଲ କୁମାର ବାରିକ, ବାଦଲ ବିଶ୍ୱାଳ, ଆଶୁତୋଷ ମାରାଣ୍ଡି
ଏହା ମଧ୍ୟ ପଢନ୍ତୁ-PCBକୁ BCCIର କଡା ଜବାବ, ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲକୁ ନେଇ ICCକୁ ଉତ୍ତର ଦେଲା ଭାରତ
ଏହା ମଧ୍ୟ ପଢ଼ନ୍ତୁ- INDIA-ENGLAND ODI: ବାରବାଟୀ ଫାଇଟ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା OCAରଣଜୀ ଟ୍ରଫିରେ ଗୋବିନ୍ଦ ପୋଦାର ଓଡ଼ିଶାର କ୍ୟାପ୍ଟେନ; ଦେଖନ୍ତୁ କେମିତି ରହିଛି ଦଳ - Odisha Team for Ranji Trophy |
ଏମିତି କହିଲେ ମୁଖ୍ୟ ଚୟନକର୍ତ୍ତା :
ଚୟନ ଟିମରେ ଅନେକ ଦକ୍ଷ କ୍ରିକେଟର ରହିଛନ୍ତି । ଯାହାକୁ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଟିମକୁ ଅଣାଯାଇଛି । ଏହି ପ୍ରତିଯୋଗୀତା ଏକଦିବସୀୟ ହୋଇଥବା ହେତୁ ଓଡିଶା ଟିମର ପସ୍ତୁତି ଭଲ ରହିଛି । ଦଳରେ ଦକ୍ଷ ଅଲରାଉଣ୍ଡର ରହିଛନ୍ତି । ତେଣୁ ଓସିଏ ଏହି ପ୍ରତିଯୋଗିତାରେ ନିଶ୍ଚୟ ଉତ୍ତମ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି ଓସିଏ ଟିମ ଚୟନ କମିଟି ମୁଖ୍ୟ ଅମୀୟ ରାୟ।
Odisha U23 Men’s Squad announced for the U23 State A Trophy (BCCI Domestic Season 2024-25)! 💥 All the best to our young talents as they embark on their journey. 🏏#bccidomesticseason2024_25 #odishacricketassociation #BCCI #OdishaCricketAssociation #OCA pic.twitter.com/mKkdzceWAJ
— Odisha Cricket Association (@cricket_odisha) December 4, 2024
ସାୱନ ପହରିୟା (ଅଧିନାୟକ),ସୁଜଲ କୁମାର ସିଂ, ଓମ ଟି ମୁଣ୍ଡେ, ସାଇଦୀପ ମହାପାତ୍ର, ଦୀନେଶ କୁମାର ମାଝୀ, ପାନାକାଲା ଶଶାଙ୍କ, ମହମ୍ମଦ ସୋହେଲ ଖାନ, ଶୁଭମ ପ୍ରିୟଦର୍ଶୀ, ବିଭାଷ , ବିନାୟକ ସାହୁ, ଉଦୟ ଏସ. ଜାତ, ଆଶୁତୋଷ ଛୁରିଆ, ବିମଳ କୁମାର, ଆଶୁତୋଷ ମାର୍ଣ୍ଡି, ବାଦଲ ବିଶ୍ବାଳ, ମିଲନ ସାମଲ, ସୁଶୀଲ କୁମାର ବାରିକ ଓ ଶୋଭମ ବେହେରା ।
ଓଡ଼ିଶା କାହା ସହ ଖେଳିବ ମ୍ୟାଚ ?
- ପ୍ରଥମ ମ୍ୟାଚ ଓଡ଼ିଶା ବନାମ ଅରୁଣାଚଳ ପ୍ରଦେଶ
- ଦ୍ବିତୀୟ ମ୍ୟାଚ ଓଡ଼ିଶା ବନାମ ଜମ୍ମୁ କାଶ୍ମୀର
- ତୃତୀୟ ମ୍ୟାଚ ଓଡ଼ିଶା ବନାମ ମଧ୍ୟପ୍ରଦେଶ
- ଚତୁର୍ଥ ମ୍ୟାଚ ଓଡ଼ିଶା ବନାମ ଗୋଆ
- ପଞ୍ଚମ ମ୍ୟାଚ ଓଡ଼ିଶା ବନାମ ଝାଡ଼ଖଣ୍ଡ
- ଷଷ୍ଠ ମ୍ୟାଚ ଓଡ଼ିଶା ବନାମ କର୍ଣ୍ଣାଟକ
ଇଟିଭି ଭାରତ, କଟକ