ETV Bharat / sports

ବଜରଙ୍ଗ ପୁନିଆଙ୍କୁ ଝଟକା: ୨ ମାସରେ ଦ୍ୱିତୀୟ ଥର ପାଇଁ ନିଲମ୍ବନ - NADA Suspends Bajrang Punia

Bajrang Punia Suspended: ୨ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନିଲମ୍ବନ । ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (NADA) ରବିବାର ଦିନ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି । ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Jun 24, 2024, 8:28 AM IST

Updated : Jun 24, 2024, 8:57 AM IST

Bajrang Punia Suspended
Bajrang Punia Suspended (ETV Bharat Odisha)

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଶକ୍ତ ଝଟକା । ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (NADA) ରବିବାର ଦିନ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି । ଏନଏଡିଏ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି । ଗତ ମାସରେ ମଧ୍ୟ ଆଣ୍ଟି- ଡୋପିଙ୍ଗ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ରେସଲରଙ୍କ ଆଇନଜୀବୀ ଏନେଇ ରବିବାର ଦିନ ନିଶ୍ଚିତ କରିଛନ୍ତି ।

ଦେଶର ଅଲିମ୍ପିକ ଗୋଲ୍ଡ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ପୁଣି ଆଉ ଏକ ଝଟକା ଲାଗିଛି । ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (NADA) ପୁଣି ଥରେ ପୁନିଆଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରିଛି । ତେବେ ତିନି ସପ୍ତାହ ପୂର୍ବେ ମଧ୍ୟ ପୁନିଆଙ୍କୁ ଏନଏଡିଏ ନିଲମ୍ବନ କରିଥିଲା କିନ୍ତୁ ଆଣ୍ଟି- ଡିସିପ୍ଲିନାରୀ ଡୋପିଙ୍ଗ ପ୍ୟାନେଲ (ADDP) ଦ୍ବାରା ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଯାଇଥିବାରୁ ତାଙ୍କୁ ନୋଟିସ କରାଯାଇନଥିଲା । କିନ୍ତୁ ରବିବାର ତାଙ୍କୁ ଅସ୍ଥାୟୀ ନିଲମ୍ବନ ନୋଟିସ ଜାରି କରାଯାଇଛି ।

Bajrang Punia
Bajrang Punia (ANI)

କାହିଁକି ବଜରଙ୍ଗ ପୁନିଆଙ୍କୁ କରାଗଲା ନିଲମ୍ବନ: NADA ଅଭିଯୋଗ ଅନୁଯାୟୀ, ପୁନିଆ ମାର୍ଚ୍ଚ ୧୦ ତାରିଖରେ ସୋନିପତରେ ଟ୍ରାଏଲ୍ସ ସମୟରେ ମୁତ୍ର ସାମ୍ପୁଲ ଟେଷ୍ଟ ଦେବାକୁ ମନା କରିଦେଇଥିଲେ । ଏନେଇ ତାଙ୍କୁ ଚେତାବନୀ ଜାରି କରାଯାଇଥିଲା । ଡୋପିଙ୍ଗ କଣ୍ଟ୍ରୋଲ ଅଫିସର (DCO) ତାଙ୍କୁ ମୁତ୍ର ସାମ୍ପଲ ଟେଷ୍ଟ ଦେବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଏହି ନିୟମକୁ ସେ ମାନି ନଥିବାରୁ ତାଙ୍କ ଉପରେ ଆକ୍ସନ ନିଆଯାଇଥିଲା ।' ଏହି କାରଣରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି NADA ପକ୍ଷରୁ ନୋଟିସ ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଶକ୍ତ ଝଟକା, ଏହି କାରଣରୁ ନିଲମ୍ବନ କଲା NADA - Bajrang Punia Suspended

ଜୁଲାଇ ୧୧ ମଧ୍ୟରେ ଏହାର ଉତ୍ତର ରଖିବାକୁ ବଜରଙ୍ଗ ପୁନିଆଙ୍କୁ ସମୟ ଦିଆଯାଇଛି । ଅନ୍ୟପଟେ ଏହାର ପାଲଟା ଅଭିଯୋଗ ଆଣିଥିଲେ ବଜରଙ୍ଗ ପୁନିଆ । ସାମ୍ପଲ ଟେଷ୍ଟ ସମୟରେ ତାଙ୍କୁ ଏକ୍ସପାୟାରୀ କିଟ ଦିଆଯାଇଥିବା ଅଭିଯୋଗ ଆଣିଥିଲେ ।

ସୂଚନା ଯୋଗ୍ୟ, ଏହାପୂର୍ବରୁ ଏପ୍ରିଲ ୨୩ ତାରିଖରେ ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଥିଲା ଏନଏଡିଏ । ମାର୍ଚ୍ଚ ୧୦ରେ ସୋନିପତରେ ଅନୁଷ୍ଠିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ବଜରଙ୍ଗ ପୁନିଆ ସାମିଲ ହୋଇଥିଲେ । ହେଲେ ସେଠାରେ ଡୋପ ଟେଷ୍ଟ ଦେବା ପାଇଁ ମନା କରିବା ଅଭିଯୋଗରେ ତାଙ୍କୁ ଖେଳରୁ ବାଦ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2024, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.