ETV Bharat / sports

ଇଣ୍ଡିଆନ ସୁପର ଲିଗ୍‌ ୨୦୨୪: ମୋହନ ବାଗାନ ସୁପର ଜାଏଣ୍ଟସ୍‌କୁ ହରାଇ ମୁମ୍ବାଇ ସିଟି ଚମ୍ପିଆନ୍‌ - INDIAN SUPER LEAGUE 2024

author img

By ETV Bharat Odisha Team

Published : May 5, 2024, 12:17 PM IST

Indian Super League 2024: ଇଣ୍ଡିଆନ୍‌ ସୁପର ଲିଗ୍‌ ଚମ୍ପିଆନ ହେଲା ମୁମ୍ବାଇ ସିଟି ଏଫ୍‌ସି । ଡିଫେଣ୍ଡିଂ ଚମ୍ପିଆନ୍‌ ମୋହନ ବାଗାନ ସୁପର ଜାଏଣ୍ଟସ୍‌କୁ ୩-୧ ଗୋଲରେ ହରାଇ ଟାଇଟଲ ହାସଲ କଲା ମୁମ୍ବାଇ ସିଟି ଏଫ୍‌ସି । ଅଧିକ ପଢ଼ନ୍ତୁ

Indian Super League 2024
Indian Super League 2024 (ETV BHARAT ODISHA)

କୋଲକାତା: ଇଣ୍ଡିଆନ୍‌ ସୁପର ଲିଗ୍‌ ଜିତିଲା ମୁମ୍ବାଇ ସିଟି ଏଫ୍‌ସି । ଆଇଏସ୍‌ଏଲ୍‌ର ୧୦ତମ ସଂସ୍କରଣରେ ଡିଫେଣ୍ଡିଂ ଚମ୍ପିଆନ୍‌ ମୋହନ ବାଗାନ ସୁପର ଜାଏଣ୍ଟସ୍‌କୁ ୩-୧ ଗୋଲରେ ହରାଇ ଟାଇଟଲ ହାସଲ କଲା ମୁମ୍ବାଇ ସିଟି ଏଫ୍‌ସି । ଶୁକ୍ରବାର କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଆଇଏସ୍‌ଏଲ୍‌ ଫାଇନାଲ୍‌ ଜିତିଛି ମୁମ୍ବାଇ ସିଟି ଏଫ୍‌ସି । ଏହି ମ୍ୟାଚ୍‌ରେ ମୋହନ ବାଗାନ ସୁପର ଜାଏଣ୍ଟସ୍‌ ପ୍ରଥମରୁ ୧-୦ରେ ଆଗୁଆ ରହିଥିଲା । ହେଲେ ଦ୍ବିତୀୟାର୍ଦ୍ଧରେ କ୍ରମାଗତ ୩ଟି ଗୋଲ ଦେଇ ମ୍ୟାଚ୍‌ ଛଡ଼ାଇ ନେଇଥିଲା ମୁମ୍ବାଇ ଏଫ୍‌ସି ।

ଏହି ମ୍ୟାଚ୍‌ରେ ମୋହନ ବାଗାନ ସୁପର ଜାଏଣ୍ଟସ୍‌ ପକ୍ଷରୁ ପ୍ରଥମରୁ କେବଳ ଜାସନ କମିଙ୍ଗସ୍‌ ୪୪ ମିନିଟରେ ଏକମାତ୍ର ଗୋଲ କରିଥିଲେ । ଏହା ସହିତ ୧-୦ରେ ଆଗୁଆ ରହିଥିଲା ମୋହନ ବାଗାନ । ମୁମ୍ବାଇ ସିଟି ଏଫ୍‌ସି ପକ୍ଷରୁ ଜର୍ଜ ପେରେରା ଡିଆଜ ୫୩ ମିନିଟରେ ପ୍ରଥମ ଗୋଲ ସ୍କୋର କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ଏହାପରେ ବିପିନ ସିଂ ୮୧ ମିନିଟ୍‌ ଓ ଜାକବ ଭୋଜଟୁସ ୯୦+୭ ମିନିଟରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଚଳିତ ସଂସ୍କରଣକୁ ମିଶାଇ ଇଣ୍ଡିଆନ୍‌ ସୁପର ଲିଗ୍‌ରେ ମୁମ୍ବାଇ ଦ୍ବିତୀୟ ଥର ପାଇଁ ଟ୍ରଫି ହାସଲ କରିବାରେ ସମର୍ଥ ହୋଇଛି । ଏହା ପୂର୍ବରୁ ୨୦୨୦-୨୧ ସଂସ୍କରଣରେ ମଧ୍ୟ ମୁମ୍ବାଇ ଚମ୍ପିଆନ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଓ୍ବାଙ୍ଖଡେରେ କୋଲକାତା ବୋଲରଙ୍କ ଆତଙ୍କ, 24 ରନରେ ହାରିଲା ମୁମ୍ବାଇ - IPL 2024

ତେବେ ଏହି ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ଆରମ୍ଭରୁ ପାଦେ ପଛରେ ରହିଥିଲେ ମଧ୍ୟ ଆକ୍ରମଣାତ୍ମକ ଫୁଟବଲ ଖେଳି ମ୍ୟାଚ୍‌କୁ ନିୟନ୍ତ୍ରଣକୁ ଆଣିଥିଲା । ମୁମ୍ବାଇ ଟାର୍ଗେଟରେ ୨୦ଟି ଶଟ୍‌ ରହିଥିବାବେଳେ ମୋହନ ବାଗାନ ସୁପର ଜାଏଣ୍ଟସ୍‌ ଟାର୍ଗେଟରେ ୮ଟି ଶଟ୍‌ ରହିଥିଲା । ଖେଳର ପ୍ରଥମାର୍ଦ୍ଧରେ ମୁମ୍ବାଇ ମ୍ୟାଚ୍‌କୁ ବେଶ ନିୟନ୍ତ୍ରଣରେ ରଖିଥିଲା । ହେଲେ ୪୪ ତମ ମିନିଟ୍‌ରେ ଗୋଲକିପରଙ୍କ ସାମାନ୍ୟ ତ୍ରୁଟି ଯୋଗୁଁ ଗୋଟିଏ ସ୍କୋର କରିଥିଲେ ଜାସନ କମିଙ୍ଗ୍ସ । ପ୍ରଥମାର୍ଦ୍ଧରେ ୧-୦ରେ ପଛୁଆ ରହିବା ପରେ ମୁମ୍ବାଇ ଆଟାକ୍‌କୁ ଆହୁରି ଜୋର କରିଥିଲା । ଶେଷରେ ୩-୧ରେ ମ୍ୟାଚ୍‌ ଜିତିବା ସହ ଦ୍ବିତୀୟ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ ଚମ୍ପିଆନ୍‌ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.