ETV Bharat / sports

ଶ୍ରେୟସ ଆୟରଙ୍କୁ ରିଲିଜ କରିପାରେ KKR , ଫ୍ରାଞ୍ଚାଇଜ ସହ ନାହାନ୍ତି ଯୋଗାଯୋଗରେ - IPL RETENTION 2025

ଡିସେମ୍ବର ମାସରେ ଆରମ୍ଭ ହେବ ଆଇପିଏଲ ମେଗା ଅକ୍ସନ । ଏହା ପୂର୍ବରୁ ଖେଳାଳିଙ୍କୁ ରିଲିଜ କରିବେ ଫ୍ରାଞ୍ଚାଇଜ । KKRରେ ରହି ନପାରନ୍ତି ଶ୍ରେୟସ ଆୟର ।

Shreyas Iyer
Shreyas Iyer (AFP Photo)
author img

By ETV Bharat Odisha Team

Published : Oct 30, 2024, 5:14 PM IST

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ମେଗା ଅକ୍ସନ । ଏହା ପୂର୍ବରୁ ବିଭିନ୍ନ ଦଳ ମଧ୍ୟରେ ବିଭିନ୍ନ ପରିବର୍ତ୍ତନ ହୋଇପାରେ । ଚଳିତ ଆଇପିଏଲରେ KKRରେ ଶ୍ରେୟସ ଆୟର ରହିବେ ନା ନାହିଁ ସେନେଇ ଦ୍ବନ୍ଦ୍ବ ଉପୁଜିଛି । ଦଳରେ ତାଙ୍କର ଭବିଷ୍ୟତ କଣ ତାକୁ ନେଇ ଉଠିଛି ପ୍ରଶ୍ନ । ଫ୍ରାଞ୍ଚାଇଜ ତାଙ୍କୁ ରିଲିଜ କରିପାରେ ବୋଲି କୁହାଯାଉଛି । ଆଗକୁ କେକେଆରରେ ଆୟରଙ୍କ ଭବିଷ୍ୟତୁ ନେଇ ଫ୍ରାଞ୍ଚାଇଜ ମଧ୍ୟରେ କୌଣସି ଆଲୋଚନା ହୋଇନଥିବା କିଛି ମିଡିଆ ରିପୋର୍ଟ କରିଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ କରିଛି ଯେ, କେକେଆର ଶ୍ରେୟସଙ୍କ ସହିତ ତାଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରିଛି । କିନ୍ତୁ ଏହା ମଧ୍ୟ ଦାବି କରିଛି ଯେ, ଟିମ୍‌ ଇଣ୍ଡିଆର ଏହି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଶୀର୍ଷ ରିଟେନସ ପିକ ଭାବେ ଦେଖୁନାହିଁ ।

ଶ୍ରେୟାସଙ୍କ ସହ ଯୋଗାଯୋଗ କରିବାରେ ବିଳମ୍ବ କଲା KKR:

ଏକ ସୁତ୍ରରୁ ଜଣାପଡିଛି ଯେ, ଗତ ଶୁକ୍ରବାର ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। ଶ୍ରେୟସ ଆୟର ଏବଂ କେକେଆର ବିଷୟରେ ଅନେକ କଥା କୁହାଯାଉଥିଲା, କିନ୍ତୁ ଦୁହେଁ ଭବିଷ୍ୟତ ଯୋଜନା କିମ୍ବା ଆଇପିଏଲ୍ ରିଟେନସନ ବିଷୟରେ କୌଣସି ଆଲୋଚନା କରିନଥିଲେ । ଫ୍ରାଞ୍ଚାଇଜ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ ରବିବାର ଦିନ ହୋଇଥିଲା । ଶ୍ରେୟସଙ୍କୁ କେକେଆର ଦଳରେ ରଖିବାକୁ ଆଗ୍ରହୀ ନଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ଦେଖି ସିଟରୁ ଉଠିଗଲେ KKR କ୍ୟାପଟେନ୍, ରୋହିତ-ଆୟର ବ୍ରୋମାନ୍ସ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ଏହା ହିଁ ଭଲପାଇବା... - Iyer wins hearts of rohit fans

ଏହା ମଧ୍ୟ ପଢନ୍ତୁ-IPL ଅକ୍ସନରେ RTM କାର୍ଡ କ'ଣ ? କେମିତି ବ୍ୟବହାର କରିବେ ଫ୍ରାଞ୍ଚାଇଜ ? ଜାଣନ୍ତୁ,

ଆୟରଙ୍କ ଉପରେ 3 ଫ୍ରାଞ୍ଜାଇଜଙ୍କ ଆଖି:

ଶ୍ରେୟସ ଆୟରଙ୍କ ଅଧିନାୟକତ୍ବରେ 2024 ଆଇପିଏଲରେ ଚମ୍ପିଆନ ହୋଇଥିଲା କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେଇଥିବା ବେଳେ ମଧ୍ୟ ଭଲ ଅଧିନାୟକତ୍ବ କରିଥିଲେ । ଯଦି କେକେଆର ତାଙ୍କୁ ରିଲିଜ କରେ ତେବେ 3ଟି ଫ୍ରାଞ୍ଚାଇଜ ତାଙ୍କୁ କିଣିବାକୁ ଆଗ୍ରହୀ ଥିବା କୁହାଯାଉଛି ।

ସୂର୍ଯ୍ୟକୁମାର ହେବେ KKR କ୍ୟାପଟେନ:

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଶାହାରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସର ଭେଟେରାନ ବ୍ୟାଟର ରୋହିତ ଶର୍ମାଙ୍କୁ ନିଜ ଦଳକୁ ନେଇପାରେ । ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ଦଳରେ ସାମିଲ କରିବାକୁ କେକେଆର ଚାହୁଁଥିବା ଜମାପଡିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେକେଆର ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପ୍ଟେନସିପ ଅଫର ଦେଇଛି । ଜଣେ ସାମ୍ବାଦିକ ତାଙ୍କ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଏହା ବ୍ୟତୀତ, 2024ରେ KKRକୁ ଚମ୍ପିଆନ କରାଇଥିବା ଶ୍ରେୟସ ଆୟରଙ୍କୁ KKR ରିଲିଜ କରିପାରେ ବୋଲି ମଧ୍ୟ ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.