ETV Bharat / sports

ଆଇପିଏଲରେ ଆଜି ମୁମ୍ବାଇ-ରାଜସ୍ଥାନ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ MI - IPL 2024

author img

By ETV Bharat Odisha Team

Published : Apr 1, 2024, 3:24 PM IST

IPL 2024: ଆଜି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ମୁମ୍ବାଇ । ଅଧିକ ପଢନ୍ତୁ

IPL 2024
IPL 2024

ମୁମ୍ବାଇ: ଆଜି ଆଇପିଏଲର 14 ତମ ମୁକିବିଲା । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ପ୍ରଥମ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ମୁମ୍ବାଇ ଓ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରହିଛନ୍ତି ରାଜସ୍ଥାନ ଟିମ । ପାଣ୍ଡ୍ୟାଙ୍କ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ତାଙ୍କ ନେତୃତ୍ବରେ ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଜିତିବାରେ ଦଳ ସଫଳ ହୋଇନାହିଁ । କ୍ରମାଗତ ଦୁଇ ଥର ପରାଜିତ ହେବା ପରେ ଆଜି ତୃତୀୟ ମ୍ୟାଚ ଖେଳିବାକୁ ଯାଉଛି ମୁମ୍ବାଇ । ସେହିପରି ରାଜସ୍ଥାନ ମଧ୍ୟ ତୃତୀୟ ମ୍ୟାଚ ଖେଳିବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ଆଜି ଦୋରଦାର ଫାଇଟ ହେବ । ହ୍ୟାଟ୍ରିକ ବିଜୟ ହାସଲ କରିବାରେ ସଫଳ ହେବ ଆରଆର ନା ହାଟ୍ରିକ ପରାଜୟ ବରଣ କରିବ ମୁମ୍ବାଇ ତା ଉପରେ ଏବେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନକୁ ଦ୍ବିତୀୟ ବିଜୟ ଦେଲେ ରିୟାନ ପରାଗ, 12 ରନରେ ହାରିଲା ଦିଲ୍ଲୀ - IPL 2024

ଆଜି ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିମୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଆଇପିଏଲ ଇତିହାଲରେ ଦୁଇ ଦଳ ମଧ୍ୟରେ 28 ଥର ମୁକାବିଲା ହୋଇଛି । 15ଟିରେ ମୁମ୍ବାଇ ବିଜୟୀ ହୋଇଥିବା ବେଳେ 12ଟିରେ ରାଜସ୍ଥାନ ବାଜି ମାରିଛି । ରେକର୍ଡକୁ ଦେଖିଲେ ଲାଗୁଛି ଆଜିର ମ୍ୟାଚ ମୁମ୍ବାଇ ସପକ୍ଷରେ ରହିପାରେ । କିନ୍ତୁ ଚଳିତ ସିଜିନରେ 2ଟି ମ୍ୟାଚ ଖେଳି ଦର୍ଶକଙ୍କୁ ନିରାଶ କରିଛି ଏମଆଇ । ବିଜୟ ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ଦଳ ସଫଳ ହୋଇ ନାହିଁ । ତେଣୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ପୂର୍ବ ଭୁଲକୁ ସୁଧାରି ପୁରା ରଣନୀତି ସହ ଆଜି ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ମୁମ୍ବାଇ ।

ଏହା ମଦ୍ୟ ପଢନ୍ତୁ-ମହଙ୍ଗା ପଡ଼ିଲା ସ୍ଲୋ ଓଭର ରେଟିଂ, ମ୍ୟାଚ ଜିତିବା ସତ୍ତ୍ବେ ଦିଲ୍ଲୀ ଅଧିନାୟକ ଋଷଭଙ୍କ ଉପରେ ୧୨ ଲକ୍ଷ ଫାଇନ - IPL 2024

ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସ 2ଟି ମ୍ୟାଚ ଖେଳି କ୍ରମାଗତ ଭାବେ ବିଜୟ ହାଲସ କରିଛି । ଆଜି ତୃତୀୟ ମ୍ୟାଚରେ ମଧ୍ୟ ବିଜୟ ଧାରା ଜାରି ରଖିବାକୁ ଦଳ ଆଶାବାଦୀ । ମ୍ୟାଚକୁ ନେଇ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି ଖେଳାଳି । ମାର୍ଚ୍ଚ 24 ତାରିଖରେ ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା । 20 ରନରେ ଲକ୍ଷ୍ନୌକୁ ପରାଜିତ କରିଥିଲା ଦଳ । ମାର୍ଚ୍ଚ 28ରେ ଦିଲ୍ଲୀ ସହ ଦ୍ବିତୀୟ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ 12 ରନରେ ଦିଲ୍ଲୀକୁ ପରାସ୍ତ କଲା ସଞ୍ଜୁ ସାମସନଙ୍କ ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.