ETV Bharat / sports

ଏକା ସମୟରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ଟକ୍କର ଦେବ ଟିମ୍‌ ଇଣ୍ଡିଆ; ଏଠାରେ ଦେଖନ୍ତୁ LIVE

Indian Men and Womens Cricket Team : ଗୋଟିଏ ସମୟରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ଭେଟିବେ ମେନ୍‌ ଆଣ୍ଡ ୱମେନ ଇନ ବ୍ଲୁ । ଜାଣନ୍ତୁ କେମିତି ଦେଖିବେ ଲାଇଭ ମ୍ୟାଚ୍‌,

author img

By ETV Bharat Sports Team

Published : 3 hours ago

Indian Men and Womens Cricket Team
Indian Men and Womens Cricket Team (IANS)

ହାଇଦ୍ରାବାଦ : ବୁଧବାର ଅର୍ଥାତ୍ 9 ଅକ୍ଟୋବର ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବ୍ଲକ-ବଷ୍ଟର ଦିନ ହେବାକୁ ଯାଉଛି । କାରଣ ଏହି ଦିନ ପ୍ରଶଂସକମାନେ କ୍ରିକେଟ୍‌ ମ୍ୟାଚ୍‌ର ଡବଲ୍‌-ଡୋଜ୍ ପାଇବେ, ଯେତେବେଳେ ଟିମ୍‌ ଇଣ୍ଡିଆ ଏକାସାଙ୍ଗରେ ଦୁଇଟି ମ୍ୟାଚ୍ ଖେଳିବ । ଗୋଟିଏ ପଟେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଇସିସି ମହିଳା ଟି20 ବିଶ୍ବକପ 2024ରେ ଏହାର ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବାବେଳେ ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବାଂଲାଦେଶ ବିପକ୍ଷରେ ମୈଦାନକୁ ଓହ୍ଲାଇବ ।

'କର ବା ମର' ସ୍ଥିତିରେ ଭାରତୀୟ ମହିଳା ଦଳ :-

ଆଇସିସି ମହିଳା ଟି20 ବିଶ୍ବକପ୍‌ 2024ର ଦ୍ବାଦଶ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବୁଧବାର ଶ୍ରୀଲଙ୍କା ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଏହାର ତୃତୀୟ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏବଂ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:30ରୁ ଖେଳାଯିବ ।

ୟୁଏଇରେ ଚାଲିଥିବା ଆଇସିସି ମହିଳା ଟି20 ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍ ଦଳର ଏହା ହେଉଛି ତୃତୀୟ ମ୍ୟାଚ୍ । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ 58 ରନ୍‌ରେ ଭାରତକୁ ପରାସ୍ତ କରିଥିବାବେଳେ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରି ଏହାର ବିଶ୍ବକପ୍‌ ଯାତ୍ରା ଜାରି ରଖିଛି । ବର୍ତ୍ତମାନ ଏହି ତୃତୀୟ ମ୍ୟାଚ୍‌ ଭାରତୀୟ ମହିଳା ଦଳ ଯେକୌସି ମୂଲ୍ୟରେ ଜିତିବା ଆବଶ୍ୟକ । ନହେଲେ ଏହିଠାରେ ହିଁ ଭାରତୀୟ ଦଳର ବିଶ୍ବକପ୍‌ ସ୍ବପ୍ନ ଧୂଳିସାତ ହୋଇଯିବାର ସମ୍ଭାବନା ରହିଛି ।

ଦିଲ୍ଲୀରେ ଭାରତ-ବାଂଲାଦେଶ ଫାଇଟ୍‌ :-

ଅନ୍ୟପକ୍ଷରେ, ଭାରତ ଏବଂ ବାଂଲାଦେଶ ପୁରୁଷ ଦଳ ମଧ୍ୟରେ ଅକ୍ଟୋବର 6 ରବିବାରଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଚମତ୍କାର ବିଜୟ ହାସଲ କରିଛି । ଏବେ ଭାରତୀୟ ଦଳ ବୁଧବାର ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ଜିତି ସିରିଜ୍‌କୁ ଆଗୁଆ ଅକ୍ତିଆର କରିବାକୁ ଚେଷ୍ଟା କରିବ । ଅନ୍ୟପଟେ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରି ବାଂଲାଦେଶ ସିରିଜକୁ ବରାବର କରିବାକୁ ଚେଷ୍ଟା କରିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 7ଟାରୁ ଆରମ୍ଭ ହେବ ଏହି ମ୍ୟାଚ୍‌ ।

ଫ୍ରି'ରେ କେମିତି ଦେଖିବେ ଉଭୟ ମ୍ୟାଚ୍‌ :-

ଆଇସିସି ମହିଳା ଟି20 ବିଶ୍ବକପ୍‌ରେ ଭାରତ ବନାମ ଶ୍ରୀଲଙ୍କା ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧାପ୍ରସାରଣ ହେବାକୁଥିବାବେଳେ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ଡିଜନି ପ୍ଲସ୍ ହଟଷ୍ଟାରରେ ଉପଲବ୍ଧ ହେବ । ଏଥିସହ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟି20 ମ୍ୟାଚ୍ ଭାରତରେ ସ୍ପୋର୍ଟସ 18 ନେଟୱାର୍କରେ ସିଧାପ୍ରସାରଣ ହେବାକୁଥିବାବେଳେ ପ୍ରଶଂସକମାନେ ଜିଓ ସିନେମାରେ ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.