ETV Bharat / sports

ପ୍ରଥମ ଟେଷ୍ଟ ଧୋଇଦେବ କି ବର୍ଷା ! ଆପଣ କେମିତି ଫ୍ରି'ରେ ଦେଖିବେ ମ୍ୟାଚ୍‌ ? ଜାଣନ୍ତୁ, - India vs Bangladesh 1st Test

author img

By ETV Bharat Sports Team

Published : Sep 18, 2024, 3:53 PM IST

India vs Bangladesh 1st Test : ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇଯିବ କି ? କେମିତି ରହିଛି ଚେପକ୍‌ର ପିଚ୍‌ ? ଆପଣ କେମିତି ମାଗଣା ଦେଖିପାରିବେ ମ୍ୟାଚ୍‌ ? ପଢ଼ନ୍ତୁ ପୂରା ଖବର

File photo of MA Chidambaram Stadium in Chennai
File photo of MA Chidambaram Stadium in Chennai (ETV Bharat)

ନୂଆଦିଲ୍ଲୀ : ସେପ୍ଟେମ୍ବର 19 (ଗୁରୁବାର) ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଦେଶର ଖେଳାଳି ମୈଦାନରେ ଝାଳବୁହା ଅଭ୍ୟାସ କରିଛନ୍ତି । ଭାରତ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନକୁ 2-0ରେ ମାତ ଦେଇ ଦୃଢ଼ ଆତ୍ମବିଶ୍ବାସର ସହ ଭାରତ ଆସିଛି ବାଂଲାଦେଶ ଦଳ । ସେପଟେ ଭାରତ ମଧ୍ୟ ରଣକୌଶଳ ପ୍ରସ୍ତୁତ ରଖିଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି । ତେବେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ଖେଳାଯିବାକୁ ଥିବା ପିଚ୍‌ କିପରି ରହିଛି ? ମ୍ୟାଚ୍‌ ସମୟରେ ପାଣିପାଗ କିପରି ରହିବ ? ଓ ଆପଣ କିପରି ଏହି ମ୍ୟାଚ୍‌ ଦେଖି ପାରିବେ ? ଏଠାରେ ଦେଖନ୍ତୁ,

ପିଚ୍‌ ରିପୋର୍ଟ ଓ ପାଣିପାଗ :-

ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ (ଚେପକ) ଷ୍ଟାଡିୟମରେ ମୋଟ 9ଟି ପିଚ୍‌ ରହିଛି । ଏହା ମଧ୍ୟରୁ ପ୍ରମୁଖ 3ଟି ପିଚ୍‌ ନାଲି ମାଟିରେ ପ୍ରସ୍ତୁତ ହୋଇଛି, ଯାହା ମୁମ୍ବାଇରୁ ଅଣାଯାଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନାଲି ମାଟିରେ ଖେଳାଯିବ । ନାଲି ମାଟିରେ ବଲକୁ ଭଲ ସ୍ବିଙ୍ଗ ଓ ବାଉନ୍ସ ମିଳିଥାଏ । ତେଣୁ ଏଭଳି ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ବେଶ ସହାୟକ ହୋଇଥାଏ । ତେଣୁ ଭାରତୀୟ ଅଧିନାୟକ ଏହି ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଦୁଇଜଣ ସ୍ପିନରଙ୍କୁ ଖେଳାଇ ପେସ୍‌ ବିଭାଗରେ ଅଧିକ ଗୁରୁତ୍ବ ଦେବେ । ଏହି ମ୍ୟାଚ୍‌ରେ ଜସପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ସ୍ଥାନ ଏକ ପ୍ରକାର ପକ୍କା ହୋଇପାରେ । ତେଣୁ ଆକାଶ ଦୀପ ଓ ନବାଗତ ୟଶ ଦୟାଲଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ସ୍ଥାନ । କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖରାପ ଖବର ହେଉଛି, ଚେନ୍ନାଇର ସ୍ଥାନୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ବର୍ଷା ହେବାର 40 ପ୍ରତିଶତ ସମ୍ଭାବନା ରହିଛି ।

କିପରି ଦେଖିବେ ଲାଇଭ ଷ୍ଟ୍ରିମିଂ ?:-

ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ଆପଣ ଯଦି ଟିକେଟ କରିନାହାନ୍ତି, ବା ଯାଇ ପାରୁନାହାନ୍ତି, ତେବେ ଚିନ୍ତା କରିବାର ନାହିଁ । କାରଣ ଆପଣ ଘରେ ବସି ମଧ୍ୟ ମାଗଣାରେ ସମ୍ପୂର୍ଣ୍ଣ ମ୍ୟାଚ୍‌ ଉପଭୋଗ କରିପାରିବେ । ଟିଭିରେ କିମ୍ବା ନିଜ ମୋବାଇଲରେ ମଧ୍ୟ ଏହି ଖେଳ ଦେଖିପାରିବେ । ଟିଭିରେ ଏହି ମ୍ୟାଚ୍‌ Viacom 18 ନେଟୱର୍କ ସହିତ ସ୍ପୋର୍ଟ୍ସ 18-1 ଓ ସ୍ପୋର୍ଟ 18-2 ଚ୍ୟାନେଲରେ ମଧ୍ୟ ଦେଖିପାରିବେ । ଏହା ବ୍ୟତୀତ ଆପଣ ନିଜ ସ୍ମାର୍ଟଫୋନରେ ଜିଓ ସିନେମା ଆପ୍‌ରେ ମଧ୍ୟ ଏହି ଟେଷ୍ଟ ମ୍ୟାଚ୍‌ର ଲାଇବ ଷ୍ଟ୍ରିମିଂ ଦେଖିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.