ETV Bharat / sports

ସେଦିନ ରାତିରେ କଣ ଦେଖିଥିଲେ ଦିନେଶ ? ଦକ୍ଷିଣ ଆଫ୍ରିକା ଗସ୍ତର ଭୟାନକ କାହାଣୀ, କହିଲେ ଆଜିଯାଏଁ ଭୁଲିପାରୁନି - Dinesh Karthik Weird Feeling

author img

By ETV Bharat Sports Team

Published : Aug 16, 2024, 9:09 AM IST

Updated : Aug 16, 2024, 11:26 AM IST

Wicketkeeper-batter Dinesh Karthik recently recalled his paranormal activities experience during the India A team's tour of South Africa; ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ରାତିରେ ରୁମରେ ଶୋଇଥିଲେ ଦିନେଶ କାର୍ତ୍ତିକ । ହେଲେ ଏପରି ଘଟଣା ଘଟିଲା ଯେ ଆଜିଯାଏଁ ଭୁଲି ପାରୁନାହାଁନ୍ତି । ଅଧିକ ପଢନ୍ତୁ

Dinesh Karthik
Dinesh Karthik (Getty)

ହାଇଦ୍ରାବାଦ: ସେଦିନ ରାତିରେ କଣ ଦେଖିଥିଲେ ଦିନେଶ କାର୍ତ୍ତିକ ? ଦକ୍ଷିଣ ଆଫ୍ରିକା ଗସ୍ତର ଭୟାନକ ରାତ୍ରର କାହାଣୀ । କାର୍ତ୍ତିକ କହିଲେ ଯାହା ଘଟିଛି ଆଜି ଯାଏଁ ଭୁଲି ପାରୁନି । ଦକ୍ଷିଣ ଆଫ୍ରିକା ଗସ୍ତ ସମୟର କଥା । ଭାରତ ଏ ପକ୍ଷରୁ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ କାର୍ତ୍ତିକ । ରାତ୍ରର ଭୟାନକ କାହାଣୀ କହିଲେ ପୂର୍ବତନ ଭାରତୀୟ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କର୍ତ୍ତିକ । ଭାରତ-ଏ ପକ୍ଷରୁ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଭୂତ ଦେଖିଥିବା କହିଲେ କାର୍ତ୍ତିକ । ଦକ୍ଷିଣ ଆଫ୍ରିକାର ସନ ସିଟିରେ ରହିବା ସମୟରେ ରାତିର ଏପରି କିଛି ଘଟଣା ସମ୍ପର୍କରେ ମନେ ପକାଇଛନ୍ତି କାର୍ତ୍ତିକ । ଭୂତ ପ୍ରେତ ଭଳି ଭୟାନକ ଅନୁଭୂତି ସମ୍ପର୍କରେ କହିଛନ୍ତି କାର୍ତ୍ତିକ ।

କାର୍ତ୍ତିକ କହଥିଲେ କି, ରୁମରେ ରାତିରେ କିଛି ଜିନିଷ ଯାଉଥିବା ଭଳି ତାଙ୍କୁ ଅନୁଭୂତ ହୋଇଥିଲେ । ତେବେ ସେ ବାସ୍ତବରେ କଣ ଦେଖିଲେ ସେ ସମ୍ପର୍କରେ ନିଶ୍ଚିତ ନାହାଁନ୍ତି ।

ଏହା ବି ପଢନ୍ତୁ- 78ତମ ସ୍ବାଧୀନତା ଦିବସ; ସଚିନଙ୍କଠୁ ନୀରଜ... ଧୁମଧାମରେ ସେଲିବ୍ରେଟ କଲେ ସ୍ବାଧୀନତା ଦିବସ, ତେନ୍ଦୁଲକର କହିଲେ ସମସ୍ତ ଦେଶବାସୀ ଟିମ୍ ଇଣ୍ଡିଆର ଖେଳାଳି - Independence Day Athletes post

‘Cricbuzz’ ର ଏକ ଶୋରେ ନିକଟରେ କାର୍ତ୍ତିକ କହିଛନ୍ତି କି, "ଯେତେବେଳେ ଆମେ ସନ ସିଟିରୁ ରହୁଥିଲୁ, ମୁଁ ରାତ୍ର ସମୟରେ ରୁମରେ କିଛି ଜିନିଷକୁ ନେଇ ଅଜବ ଗଜବ ଅନୁଭୂତି କରଥିଲି । କିଛି ଜିନିଷ ରୁମରେ ଯିବା ଆସିବା କରୁଥିବା ଅନୁଭବ କରିଥିଲି । ଯଦି ମୁଁ ବାସ୍ତବିକ ଭାବେ କହିପାରୁନାହିଁ କଣ ଦେଖିଥିଲି କିନ୍ତୁ ମୁଁ କିଛି ଦେଖିଥିଲି ଯାହା ଭୟାନକ ଥିଲା ।"

ଏହା ବି ପଢନ୍ତୁ- ଅଷ୍ଟ୍ରେଲିଆ ସିରଜ ପୂର୍ବରୁ ବଡ ଟାସ୍କ ! ଘରୋଇ କ୍ରିକେଟ ଖେଳିବେ ସୁପରଷ୍ଟାର ବ୍ୟାଟର କୋହଲି-ରୋହିତ, ୟର୍କର କିଙ୍ଗ୍ ବୁମରା ! ଜାଣନ୍ତୁ କେବେ ଶେଷ ମ୍ୟାଚ ଖେଳିଥିଲେ - Rohit Virat Bumrah Domestic Game

ନିକଟରେ ସାମାଜିକ ଗଣମାଧ୍ୟମରେ ଏହି ପୂର୍ବତନ ଭାରତୀୟ କ୍ରିକେଟର ନିଜର 39 ତମ ଜନ୍ମଦିନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଏହା ସହିତ ସେ ଆଇପିଏଲରୁ ମଧ୍ୟ ସନ୍ୟାସ ନେଇସାରଛନ୍ତି । ସେ ବେଙ୍ଗାଲୁରୁର ଟିମ୍ ଆରସିବି ପକ୍ଷରୁ ଖେଳନ୍ତି । କାର୍ତ୍ତିକ 2024 ଆଇପିଏଲରେ 326 ରନ ସ୍କୋର କରିଥିଲେ ।

ତେବେ କାର୍ତ୍ତିକ ଭାରତର ପ୍ରଥମ ଖେଳାଳି ଭାବେ ଏସଏ 20 ପ୍ରତିଯୋଗିତା ଖେଳିବାକୁ ଚୁକ୍ତି କରଛନ୍ତି । ସେ ଦକ୍ଷିଣ ଆଫ୍ରିକାରେ ଏସଏ20 ଲିଗ୍ ଖେଳିବେ । ସେ ପର୍ଲ ରୟାଲ୍ସ ପକ୍ଷରୁ ଖେଳିବେ ।

Last Updated : Aug 16, 2024, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.