ETV Bharat / sports

ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳ ବାଛିଲେ ଦୀନେଶ କାର୍ତ୍ତିକ; ଧୋନୀଙ୍କୁ ଦେଲେନି ସ୍ଥାନ - Dinesh Karthik all time Playing 11

author img

By ETV Bharat Sports Team

Published : Aug 16, 2024, 7:48 PM IST

Dinesh Karthik India Playing 11 : ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ୍‌-କିପର ଓ ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ପ୍ଲେଇଂ 11 ବାଛିଛନ୍ତି । ହେଲେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ତାଙ୍କ ପସନ୍ଦର ଦଳରେ ଏମ୍‌ଏସ୍‌ ଧୋନୀଙ୍କୁ ମିଳିନି ସ୍ଥାନ । ଅଧିକ ପଢ଼ନ୍ତୁ

Dinesh Karthik and MS Dhoni
Dinesh Karthik and MS Dhoni (ANI Photos)

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ୍‌-କିପର ଓ ବ୍ୟାଟର ଦୀନେଶ କାର୍ତ୍ତିକ ଏବେ ସବୁ ଫର୍ମାଟରୁ ଅବସର ନେଇ ସାରିଛନ୍ତି । ଏପରିକି 2024 ଆଇପିଏଲ୍‌ ମଧ୍ଯ ତାଙ୍କର ଶେଷ ଆଇପିଏଲ୍‌ ଥିଲା । ଏବେ ଆର୍‌ସିବି ତାଙ୍କୁ ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରିଛି । ଅନ୍ୟପଟେ ସାଉଥ ଆଫ୍ରିକାର ଘରୋଇ କ୍ରିକେଟ ଲିଗ୍‌ SA20 2025ରେ ସେ ଖେଳିବେ ବୋଲି ସ୍ପଷ୍ଟ ହେବା ପରେ ଚର୍ଚ୍ଚାକୁ ଆସିଥିଲେ କାର୍ତ୍ତିକ । ଏବେ ସେ ତାଙ୍କ ପସନ୍ଦର ସର୍ବକାଳୀନ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । କାରଣ ସେ ତାଙ୍କ ଦଳରେ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ସ୍ଥାନ ଦେଇ ନାହାନ୍ତି ।

ଡିକେ ବାଛିଲେ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ପ୍ଲେଇଂ 11 :-

ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ୍‌-କିପର ଓ ଧୂଆଁଧାର ବ୍ୟାଟର ଦୀନେଶ କାର୍ତ୍ତିକ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳ ଘୋଷଣା କରିଛନ୍ତି । 78 ତମ ସ୍ବାଧୀନତା ଦିବସ ଅବସରରେ ଦୀନେଶ କ୍ରିକବଜ୍‌ରେ ସମସ୍ତ ଫର୍ମାଟ ପାଇଁ ନିଜ ପସନ୍ଦର 11 ଜଣିଆ ଭାରତୀୟ ଦଳ ଘୋଷଣା କରିଥିଲେ । ତେବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ କିନ୍ତୁ ଡିକେ ନିଜ ପସନ୍ଦର ଦଳରେ ସ୍ଥାନ ଦେଇ ନାହାନ୍ତି । ସେ ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ସିନିୟର ଦଳରୁ 5 ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି । ଏଥି ସହିତ ଦ୍ବାଦଶ ଖେଳାଳି ଭାବରେ ସେ ଭେଟେରାନ ସ୍ପିନର ହରଭଜନ ସିଂହଙ୍କୁ ସ୍ଥାନ ଦେଇଛନ୍ତି । ତେବେ ଏହି ପ୍ଲେଇଂ -11 ରେ ସେ ଅଧିନାୟକ ଏବଂ ୱିକେଟ୍ କିପରଙ୍କ ବିଷୟରେ ଉଲ୍ଲେଖ କରିନାହାଁନ୍ତି ।

ସଚିନଙ୍କଠାରୁ କୋହଲିଙ୍କୁ ମିଳିଛି ସ୍ଥାନ :-

ଦୀନେଶ କାର୍ତ୍ତିକ ତାଙ୍କ ଦଳରେ ଓପନିଂ ବ୍ୟାଟର ଭାବରେ ବୀରେନ୍ଦ୍ର ସେହୱାଗ ଏବଂ ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି । ଏମାନଙ୍କ ବ୍ୟତୀତ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି ତାଙ୍କ ଦଳରେ ରହିଛନ୍ତି । ଡିକେ ଯୁବରାଜ ସିଂ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ଅଲରାଉଣ୍ଡର ଭାବରେ ସ୍ଥାନ ଦେଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ଏବଂ ଅନୀଲ କୁମ୍ବଲେଙ୍କୁ ସ୍ପିନର ଭାବରେ ଦଳରେ ସ୍ଥାନ ଦେଇଥିବାବେଳେ ଯସପ୍ରୀତ ବୁମରା ଏବଂ ଜାହିର ଖାନଙ୍କୁ ଦ୍ରୁତ ବୋଲର ଭାବରେ କାର୍ତ୍ତିକ ନିଜ ପସନ୍ଦର ଦଳରେ ସ୍ଥାନ ଦେଇଛନ୍ତି ।

ଏନେଇ କାର୍ତ୍ତିକ କହିଛନ୍ତି, "ଦଳରେ ଦୁଇଜଣ ଅଲରାଉଣ୍ଡର ରହିବା ଉଚିତ୍ । ତେଣୁ ମୁଁ ଦୁଇଜଣ ସମାନ ଖେଳାଳି ବାଛିଲି । ଦ୍ବାଦଶ ଖେଳାଳି ହେଉଛନ୍ତି ହରଭଜନ । ଗମ୍ଭୀରଙ୍କ ପରି ଆହୁରି ଅନେକ ଖେଳାଳି ଅଛନ୍ତି । କିନ୍ତୁ ସମସ୍ତଙ୍କୁ 11 ଜଣିଆ ଦଳରେ ଅନ୍ତର୍ଭୁକ୍ତ କରିବା ସମ୍ଭବ ନୁହେଁ । ତେଣୁ ଏହା ହେଉଛି ସମସ୍ତ ଫର୍ମାଟରେ ମୋର ସର୍ବୋତ୍ତମ ପ୍ଲେଇଂ 11 ।

ଦୀନେଶ କାର୍ତ୍ତିକଙ୍କର ସର୍ବକାଳୀନ ଶ୍ରେଷ୍ଠ ପ୍ଲେଇଂ 11 :-
ବୀରେନ୍ଦ୍ର ସେହୱାଗ, ରୋହିତ ଶର୍ମା, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଯୁବରାଜ ସିଂହ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଅନୀଲ କୁମ୍ବଲେ, ଯଶପ୍ରୀତ ବୁମ୍‌ରା, ଜାହିର ଖାନ
ଦ୍ବାଦଶ ଖେଳାଳି : ହରଭଜନ ସିଂହ

ଏହା ମଧ୍ୟ ପଢ଼ନ୍ତୁ...ସେଦିନ ରାତିରେ କଣ ଦେଖିଥିଲେ ଦିନେଶ ? ଦକ୍ଷିଣ ଆଫ୍ରିକା ଗସ୍ତର ଭୟାନକ କାହାଣୀ, କହିଲେ ଆଜିଯାଏଁ ଭୁଲିପାରୁନି - Dinesh Karthik Weird Feeling

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.