ETV Bharat / sports

ରାଜସ୍ଥାନକୁ ୫ ୱିକେଟ୍‌ରେ ହରାଇଲା ଚେନ୍ନାଇ, ପ୍ଲେ-ଅଫ୍‌କୁ ଆଉ ପାଦେ ନିକଟତର ସିଏସ୍‌କେ - IPL 2024 - IPL 2024

IPL 2024 SK vs RR: ରାଜସ୍ଥାନକୁ ୫ ୱିକେଟ୍‌ରେ ହରାଇ ପଏଣ୍ଟ ଟେବୁଲରେ ସ୍ଥିତି ଦୃଢ଼ କଲା ଚେନ୍ନାଇ । ସିମରଜିତ ସିଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି । ଅଧିକ ପଢ଼ନ୍ତୁ

IPL 2024 SK vs RR
IPL 2024 SK vs RR (@ChennaiIPL)
author img

By ETV Bharat Odisha Team

Published : May 12, 2024, 9:11 PM IST

ଚେନ୍ନାଇ: ଘରୋଇ ମୈଦାନରେ ରାଜସ୍ଥାନ ରୟାଲ୍ସକୁ ମାତ ଦେଲା ଚେନ୍ନାଇ ସୁପର କିଙ୍ଗସ୍‌ । ଆଇପିଏଲ୍‌ର ୬୧ତମ ମ୍ୟାଚ୍‌ରେ ରାଜସ୍ଥାନକୁ ୫ ୱିକେଟ୍‌ରେ ହରାଇ ପ୍ଲେ ଅଫ୍‌ର ଆହୁରି ନିକଟତର ହୋଇଛି ଚେନ୍ନାଇ । ଏକ ଲୋ-ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍‌ ହରାଇ ୧୪୧ ରନ କରିଥିଲା । ଜବାବରେ କଛି ମାତ୍ରାରେ ସଙ୍ଘର୍ଷ କରିଥିଲେ ମଧ୍ୟ ଆବଶ୍ୟକ ଲକ୍ଷ୍ୟକୁ ୧୮.୨ ଓଭରରେ ୫ ୱିକେଟ୍‌ ହରାଇ ଜିତି ନେଇଛି ଚେନ୍ନାଇ ।

ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍‌ । ଆରମ୍ଭରୁ ପିଚ୍‌ରେ ରନ୍‌ ସଂଗ୍ରହ ପାଇଁ ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ଜୋଶ ବଟଲର ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ଯଥାକ୍ରମେ ୨୪ ଓ ୨୧ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ସଞ୍ଜୁ ସାମସନ ୧୫ ରନ କରି ଆଉଟ୍‌ ହେବାପରେ ଧ୍ରୁବ ଜୁରେଲ ୨୮ ରନ କରି ଆଉଟ୍‌ ହୋଇଥିଲେ । ତେବେ ରିୟାନ ପରାଗ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳ ପାଇଁ ସର୍ବାଧିକ ୩୫ ବଲରୁ ଅପରାଜିତ ୪୭ ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ପାଳିରେ ଗୋଟିଏ ଚୌକା ଓ ୩ଟି ଛକା ସାମିଲ ରହିଥିଲା । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୧ ରନରେ ପହଞ୍ଚି ପାରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରୋମଞ୍ଚକର ମୋଡ଼ରେ ଆଇପିଏଲ୍‌, କ୍ବାଲିଫାୟରକୁ କିଏ ପାଇବ ଟିକେଟ ? - IPL 2024

ଏହି ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ପ୍ଲେ-ଅଫ୍‌ ରେସ୍‌ରେ ନିଜ ଦାବିକୁ ଆହୁରି ଦୃଢ଼ କରିବା ପାଇଁ ଏହି ମ୍ୟାଚ୍‌ ଜିତିବା ଚେନ୍ନାଇ ପାଇଁ ଅତ୍ୟାବଶ୍ୟକୀୟ ହୋଇପଡ଼ିଥିଲା । କେବଳ ୧୪୨ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲେ ଅଧିନାୟକ ଋତୁରାଜ ଗାଏକୱାଡ ଓ ରଚିନ ରବୀନ୍ଦ୍ର । ଆରମ୍ଭରୁ ଆକ୍ରାମକ ଆରମ୍ଭ କରିଥିବା ରବୀନ୍ଦ୍ର କେବଳ ୨୭ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ଗାଏକୱାଡ ପାଳି ସମ୍ଭାଳୁଥିବା ବେଳେ ଅନ୍ୟପଟେ କ୍ରମାଗତ ଭାବେ ୱିକେଟ ହରାଇ ଚାଲିଥିଲା ସିଏସ୍‌କେ । ଡାରେଲ ମିଚେଲ୍‌ ୨୨, ମୋଇନ ଅଲ୍ଲୀ ୧୦ ଓ ଶିବମ ଦୁବେ ୧୮ ରନ କରି ଆଉଟ୍‌ ହୋଇଥିଲେ । ତେବେ ରବୀନ୍ଦ୍ର ଜାଡେଜା ୫ ରନ କରିଥିବା ବେଳେ ଫିଲ୍‌ଡ୍‌ରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଆଉଟ୍‌ ହୋଇ ଫେରିଥିଲେ । ଏହାପରେ ଇମ୍ପାକ୍ଟ ପ୍ଲେୟର ଭାବେ ଆସି ସମୀର ରିଜଭି ୮ ବଲରୁ ୧୫ ରନ କରିଥିବାବେଳେ ପ୍ରଥମରୁ ଶେଷ ଯାଏଁ ଲଢ଼ିଥିବା ଅଧିନାୟକ ଗାଏକୱାଡ ୪୧ ବଲରୁ ଦଳ ପାଇଁ ସର୍ବାଧିକ ୪୨ ରନ ସଂଗ୍ରହ କରି ଅପରାଜିତ ରହିବା ସହ ମ୍ୟାଚ୍‌ ଜିତାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.