ETV Bharat / sports

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଟିମ୍ ଇଣ୍ଡିଆ, ଏନେଇ ବଡ଼ ସର୍ତ୍ତ ରଖିଲେ BCCI ଉପସଭାପତି ରାଜୀବ ଶୁକ୍ଳା - Champions Trophy 2025

author img

By ETV Bharat Sports Team

Published : Jul 29, 2024, 11:39 AM IST

India can go to Pakistan to Play Champions Trophy 2025 : ଚାମ୍ପିଅନ୍ସ ଟ୍ରଫି 2025କୁ ନେଇ ବଡ଼ ଅପଡେଟ । ମ୍ୟାଚ ଖେଳିବାକୁ ଟିମ୍‌ ଇଣ୍ଡିଆ ଯାଇପାରେ ପାକିସ୍ତାନ ? ଏଭଳି ବଡ ବୟାନ ଦେଲେ ବିସିସିଇ ଉପ-ସଭାପତି ରାଜୀବ ଶୁକ୍ଳା । ତେବେ ଏଥିପାଇଁ କି ସର୍ତ୍ତ ରଖିବ BCCI , ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

Champions Trophy 2025
Champions Trophy 2025 (ETV BHARAT ODISHA)

ନୂଆଦିଲ୍ଲୀ: ଆସନ୍ତାବର୍ଷ 2025 ଫେବୃଆରୀ 19ରୁ ମାର୍ଚ୍ଚ 9 ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି କ୍ରିକେଟ । ଚଳିତ ଥର ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଭାରତୀୟ କ୍ରିକେଟ ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ(BCCI) ଚାହୁଁନଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାରି ମଧ୍ୟରେ BCCI ଉପ-ସଭାପତି ରାଜୀବ ଶୁକ୍ଳା ଏନେଇ ବଡ ବୟାନ ଦେଇଛନ୍ତି । ଯାହା ପାକିସ୍ତାନ ପ୍ରତି BCCI ସାମାନ୍ୟ ନରମିଥିବା ପରି ମନେ ହେଉଛି । ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାଇ ପାରିବ କିନ୍ତୁ ଏଥି ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ଉତ୍ତରପ୍ରଦେଶ ପ୍ରିମିୟର ଲିଗ୍ ପାଇଁ ଖେଳାଳି ନିଲାମ ସମୟରେ ଗଣମାଧ୍ୟମକୁ କହିଥିଲେ ରାଜୀବ ।

ସରକାର ସିଗନାଲ ଦେଲେ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ:

ବର୍ତ୍ତମାନ ସୁଦ୍ଧା ବିସିସିଆଇ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଯିବ ନା ନାହିଁ ସେନେଇ କୌଣସି ମତାମତ ରଖିନାହିଁ । କିନ୍ତୁ ଭାରତ ପାକିସ୍ତାନ ଯାଇପାରିବ ବୋଲି ସଙ୍କେତ ଦେଇଛନ୍ତି ଉପ-ସଭାପତି ରାଜୀବ ଶୁକ୍ଳା । ସେ କହିଛନ୍ତି ଯେ," ଯଦି ଭାରତ ସରକାର ପାକିସ୍ତାନ ଯିବାକୁ ଗ୍ରୀନ ସିଗନାଲ ଦିଅନ୍ତି, ତେବେ ଆମେ ନିଶ୍ଚିତ ଯିବୁ । ସବୁକିଛି ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ , ବିସିସିଆଇ କେବଳ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବ । "

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫି 2025: ବିଶ୍ବକପ ପରେ ପୁଣି ଭାରତ-ପାକିସ୍ତାନ ମୁକାବିଲା, ଏହି ଷ୍ଟାଡିୟମରେ ହେବ ହାଇପ୍ରୋଫାଇଲ ମ୍ୟାଚ - Champions Trophy 2025

ଭାରତ ପାକସ୍ତାନ ନଯିବା ଖବର ପାକିସ୍ତାନରେ ଆଲୋଡନ ସୃଷ୍ଟି କରିଥିଲା:

ଗତ ଜୁଲାଇ 11 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ଖବର ଆସିଥିଲା । ଭାରତୀୟ କ୍ରିକେଟ ଟିମ୍‌ର ସମସ୍ତ ମ୍ୟାଚ ଦୁବାଇ ବା ଶ୍ରୀଲଙ୍କାରେ ଆୟୋଜନ କରିବାକୁ ବିସିସିଆଇ ଆଇସିସି(ICC)କୁ ପ୍ରସ୍ତାବ ଦିଆଯିବ । ଖୁବଶୀଘ୍ର ଏନେଇ ଆଇସିସି ସହ ବିସିସିଆଇ ଆଲୋଚନା କରିବ ବୋଲି ଖବର ପ୍ରକାଶ ହୋଇଥିଲା । ଏହି ଖବର ପ୍ରକାଶ ପରେ ପାକିସ୍ତାନରେ ଆଲୋଡନ ସୃଷ୍ଟି କରିଥିଲା । ସ୍ଥାନୀୟ ଗଣମାଧ୍ୟମ, ଖେଳାଳି ଓ ବୋଡ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଭାରତ ପାକିସ୍ତାନକୁ ଆସିବା ଉଚିତ କହିଲେ ଶୋଏବ:

ପାକିସ୍ତାନର ଲାହୋରରେ ଟିମ୍‌ ଇଣ୍ଡିଆର ସମସ୍ତ ମ୍ୟାଚ ଆୟୋଜନ କରିବାକୁ ପ୍ରସ୍ତୁତି ଚାଲିଛି । 2 ଦିନ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ କହିଥିଲେ ଯେ, ଭାରତ ପାକିସ୍ତାନକୁ ଆସିବା ଉଚିତ, ଆମେ ବହୁତ ଭଲ ଲୋକ। ଯଦି ଭାରତ ସରକାର ଅନୁମତି ତେବେ ଭାରତୀୟ ଦଳ ପାକିସ୍ତାନ ଯିବ ନଚେତ ଯିବ ନାହିଁ ବୋଲି ବିସିସିଆଇ ଉପ ସଭାପତି କହିଛନ୍ତି ।

କ୍ରୀଡାସୂଚୀରେ ଲାଗିନିି ICC ମୋହର:

କିଛି ଦିନ ପୂର୍ବେ ଏକ ଅସ୍ଥାୟୀ କ୍ରୀଡାସୂଚୀ ଜାରି କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ । କ୍ରୀଡାସୂଚୀରେ ଆଇସିସିର ମୋହର ଲାଗିବା ବାକି ଅଛି । ମାର୍ଚ୍ଚ 1 ତାରିଖରେ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ ଖେଳାଯିବା ନେଇ ଆଇସିସି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । କିନ୍ତୁ ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ବିସିସିଆଇ ଏପର୍ଯ୍ୟନ୍ତ ଅନୁମୋଦନ ପ୍ରଦାନ କରିନାହିଁ । ଚାମ୍ପିଅନ୍ସ ଟ୍ରିଫିରେ ଭାରତର ଥିବା ମ୍ୟାଚ ଗୁଡିକ ଦୁବାଇ ନଚେତ ଶ୍ରୀଲଙ୍କାରେ ଆୟୋନ କରିବାକୁ ବିସିସିଆଇ ଆଇସିସିକୁ ପ୍ରସ୍ତାବ ଦେଇପାରେ ।

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ, ଏହିଠାରେ ହେବ ମ୍ୟାଚ - Champions Trophy 2025

ଚାମ୍ପିଅନ୍ସ ଟ୍ରଫିରେ 15 ଟି ମ୍ୟାଚ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୋଟ 15ଟି ମ୍ୟାଚ ଖେଳାଯିବ । ଟିମ୍‌ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋର ଠାରେ ଖେଳାଯିବ । କରାଚୀରେ 3ଟି, ଲାହୋର ଠାରେ 7ଟି ଓ ରାଓ୍ବାଲପିଣ୍ଡିରେ 5ଟି ମ୍ୟାଚ ଖେଳାଯିବା ନେଇ ଆଇସିସିକୁ ଦିଆୟାଇଥିବା କ୍ରୀଡାସୂଚୀରେ ଉଲ୍ଲେଖ ରହିଛି । ସେହିପରି କରାଟୀରେ ଉଦଘାଟନୀ ମୁକାବିଲା ଓ 2ଟି ସେମିଫାଇନାଲ ଖେଳାଯିବ । ଯଦି ଟିମ୍‌ ଇଣ୍ଡିଆ ସେମିକୁ ଯାଏ ତେବେ ଏହା ଲାହୋରକୁ ସ୍ଥାନାନ୍ତରିତ ହେବ । ଫାଇନାଲ ମ୍ୟାଚ ଲାହୋରରେ ଖେଳାଯିବ ।

ମୋଟ 8ଟି ଦଳ ଖେଳିବେ: ଚାମ୍ପିଅନ୍ସ ଟ୍ରଫିରେ ମୋଟ 8ଟି ଦଳ ଭାଗ ନେବେ । ଗ୍ରୁପ ଏ ରେ ରହିଛନ୍ତି ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଟିମ୍‌ ରହିଛନ୍ତି । ଗ୍ରୁପ ବି ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ,ଇଂଲଣ୍ଡ ଓ ଆଫଗାନିସ୍ତାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.